Spread the love

ମଣିଷ :ଜୋତା ଖୋଲି କରି ଗୋଟେ ଏଠି ଗୋଟେ ସେଠି ରଖିବା । ପାନ,ଗୁଟୁଖା ଖାଇକରି ଛେପକୁ ଯେଉଁଠି ଇଚ୍ଛା ସେଠି ପକାଇଦେବା । ଘରେ କେହି ନଥିବେ ଲାଇଟ ଫ୍ୟାନକୁ ଘୁରାଉ ଥିବା । ସଭା ଚାଲିଥିବା ବେଳେ ମୋବାଇଲରେ କଥା ହେବା । ଝାଡୁ ଦେଇସାରି ଦୂର କିନା ଫିଙ୍ଗିଦେବା ।

ଚେୟାରରେ ବସିବା ପାଇଁ ତାକୁ ଘଡଘଡ଼ କରି ଟାଣି ଆଣିବା । ରୋଷେଇ ଘରେ ବାସନ କୁସନକୁ ଦୂଲ୍ ଦାଲ୍ କଚାଡୁ ଥିବା । ବାଟରେ ଗଲାବେଳେ ଗଛର ଡାଳପତ୍ରକୁ ଛିଡାଇ ଆଣିବା । ଅନାବଶ୍ୟକ ସ୍ଥଳେ ଅନ୍ୟ କଥାରେ ମୁଣ୍ଡ ଭରିବା । ବସିଥିବା ଏଣେ ଦୁଇ ଗୋଡ଼କୁ ପଙ୍ଖା ଭଳି ହଲାଉ ଥିବା। ବସିବା,ଚାଲିବା ବେଳେ ବିତି ଯାଇଥିବା କଥାକୁ ନେଇ ଭାବିହେବା ।

ଏସବୁ ହେଲା ଜୀବନରେ ବିଶୃଙ୍ଖଳତା । ବିଶୃଙ୍ଖଳିତ ଜୀବନର ମୂଳ ବିଶୃଙ୍ଖଳିତ ମନ । ସେଥିରୁ ଜନ୍ମ ନିଏ ବିଶୃଙ୍ଖଳିତ କର୍ମ । ଯାହାର ପରିଣାମ ଦୁଃଖ ଅଶାନ୍ତିରେ ପରିପୂର୍ଣ୍ଣ ଜୀବନ । ଜୀବନରେ ଶୃଙ୍ଖଳା ଆଣିବ ଧ୍ୟାନ । ଏକ ଶାନ୍ତ,ସୁନ୍ଦର, ଶୃଙ୍ଖଳିତ ଜୀବନ ନିର୍ଭର କରେ ଏକ ଧ୍ୟାନନିଷ୍ଠ ମନ ଉପରେ । ଏହା ଜୀବନ ବିଜ୍ଞାନ । ବନ୍ଧୁ ସାବଧାନ ।

Leave a Reply

Your email address will not be published. Required fields are marked *

You Missed