ବଳବାନ ବ୍ୟକ୍ତି ନା ଗର୍ବ କରିଥାଏ ନା ଅହଙ୍କାରୀ ପରି ବ୍ୟବହାର କରିଥାଏ .ଯିଏ ପ୍ରକୃତରେ ବଳବାନ ସିଏ କେବଳ ମୋ ପ୍ରଭୁ ରାମଚନ୍ଦ୍ର ଙ୍କ ପରି ଶାନ୍ତ ,ସରଳ ଆଉ ବିନୟୀ ହୋଇଥାଏ !!”
ଧନ , ଯୌବନ ଓ ଜୀବନ କେବେ ବି ସ୍ଥାୟୀ ହୋଇ ନଥାଏ , ତଥାପି ଧନ ଥିଲେ ଲୋକ ଗର୍ବି ହୁଏ , ଯୌବନ ରେ ସ୍ବାର୍ଥ ପର ହୁଏ ଆଉ ଜୀବନ ଥିବା ଯାଏଁ ଲୋଭ କରେ !!”
ଯଦି କାହାର ଛୋଟ ଛୋଟ ଭୁଲକୁ ଆମେ ଦୋଷ ବୋଲି ଭାବିବା ଓ ତାଙ୍କୁ ଦୂରେଇ ଚାଲିବା , ତେବେ ଦିନ ଆସିବ ଆମେ ଏକୁଟିଆ ହୋଇଯିବା .ତେଣୁ ଦୋଷଦର୍ଶୀ ନ ହୋଇ ଗୁଣଗ୍ରାହୀ ହୋଇ ଲୋକଙ୍କୁ ଭଲ ପାଇବା ଉଚିତ୍ !!”
ମନେରଖ ସବୁବେଳେ କିଛି ପାଇବାର ଆଶା ହିଁ ମଣିଷକୁ ଦୁଃଖ ଆଉ ଅଶାନ୍ତିର ବାତାବରଣ ମଧ୍ଯକୁ ଟାଣି ନେଇଥାଏ ,ତେଣୁ ଈଶ୍ବର ଯାହା ଦେଇଛନ୍ତି ସେଥିରେ ଖୁସି ହେଲେ ତେବେ ଯାଇ ଏ ସଂସାରରେ ଶାନ୍ତିରେ ବଞ୍ଚି ପାରିବା !!
ଏ ବିଶ୍ୱର ସୃଷ୍ଟି କର୍ତ୍ତାଙ୍କ ସମ୍ବନ୍ଧରେ ବିଭିନ୍ନ ପ୍ରକାରର ମତ ରହିଛି। ବିଭିନ୍ନ ଧର୍ମ ବିଭିନ୍ନ କଥା କହନ୍ତି। ସମସ୍ୟା ଧର୍ମମାନଙ୍କର ନୁହେଁ ମୋର। ମତେ ହିଁ ସମାଧାନ କରିବାକୁ ପଡ଼ିବ କେଉଁଟା ଠିକ୍। ଯାହା ଯୁକ୍ତିଯୁକ୍ତ ନୁହେଁ ତାକୁ ପ୍ରତ୍ୟାଖାନ କରି ଯାହା ଯୁକ୍ତି ସଙ୍ଗତ ତାହା ଗ୍ରହଣ କରିବା କଥା। ଜଗତର କାରଣ ହିଁ ଜଗତ। ଏହା ଅକାଟ୍ୟ ସତ। ଏହା କେମିତି ସତ ତାହା ବୁଝିବା କଥା।