Spread the love

ଚତୁର୍ଦ୍ଦଶୀ ଦିନ ଶିବ ଉତଥାନ ଯାତ୍ରା ଓ ବଡ ଓଷା ଅନୁଷ୍ଠିତ ହୋଇଥାଏ। ପୂର୍ଣ୍ଣିମା ଦିନ ପ୍ରଭାତରୁ ପୁରପଲ୍ଲୀରେ ନଦୀ ପୋଖରୀରେ ଡଙ୍ଗା ଭସା ଉତ୍ସବ ପାଳନ କରାଯାଏ।

ଶେଷ ପାଞ୍ଚଦିନରେ ମୁରୁଜ ପଡିବଖର ପୌରାଣିକ ରହସ୍ୟ- ବୃନ୍ଦାବତୀ ଦାନବ ରାଜ ଜଳକନ୍ଦର ଅତ୍ୟାଚାରରେ ତିନିଲୋକ ହାହାକାର କରୁଥିଲେ। ଜଳକନ୍ଧରଙ୍କୁ ଅମର ବର ମିଳିନଥିଲେ ବି ପତ୍ନୀଙ୍କ ସତୀତ୍ୟ ନଷ୍ଟ ହେଲେ ଯାଇ ତାଙ୍କର ମୃତ୍ୟୁ ହେବ ବୋଲି ବର ମିଳିଥିଲା। ତେବେ ପତ୍ନୀ ମହାସତୀ ହୋଇଥିବାରୁ ନିଜକୁ ଅମର ଭାବୁଥିଲା ଜଳକନ୍ଧର। ଶେଷରେ ତାଙ୍କୁ ମାରିବା ପାଇଁ ଶ୍ରୀକୃଷ୍ଣ ନିଜେ ଜଳକନ୍ଧର ବେଶରେ ଆସି ବୃନ୍ଦାବତୀଙ୍କ ସତୀତ୍ୟ ହରଣ କରିଥିଲେ।

ଏହି ଘଟଣାରେ ବୃନ୍ଦାବତୀଙ୍କ ସତୀତ୍ଵ ଉପରେ ପ୍ରଶ୍ନ ହେବାରୁ ତାଙ୍କୁ ପଞ୍ଚବନୀ ରସ ବା ଅମୃତ ରସରେ ପବିତ୍ର କରାଯାଇଥିଲା। ଏହି ପଞ୍ଚବନୀ ଶଦ୍ଦରୁ ପଞ୍ଚକ ଶଦ୍ଦ ଯାତ। କାର୍ତ୍ତିକ ମାସର ଶେଷ ପାଞ୍ଚଦିନକୁ ପଞ୍ଚୁକ ଭାବେ ପାଳନ କରାଯାଇଥିବା ବେଳେ ବୃନ୍ଦାବତୀଙ୍କ ସମ୍ମୁଖରେ ମୁରୁଜ ଅଙ୍କାଯାଇ ପୂଜା କରାଯାଏ।

Leave a Reply

Your email address will not be published. Required fields are marked *

You Missed