Spread the love

ବାନାମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟର ୪୨ତମ ବାର୍ଷିକପୁରଷ୍କାର ବିତରଣ ଉତ୍ସବ ପାଳିତ

ବାଣପୁର – ଖୋର୍ଦ୍ଧା ଜିଲ୍ଲା ବାଣପୁର ମଣ୍ଡଳର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ, ପାଇକ କବିକୃଷ୍ଣ ତ୍ରିପାଠୀଙ୍କ ଜନ୍ମପୀଠ ଭୀମପୁର ଗାଁ ବାନାମ୍ବର ସରକାରୀ ଉଚ୍ଚବିଦ୍ୟାଳୟର ୪୨ତମ ବାର୍ଷିକ ପୁରଷ୍କାର ବିତରଣୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଧାକୃଷ୍ଣ ଗଡ଼ନାୟକଙ୍କ ପରିଚାଳନା, ଶୁଭେଚ୍ଛୁ କମିଟିର ବରିଷ୍ଠ ସଦସ୍ୟ ଆନନ୍ଦଚନ୍ଦ୍ର ସେନାପତି, ବିଭୂତି ଭୂଷଣ ନନ୍ଦ, ଡ଼ଃ ଚାନ୍ଦକିଶୋର ତ୍ରିପାଠୀ, ବୈରାଗୀଚରଣ ବେହେରା, ଅଶୋକ ନନ୍ଦଙ୍କ ସମ୍ପାଦନା ଏବଂ ଅଧ୍ୟାପକ ସଂଗ୍ରାମ କେଶରୀ ସାହୁଙ୍କର ପୌରହିତ୍ୟରେ ଆୟୋଜିତ ଏହି ଉତ୍ସବରେ ଓଡ଼ିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ଶ୍ରୀଯୁକ୍ତ ପୃଥ୍ବୀରାଜ ହରିଚ଼ନ୍ଦନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପରାଧୀନ ଓଡ଼ିଶାର ପ୍ରଥମ ଶିକ୍ଷାମନ୍ତ୍ରୀ ତଥା ସତ୍ୟବାଦୀ ବନବିଦ୍ୟାଳୟର ପଞ୍ଚସଖାଙ୍କ ମଧ୍ୟରୁ ସୁନାମଧନ୍ୟ ଶିକ୍ଷକ , ମହାନ ସାରସ୍ବତ ପ୍ରତିଭା ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ବାଲ୍ୟ ଶିକ୍ଷାଭୂମି ଭୀମପୁର ଗାଁର ଏହି ପବିତ୍ର ଶିକ୍ଷାନୁଷ୍ଠାନକୁ ଶିକ୍ଷାତୀର୍ଥ ଭାବରେ ଗଢିତୋଳିବା ସହିତ ପଣ୍ଡିତ ଗୋଦାବରୀଶଙ୍କ ନାମରେ ଏକ ସ୍ମୃତିପୀଠ ଓ ସଂଗ୍ରହାଳୟ ପ୍ରତିଷ୍ଠା କରି ସମଗ୍ର ଓଡ଼ିଶାରୁ ଶିକ୍ଷାପ୍ରେମୀମାନଙ୍କୁ ଏମାଟିକୁ ଆକୃଷ୍ଟ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ସହିତ ଜାତୀୟ ଶିକ୍ଷାନୀତିକୁ ଅନୁସରଣ କରି ଏହି ବିଦ୍ୟାଳୟ ସମସ୍ତ ସମସ୍ୟା ଦୂର କରିବା, ଏବଂ ଆଗାମୀ ଦିନରେ ଏଠାରେ +2ବିଜ୍ଞାନ ଶ୍ରେଣୀ ଖୋଲିବା ପାଇଁ ସମସ୍ଥ ପ୍ରକାରେ ସହଯୋଗ ଯୋଗାଇଦିଆଯିବ ବୋଲି ଘୋଷଣା କରିବା ସହିତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପଣ୍ଡିତ ଗୋଦାବରୀଶ ଙ୍କ ପରି ଆଦର୍ଶ ଛାତ୍ରଛାତ୍ରୀ ହେବା ପାଇଁ କଠିନ ପରିଶ୍ରମ କରିବାକୁ ଦିକ୍ଷାନ୍ତ ବକ୍ତବ୍ୟ ରଖିଥିଲେ ।
ସମ୍ମାନିତ ଅତିଥି ଭାବରେ ବାଣପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂ, ଜିଲ୍ଲା ପରିଷଦର ଉପାଧକ୍ଷ ଗୋପୀନାଥ ମହାରଣା, ଗାଲୁଆଗ୍ରାମପଞ୍ଚାୟତର ସରପଞ୍ଚ ସୁରେଶ ଚନ୍ଦ୍ର ବାରିକୀ, ବାଣପୁର ମଣ୍ଡଳ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସି.ଏଚ୍ ବିଜୟା ଲକ୍ଷ୍ମୀ , ବିଦ୍ୟାଳୟ ପଞ୍ଚସଖା ସେତୁର ସଭାପତି ରମେଶଚ଼ନ୍ଦ୍ର ବେହେରା, ଓ ପରିଚାଳନା କମିଟିର ସଭାପତି ସନ୍ତୋଷକୁମାର ସାହୁ ଯୋଗ ଦେଇ ଏହି ସୁନାମଧନ୍ୟ ଶିକ୍ଷାନୁଷ୍ଠାନର ଉନ୍ନତି ପାଇଁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇଦେବାକୁ ବ୍ୟକ୍ତବ୍ୟରଖିଥିଲେ । ବିଦ୍ୟାଳୟ ଶୁଭେଚ୍ଛୁ କମିଟିର ଅନ୍ୟତମ ବରିଷ୍ଠ ସଦସ୍ୟ ଶିକ୍ଷାବିତ୍ ବାଳମୁକୁନ୍ଦ ଦାସ ଅତିଥି ପରିଚୟ ପ୍ରଦାନ କରି
ଥିବାବେଳେ, ବରିଷ୍ଠ ଶିକ୍ଷୟିତ୍ରୀ କଳ୍ପଲତା ମହାପାତ୍ର ବାର୍ଷିକ ବିବରଣୀ ପାଠ କରି ବିଦ୍ୟାଳୟର ବିଭିନ୍ନ ଆବଶ୍ୟକତା ସଂପର୍କରେ ମାନ୍ୟବର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ଅର୍ଜନ କରିଥିବା ବିଦ୍ୟାଳୟର କୃତୀ ଛାତ୍ର ଛାତ୍ରୀମାନଙ୍କୁ ପୁରଷ୍କାର ବିତରଣ ପରେ ପିଲାମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ, ପରିଚାଳନା କମିଟିର ସଦସ୍ୟ ସଦସ୍ୟା ବୃନ୍ଦଙ୍କ ଅକୁଣ୍ଠ ସହଯୋଗରେ ଆୟୋଜିତ ଏହି ସରସ ସୁନ୍ଦର ଉତ୍ସବକୁ ଗ୍ରାମର ସହସ୍ରାଧିକ ଜନସାଧାରଣ ବିଳମ୍ୱିତ ରାତ୍ରି ପର୍ଯ୍ୟନ୍ତ ଉପଭୋଗ କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷକ ଶଙ୍କର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Related Post

Leave a Reply

Your email address will not be published. Required fields are marked *

You Missed