Spread the love

ଇଣ୍ଡି ମେଣ୍ଟ ଆଡକୁ ଢଳୁଛି କି ବିଜୁ ଜନତା ଦଳ?

ବିଜେଡିର ଦୁଇ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ଦେବାଶିଷ ସାମନ୍ତରାୟଙ୍କ ଇସାରା ଏ ଚର୍ଚ୍ଚାକୁ ଖୋରାକ୍ ଯୋଗାଉଛି। ଦିନକ ପରେ ହରିଆଣା ଓ ଜାମ୍ମୁ କାଶ୍ମୀରରେ ରେଜଲ୍ଟ ଆସିବାକୁ ଥିବାବେଳେ ଇଣ୍ଡି ମେଣ୍ଟ ସପକ୍ଷରେ ଏଗଜିଟ୍ ପୋଲକୁ ନେଇ ଉତ୍ସାହିତ ବିଜେଡି ନେତା

ବୁଝିବା ଲୋକଙ୍କୁ ଇସାରା ହିଁ ଯଥେଷ୍ଟ । ବିଜେଡି ସାଂସଦଙ୍କ ଏହି ବୟାନ ହିଁ ଇସାରା କରୁଛି ବିଜେଡି କେଉଁ ଆଡକୁ ଢଳୁଛି ।  ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ଦକ୍ଷିଣ ରାଜ୍ୟରେ ଇଣ୍ଡି ମେଣ୍ଟର ଭଲ ପ୍ରଦର୍ଶନ ପରେ, ଏବେ ହରିୟାଣା ଓ ଜାମ୍ମୁ-କାଶ୍ମୀରରେ ଏଗଜିଟ୍ ପୋଲ ଇଣ୍ଡି ସପକ୍ଷରେ ଯାଇଛି । ଏହାକୁ ନେଇ ଉତ୍ସାହିତ ଅଛି କଂଗ୍ରେସ । ଏତିକିବେଳେ ନିର୍ବାଚନରେ ବିଜେପିଠାରୁ ପରାଜୟ ପରେ, ସମଦୂରତାର କଥା କହି ଆସୁଥିବା ବିଜେଡି ନେତାଙ୍କ ବୟାନ ଏବେ ଭିନ୍ନ ଇସାରା ଦେଉଛି। ବିଜେଡିର ଦୁଇ ନେତା  ଦେବାଶିଷ ସାମନ୍ତରାୟ ଓ ପ୍ରସନ୍ନ ଆଚାର୍ୟ୍ୟଙ୍କ ବୟାନ, ବିଜେଡି ଇଣ୍ଡି ମେଂଟ ଆଡ଼କୁ ଢଳିବାର ସଂକେତ ଦେଉଛି ବୋଲି ଚର୍ଚ୍ଚା ହେଉଛି। 

୨୦୦୯ରେ ବିଜେପି ସହ ମେଂଟ ଭାଙ୍ଗିବା ପରେ ବିଜେଡି ସମଦୂରତା କଥା କହିଆସୁଥିଲା । ହେଲେ ବିଭିନ୍ନ ପ୍ରସଙ୍ଗରେ ବିଜେପି ତଥା ଏନଡିଏକୁ ସମର୍ଥନ ଦେଉଥିଲା ବିଜେଡି। କିନ୍ତୁ ଏବେ ବିଜେପିଠାରୁ ପରାଜୟ ପରେ କଂଗ୍ରେସ ଆଡକୁ ଢଳିବାକୁ ଆରମ୍ଭ କରିଛି ବିଜେଡି । 

ଚଳିତବର୍ଷ ଶେଷ ଆଡକୁ ମହାରାଷ୍ଟ୍ର ଓ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ହେବ । ଏଠାରେ ବି ଇଣ୍ଡି ମେଂଟ  ସପକ୍ଷରେ ବିଜେଡି ମତ ରଖିଛି । ଏହାକୁ ନେଇ କଡା ପ୍ରତିକ୍ରିୟା ଦେଇଛି ବିଜେପି । ଇଣ୍ଡି ମେଂଟକୁ ବିଜେଡି ଗଲେ କିଛି ପ୍ରଭାବ ପଡିବନି ବୋଲି କହିଛି ଶାସକ ଦଳ । 

ନିର୍ବାଚନ ପରେ ବିଜେଡି-ବିଜେପି ମଧ୍ୟରେ ଦୂରତା ବଢିଛି । ରାଜ୍ୟରେ ବିଜେଡିର ନମ୍ୱର ୱାନ ଶତ୍ରୁ ପାଲଟିଛି ବିଜେପି । ତେଣୁ ବିଜେପିକୁ ହରାଇବା ପାଇଁ ଇଣ୍ଡିଆ ମେଂଟ ସହ ବିଜେଡି ହାତ ମିଳାଇପାରେ ବୋଲି ଚର୍ଚ୍ଚା ବଢିଛି । 

Related Post

Leave a Reply

Your email address will not be published. Required fields are marked *