Spread the love

ଅରିଲୋ ମେଳଣ ସାରସ୍ୱତ କମିଟି ପକ୍ଷରୁ ପଞ୍ଚଦଶ ବସନ୍ତ ମିଳନ
ଫୁଲନଖରା ୧୦/୩(ଦର୍ଶନ ସମୀକ୍ଷା ) କଟକ ସଦର ଥାନା ଅନ୍ତର୍ଗତ ଐତିହାସିକ ଅରିଲୋ ମେଳନ ଅବ୍ୟବହିତ ପୂର୍ବରୁ ଅରିଲୋ ମେଳଣ ସାରସ୍ଵତ କମିଟି ପକ୍ଷରୁ ପଞ୍ଚଦଶ ବସନ୍ତ ମିଳନ ଓ ସାହିତ୍ୟରେ ବସନ୍ତ ରାସ ଆଲୋଚନା ଚକ୍ର ଶ୍ରୀଜନାର୍ଦ୍ଦନ ଦେବଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ସମ୍ପାଦକ ଲିଙ୍ଗରାଜ ମହାନ୍ତି ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଗାଳ୍ପିକ ଆର୍ଯ୍ୟ ଜଜ୍ଞଦତ୍ତ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ବସନ୍ତ ତ୍ରୀପାଠୀ, ସମ୍ମାନିତ ଅତିଥି ଭାବେ ଅଟଳ ବିହାରୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ରାମଚନ୍ଦ୍ର ପଲେଇ ଏବଂ କବି ପ୍ରବୀର ମହାନ୍ତି, ଶିକ୍ଷାବିତ୍ ତଥା ଉପଦେଷ୍ଟା ଶରତ କୁମାର ରଥ ପ୍ରମୁଖ ଯୋଗଦେଇ ଥିଲେ । ଅନୁଷ୍ଠାନ ପକ୍ଷରୁ ପ୍ରାବନ୍ଧିକ ସୁଶାନ୍ତ କୁମାର ସ୍ୱାଇଁ ଏବଂ ପାଲା ଗାୟକ ଯୁଧିଷ୍ଠିର ପରିଜାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥି ମାନେ ଓଡ଼ିଶାର ଐତିହ୍ୟ ପରମ୍ପରାକୁ ନେଇ ପ୍ରକାଶ ପାଉଥିବା ବାସନ୍ତୀକ ର ପଞ୍ଚଦଶ ସଂଖ୍ୟା ଉନ୍ମୋଚିତ କରିଥିଲେ । ଚଳିତ ବର୍ଷ ଅନୁଷ୍ଠାନ ଦ୍ଵାରା ଆୟୋଜିତ ସ୍କୁଲସ୍ତରୀୟ “ଆମ ସଂସ୍କୃତିରେ ଦୋଳ ପର୍ବ” ଶିର୍ଷକ ପ୍ରବନ୍ଧ ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀ ନଛିପୁର ସରସ୍ୱତୀ ଶିଶୁ ମନ୍ଦିରର ଆକାଂକ୍ଷା ପ୍ରିୟଦର୍ଶିନୀ ନାୟକ, ସଇନ୍ଧା ସରକାରୀ ନୋଡାଲ ବିଦ୍ୟାଳୟର ଶର୍ମିଷ୍ଠା ମୁଦୁଲି, ଅଙ୍କିତା ଦାସ ଓ ଧାକୁଲେଇ ସରକାରୀ ଉଚ୍ଚ ବିଦ୍ୟାଳୟର ଶ୍ୱେତାଲିନା ରାଉତଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଞ୍ଜୟ କୁମାର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ତଥା ଗୋପାଳ ଚନ୍ଦ୍ର ମିଶ୍ର ସମ୍ପାଦକୀୟ ପାଠ କରିଥିବା ବେଳେ ମହେଶ୍ବର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନ ଯୋଗ ଦେଇ ଥିବା ବେଳେ ପ୍ରଶାନ୍ତ ବେହେରା, ବ୍ରହ୍ମାନନ୍ଦ ସାହୁ, ପ୍ରଫୁଲ୍ଲ ବେହେରା, ପ୍ରଶାନ୍ତ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Related Post

Leave a Reply

Your email address will not be published. Required fields are marked *

You Missed