ରୁବେନ ବାନାର୍ଜୀ ପୁସ୍ତକ
ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ମେଣ୍ଟ ନେଇ ହେଉଥିବା ଚର୍ଚ୍ଚା ଉପରେ ରୁବେନ୍ ଲେଖିଛନ୍ତି ଯେ ଉପକୃତ ହୋଇଥିବା ବୈଷ୍ଣବ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଓଡ଼ିଆ ଅଧିକାରୀଙ୍କ ମାଧ୍ୟମରେ ମେଣ୍ଟ ପାଇଁ ଉଦ୍ୟମ ହୋଇଥିଲା।
ଏଥିପାଇଁ ପାଣ୍ଡିଆନ ଚାଟାର୍ଡ ବିମାନରେ ବହୁଥର ଦିଲ୍ଲୀ ଯିବା ସହ ବିଳମ୍ବିତ ରାତିରେ ଆଲୋଚନା କରି ପୁଣି ଭୁବନେଶ୍ବର ଫେରି ଆସୁଥିଲେ। ମେଣ୍ଟ ହେବା ଏକପ୍ରକାରର ଥୟ ଥିଲା। କିନ୍ତୁ ଓଡ଼ିଶା ବିଜେପି କେନ୍ଦ୍ରୀୟ ନେତୃତ୍ବଙ୍କୁ ବୁଝାଇଥିଲା ଯେ ଓଡ଼ିଶାରେ ପାଣ୍ଡିଆନ ବିରୋଧରେ ଲୋକଙ୍କ ସ୍ବର ବଦଳୁଛି। ସରକାର ପରିବର୍ତ୍ତନ ପାଇଁ ଲୋକ ଚାହୁଁଛନ୍ତି। ଯଦି ବିଜେପି-ବିଜେଡି ମେଣ୍ଟ ହୁଏ ତେବେ କଂଗ୍ରେସ ଫାଇଦାରେ ରହିବ।