୨୪ତମ ନିମାପଡା ମହୋତ୍ସବ ଉଦଘାଟିତ ଦର୍ଶନ ସମୀକ୍ଷା
ନିମାପଡା,୨୬/୧୨।.ହେଲ୍ପଲାଇନିର ସଭାପତି ଅକ୍ଷୟ ସାହୁ, ମହୋତ୍ସବ କମିଟିର ସମ୍ପାଦକ ନିଗମାନନ୍ଦ ସାହୁଙ୍କ ଉପସ୍ଥିତିରେ ମହୋତ୍ସବ କମିଟିରା ସଭାପତି ତଥା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ପ୍ରଦ୍ବୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ମହୋତ୍ସବକୁ ଉଦଘାଟନ କରିଥିଲେ l
ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ,ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ପୂର୍ବତନ ସାଂସଦ ଅନୁଭବ ମହାନ୍ତି, ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନିତି ଅଗ୍ରୱାଲା ସୁଦୀପ୍ତ ରାୟ, ନିମାପଡା ନଗରପାଳ ସସ୍ମିତା ସାହୁ, ଏନଏମ ଗ୍ରୁପ ଅଫ ଇନ୍ ଷ୍ଟିଚ୍ୟୁସନ ଏମଡି ରିଚ୍ଚା ପରିଡା, ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ l ନିମାପଡା ମହୋତ୍ସବ ମାଧ୍ୟମରେ ଓଡିଶାର କଳା ସାଂସ୍କୃତିକ ସୁଦୂର ପ୍ରଶାରି ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ l ପ୍ରଥମେ ସ୍ଥାନୀୟ ସଂକ୍ରୀତନ, ଘୋଡାନାଚ ଓ ପାଇକ ଆଖଡ଼ା କଳାକାରଙ୍କୁ ନେଇ ଏକ ବିରାଟ ରା଼ଲି ଅନୁଷ୍ଠିତ ହୋଇଥିଲା l
ତୁହାକୁ ତୁହା ବର୍ଷା ସତ୍ୱେ ଉଦଘାଟନୀ ସନ୍ଧ୍ୟାରେ ନିମାପଡା ‘ନୃତ୍ୟାଳୟା’ କଳାକାରମାନେ ପରିବେଷଣ କରିଥିଲେ ଓଡିଶୀ ନୃତ୍ୟ ଶୈଳୀରେ ‘ ବସନ୍ତ ରାସ’ ଦ୍ଵିତୀୟ ପର୍ଯ୍ୟlୟରେ କୋଲକତାର ‘ନୃତ୍ୟବ୍ରିତି’ ଅନୁଷ୍ଠାନର କଳାକାର ବୃନ୍ଦ ପରିବେଷଣ କରିଥିଲେ ଭାରତନାଟ୍ୟମ ନୃତ୍ୟ ଶୈଳୀରେ ‘ ଦୁର୍ଗତି ନାଶିନୀ ମା’ଦୁର୍ଗା l ପ୍ରତାପ ରାଉତ, ନିରଞ୍ଜନ ପଳତା ଓ ସୁଶ୍ରୀ ସ୍ଵାଗତିକା ନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l ରମାକାନ୍ତ ବେହେରା, ପ୍ରତାପ କୁମାର ପାତ୍ର, ଭବାନୀ ଶଙ୍କର ନନ୍ଦ, ଚନ୍ଦ୍ରକାନ୍ତ ବରାଳ, ସୁବ୍ରତ ଦାଶ ଏବଂ ହେଲ୍ପଲାଇନିର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ l