Spread the love

ପ୍ରକୃତି ସ୍ୱରୂପା – ସ୍ତ୍ରୀ

ପ୍ରତ୍ୟକ ପଢିବା ଉଚିତ୍…..

ସ୍ତ୍ରୀ ଏବଂ ପୁରୁଷ ମଧ୍ୟରେ ସଂଙ୍ଘର୍ଷ ନାହିଁ, ବିପରୀତ ବୋଧ ନାହିଁ, ଉତ୍ପୀଡ଼ନ ମଧ୍ୟ ନାହିଁ I ସଂସାର କୁ ସୁନ୍ଦର କରି ଗଢିବା ପାଇଁ ଦୁହେଁ ଅଭିପ୍ରେତ I ସ୍ତ୍ରୀ ଏବଂ ପୁରୁଷ ମଧ୍ୟରେ ପ୍ରକୃତି ଭାରସାମ୍ୟତା ରକ୍ଷା କରିଛି I

ପୁରୁଷ ଚାହେଁ ଅନୁଗାମୀ,
ସ୍ତ୍ରୀ ଚାହେଁ ସହଗାମୀ …. ପୁରୁଷର ପ୍ରବୃତ୍ତି ଗତ ଭାବେ ଅଧିକାର ସାବ୍ୟସ୍ତ କରିବାକୁ ଚାହେଁ ,
ସ୍ତ୍ରୀ ନିଜ ସୌନ୍ଦର୍ଯ୍ୟରେ ଅନ୍ୟର ଦୃଷ୍ଟି ଆକର୍ଷଣ କରିବାକୁ ଚାହେଁ …..

ସ୍ତ୍ରୀ….ପରିବାରର କେନ୍ଦ୍ର, ମମତା ର ଉତ୍ସ,
ସୁରକ୍ଷା ର କବଚ ….
ସେ ସମାଜରେ ନିଜ ଉଚ୍ଚ ସ୍ଥାନ ପାଇଁ ଚେଷ୍ଟିତ ଥାଏ , ଗୋଟିଏ ଗଛ ର ମୂଳ ଭଳି ଦୃଢ଼ ଭିତ୍ତି ନିର୍ମାଣ କରେ …..

ପରନ୍ତୁ….ପୁରୁଷ ବୃକ୍ଷ ର ମେରୁଦଣ୍ଡ, ଡାଳ ପତ୍ର ଭଳି ନିଜକୁ ପ୍ରସାରିତ, ବିସ୍ତାରିତ କରିବାକୁ ଚାହେଁ ……

ସ୍ତ୍ରୀ କେନ୍ଦ୍ର ବିନ୍ଦୁ,
ପୁରୁଷ ତାର ପରିଧି …
ସ୍ତ୍ରୀ ଆକର୍ଷଣ
ପୁରୁଷ ଆକ୍ରମଣ ….
ସ୍ତ୍ରୀ ସୃଜନ କାରି,
ପୁରୁଷ ପାଳନ କାରି ….

ପ୍ରକୃତି ମାନେ ସ୍ତ୍ରୀ ଏବଂ ପୁରୁଷ, ସମ୍ପର୍ଣ୍ଣ ଭାବେ ପରିପୂରକ ….

ସ୍ତ୍ରୀ, ପୁରୁଷ ର ପ୍ରତିଯୋଗୀ ନୁହେଁ, ତଥାପି ସଙ୍ଘର୍ଷ ର କାରଣ ଅନେକ ……

ପୁରୁଷ ଅଧିକାର ସାବ୍ୟସ୍ତ କରି ଚାଲେ,
ସ୍ତ୍ରୀ ସ୍ଵାଭିମାନ ସାବ୍ୟସ୍ତ କରିଥାଏ …
ପୁରୁଷ ର ସ୍ୱଭାବ ଆକ୍ରମକ, ସ୍ତ୍ରୀ ସର୍ବଦା ସହଯୋଗୀ …
ସ୍ତ୍ରୀ କଳ୍ପନା ର ଯାଦୁକାରୀ, ପୁରୁଷ ବାସ୍ତବତାର ଅଧିକାରୀ ….
ସ୍ତ୍ରୀ ଆଶା ରେ ବଞ୍ଚି ଥାଏ, ପୁରୁଷ ଲକ୍ଷ୍ୟ ପ୍ରାପ୍ତି ରେ ଭରଷା ରଖେ …
ପୁରୁଷ ଏକାନ୍ତ ଆନୁଗତ୍ୟ ଚାହେଁ,
ସ୍ତ୍ରୀ ମମତା ର ସ୍ନିଗ୍ଧ ପରସ ଚାହେଁ …..

ପୁରୁଷ ନିଜ ଅହଙ୍କାର ଙ୍କୁ ପ୍ରତିଷ୍ଠିତ କରିବାକୁ ଚାହେଁ ,
ସ୍ତ୍ରୀ ନିଜ ର ପୂର୍ଣ୍ଣ ସ୍ୱୀକୃତି ଦାବୀ କରେ ……

ଆଜିର ନୂଆ ରଙ୍ଗମଞ୍ଚରେ ସ୍ତ୍ରୀ ପୁରୁଣା କୁସଂସ୍କାର ଓଢ଼ଣୀ ଫିଙ୍ଗି ଆଧୁନିକ ଦୁନିଆର ଦୌଡରେ ସହଭାଗୀ ….
ସ୍ତ୍ରୀ ପୁରୁଷ ସ୍ଥାନ ଅଧିକାର ପାଇଁ ବ୍ୟସ୍ତ,
ପୁରୁଷ ର ଚାଲି ଚଳନ, ଆଚରଣ ଅନୁକରଣ କରିବା ପାଇଁ ଲାଳାୟିତ …..
ଏହି ଦଉଡ ରେ ସ୍ତ୍ରୀ କେବେ ହେଲେ ପୂର୍ଣ୍ଣ ପୁରୁଷ ହୋଇ ପରିବ ନାହିଁ ,
ତଥାପି ଚେଷ୍ଟିତ…….

ସ୍ତ୍ରୀ ପ୍ରତି ଅଧିକ ସମ୍ମାନ ଦେବା ଏବଂ ସମାନତାର ସୁଯୋଗ ଦେବା ଦ୍ୱାରା ସୁସ୍ଥ ସମାଜର ମୂଳଦୁଆ କୁ ଦୃଢ଼ କରି ପାରିବା ସମ୍ଭବ ହେବ I ପାଶ୍ଚାତ୍ୟ ପ୍ରଭାବରେ, ବିଜ୍ଞାପନ, ସିନେମା ଆଦିରେ ସ୍ତ୍ରୀ ର ଅଙ୍ଗଭଙ୍ଗୀ କୁ ଆକର୍ଷକ କରିବା ଦ୍ୱାରା ସ୍ତ୍ରୀ କୁ ଏକ ବସ୍ତୁ, ପ୍ରସାଧନ, ଭୋଗ୍ୟ ସାମଗ୍ରୀ ଭବେ ବ୍ୟବହାର କରିବା ଉଦ୍ୟମ ଆମ ସଂସ୍କୃତି କୁ ଅବକ୍ଷୟ କରୁଛି I

ସ୍ତ୍ରୀ ପାଇଁ ସମାଜରେ ସମ୍ମାନ ବୋଧ ନିର୍ମାଣ କରିବା ଆବଶ୍ୟକତା ରହିଛି I__

ଆମ ସଂସ୍କୃତିରେ ସ୍ତ୍ରୀକୁ ପ୍ରକୃତି ର ଆକ୍ଷା ଦିଆଯାଇଛି I

ଭଗବାନ ଶ୍ରୀକୃଷ୍ଣ ଭଗବତ ଗୀତା ରେ କହିଛନ୍ତି, ମୁଁ ସ୍ତ୍ରୀ ମଧ୍ୟରେ କୀର୍ତି, ଶ୍ରୀ, ବାକ, ସ୍ମୃତି, ମେଧା, ଧୃତି ଏବଂ କ୍ଷମା ସ୍ତ୍ରୀ ମଧ୍ୟରେ ରହିଥିବା ଏହି ଦିବ୍ୟତା ଏବଂ ଐଶ୍ୱର୍ଯ୍ୟ ର ଆକର୍ଷଣ ସଦା ସୃଷ୍ଟି କୁ ମନୋରମ ଏବଂ ସୁନ୍ଦର କରି ଥାଏ I ସୃଷ୍ଟି ନିର୍ମାଣ ଏବଂ ବିକାଶ ର ଦାୟିତ୍ୱ ସ୍ତ୍ରୀ ପାଖରେ I

କୀର୍ତ୍ତି, ସ୍ତ୍ରୀ ର ସର୍ବ ପ୍ରଧାନ ଓ ପ୍ରଥମ ଦିବ୍ୟତା
ସ୍ତ୍ରୀ… ସବୁବେଳେ କୀର୍ତ୍ତି, ପ୍ରତିଷ୍ଠା, ସମ୍ମାନ ଓ ଯଶ ର ପରିଚୟ I ବାସନା ଯେଉଁଠି ନତ ମସ୍ତକ ହୁଏ ସେଠି କୀର୍ତ୍ତି ର ଗାରିମା ଫୁଟି ଉଠେ I

କାମନା ଯେଉଁଠି ହଜି ଯାଏ, ସେଠି କୀର୍ତ୍ତି ର ଶାନ୍ତି ଥାଏ ..
କୀର୍ତ୍ତି…ଦ୍ୱାରା ବାସନା ତିରୋହିତ ହୋଇ ଗୁଣବତ୍ତା ସେହି ସ୍ଥାନ ଅଧିକାର କରେ , କୀର୍ତ୍ତି… ପ୍ରଜ୍ବଳିତ କାମଜ୍ୱାଳା କୁ ଶୀତଳ ଜଳ ସିଞ୍ଚନ କରି, ମାତୃତ୍ୱର ପରସ ଢ଼ାଳିଦିଏ ….

କୀର୍ତି… ସ୍ତ୍ରୀ ର ସର୍ବୋଚ୍ଚ ଶିଖର ଚେତନା ,
କୀର୍ତି… ସ୍ତ୍ରୀ ମଧ୍ୟରେ ମାତୃତ୍ୱ ବାସନା,
କୀର୍ତ୍ତି… ହି ତେଜ ପୁଞ୍ଜ,
କୀର୍ତ୍ତି… ସୌନ୍ଦର୍ଯ୍ୟ ର ମହିମା ….
କୀର୍ତ୍ତି…ଦୃଶ୍ୟମାନ ଶରୀର ର ସୁନ୍ଦରତାରୁ ଊର୍ଦ୍ଧ୍ଵରେ ….
କୀର୍ତ୍ତି… ଶୀତଳ କୋମଳତା ର ନିସ୍ତଦ୍ଧତା ରେ…..

ଶ୍ରୀ …ସ୍ତ୍ରୀ ର ଦ୍ଵିତୀୟ ଦିବ୍ୟତା
ଶ୍ରୀ …ମଙ୍ଗଳ ମୟ,
ଶ୍ରୀ …ଲଷ୍ମୀ,
ଶ୍ରୀ …ଅପାର୍ଥିବ,
ଶ୍ରୀ …ସୌନ୍ଦର୍ଯ୍ୟ ମୟ,
ଶ୍ରୀ …ସମର୍ପଣ,
ଶ୍ରୀ …ଜନନୀ,
ଶ୍ରୀ …ମାତୃ ଗର୍ଭା
ଶ୍ରୀ …ଅଗ୍ରଗଣ୍ୟ,
ଶ୍ରୀ…ଅଗ୍ରପୂଜ୍ୟ
ଶ୍ରୀ…ସୃଷ୍ଟିର କାରଣ
ଶ୍ରୀ… ମାତୃ ରୁପା
ଶ୍ରୀ…ସୃଷ୍ଟି ର ମୂଳ,
ଶ୍ରୀ…ଆଦି ଶକ୍ତି ଏବଂ
ଶ୍ରୀ…ଜୀବନ ର ଉତ୍ସ
ଶ୍ରୀ…ଦୁର୍ଗା, ଲଷ୍ମୀ, ସାରସ୍ୱତୀ ଶ୍ରୀ…ଶକ୍ତି ରୁପା, ଜ୍ଞାନ ରୁପା, ସମ୍ପଦ ରୁପା

ଆମେ ଜନ୍ମ ମାଟି କୁ ମାତୃଭୂମି କହୁ, ପିତୃଭୂମି ନୁହେଁ I ସ୍ତ୍ରୀ ଠାରୁ ପୁରୁଷ ର ଜନ୍ମ I ତେଣୁ ଆମ ଶାସ୍ତ୍ର ରେ ଶ୍ରୀ, ନାମ ର ପ୍ରଥମ ଅକ୍ଷର I ତେଣୁ ପ୍ରତ୍ୟକ ପୁରୁଷ ନିଜ ନାମ ଉଚ୍ଚାରଣ କିମ୍ବା ଲେଖିବା ପୂର୍ବରୁ ଶ୍ରୀ ଲେଖେ….

ସ୍ତ୍ରୀ, ର ତୃତୀୟ କଳା ବାକ

ବାକ…ଭାଷା,
ବାକ..ସୃଜନ ଶୀଳ,
ବାକ..ମଧୁର ଲାଳିତ୍ୟ,
ବାକ..ନୃତ୍ୟର ଝଙ୍କାର, ବାକ..ସଂଗୀତ ର ମୂର୍ଚ୍ଛନା, ବାକ..ତୁଳି ର ଜୀବନ୍ତ ଛବି, ବାକ..କଳା ର ସପ୍ତ ରଙ୍ଗ
ବାକ…ବାକ ପ୍ରଗଳ୍ଭତା,
ବାକ…ବାକ ମୌନତାର ଗାରିମା
ବାକ…ବାକ ନିଶବ୍ଦତା
ବାକ… ନୀରବତା
ବାକ… କଥାର ଚାତୁରୀ

ବାକ…ମାତୃଭାଷା ଶିଖାଏ
ବାକ…ଶିଶୁକୁ ଭାଷା ଦିଏ,
ବାକ…ଭାବ ଦିଏ
ବାକ…ସୃଷ୍ଟିର ସୃଜନକୁ ପରିଚୟ ଦିଏ

ସ୍ତ୍ରୀର ଚତୁର୍ଥ ବିଭବ ସ୍ମୃତି

ସ୍ମୃତି… ଏକ ଅଭିଲେଖ,
ସ୍ମୃତି… ଅସ୍ତିତ୍ୱ ର ନକସା,
ସ୍ମୃତି… ଭାବ ଓ ଭାଷାସ୍ମୃତି ର ଗନ୍ତାଘର
ସ୍ମୃତି… ରେ ଆଙ୍କି ହୋଇ ଯାଏ ସାରା ସଂସାର

ସ୍ତ୍ରୀ ର ପଞ୍ଚମ ଦିବ୍ୟତା- ମେଧା
ମେଧା… ସ୍ତ୍ରୀ ର ଉଚ୍ଚତମ ଚେତନା
ମେଧା…ସ୍ତ୍ରୀ ର ବିଚାର
ମେଧା… ଧାରଣା,
ମେଧା… ବୁଦ୍ଧି,
ମେଧା… ପ୍ରଜ୍ଞା

ପ୍ରଜ୍ଞା, ମେଧାର ର ଉଚ୍ଚତମ ସୋପାନ I ସେଥିପାଇଁ ମହିଳା ମନେ ଅଧିକ ସଂଖ୍ୟାରେ ଭାଗବତ ପାଠ, ପୂରଣ ଶାସ୍ତ୍ର, ମନ୍ଦିର, ଧର୍ମ ଚର୍ଚ୍ଚା, ଧାର୍ମିକ ସଂସ୍କାର ରେ ଅଧିକ ସମୟ ଅତିବାହିତ କରନ୍ତି I

ଧୃତି, ସ୍ତ୍ରୀ ର ସର୍ବଶ୍ରେଷ୍ଠ ଷଷ୍ଠ ଗୁଣ

ଧୃତି… ଧୈର୍ଯ୍ୟର ଅନ୍ୟନାମ ଯାହା ପୁରୁଷ ଠାରୁ ବହୁ ଗୁଣରେ ଅଧିକ ସ୍ତ୍ରୀ ପାଖରେ ଥାଏ l

ଧୃତି… ଧର୍ଯ୍ୟ,
ଧୃତି…ସ୍ଥିରଧୃତିତା,
ଧୃତି…ଅପେକ୍ଷା ଏବଂ
ଧୃତି…ଭରଷା

ଧୃତି… ସହନ ଶିଳତା ଦିଏ,
ଧୃତି…ପ୍ରଶାନ୍ତି ଭାବ ଦିଏ,
ଧୃତି…ସ୍ଥିର ଅବିଚଳିତ ମନ ଦିଏ

ପାହାଡ଼ ଭଳି ଧର୍ଯ୍ୟ ସ୍ତ୍ରୀ ର ଥାଏ I ସେ ପୁରୁଷ କୁ ସାନ୍ତ୍ୱନା ଦେଇ ପାରେ I ସେହି ଅସୀମ ଧୈର୍ଯ୍ୟ ନଥିଲେ. ଶିଶୁକୁ ନଅ ମାସ ରଖି ଜନ୍ମ ଦେବା ଅସମ୍ଭଵ ହୁଅନ୍ତା I

କ୍ଷମା, ସ୍ତ୍ରୀ ର ସର୍ବଶ୍ରେଷ୍ଠ ସପ୍ତମ ମହାନ ବିଭୁତି

କ୍ଷମା…ମାତୃତ୍ୱ କୁ ମହନୀୟ କରେ,
କ୍ଷମା…ଜଟିଳ ଓ କଠିଣ ଦୁନିଆରେ ସହଜତା ଭରିଦିଏ,
କ୍ଷମା…କ୍ରୋଧ, ଇର୍ଷା କୁ ଶାନ୍ତ କରେ I
କ୍ଷମା… ମନକୁ ନିର୍ମଳ ରଖେ କ୍ଷମା… ସ୍ତ୍ରୀ ର ଆଭୂଷଣ, କ୍ଷମା…ଅଭ୍ୟାସ ଗତ ବ୍ୟବହାର

ଶିଶୁକୁ ଜନ୍ମ ଦେବା, ପୁତ୍ର ସନ୍ତାନ କୁ ଲାଳନ ପାଳନ କରିବା କ୍ଷମା ଶୀଳତା ର ପ୍ରଚୁର୍ଯ୍ୟ ଯୋଗୁଁ ସ୍ତ୍ରୀ ଏହା ତୁଲାଇ ପରେ I ଏହି ସାତ ରଙ୍ଗର ମହକ ସ୍ତ୍ରୀ ପାଖରେ ଝଲସୁ ଥାଏ I ଏହାହିଁ ପୁରୁଷ କୁ ଆକର୍ଷଣ କରେ, ପୁରୁଷ କୁ ଅଵିଭୂତ କରେ I

ସ୍ତ୍ରୀ ପାଖରେ ଏହି ଐଶ୍ୱରିକ ଭଣ୍ଡାର ସମାଜରେ ଶ୍ରେଷ୍ଠତା ଆଣିଦିଏ I ସମୟର ଆବଶ୍ୟକତା ଅନୁଯାଇ ସ୍ତ୍ରୀ ଏବଂ ପୁରୁଷ ର କାର୍ଯ୍ୟ ଶୈଳୀ ରେ ଟିକିଏ ପରିବର୍ତ୍ତନ ହୋଇ ପାରେ I ପୁରୁଷ ଏବଂ ସ୍ତ୍ରୀ ପରିପୂରକ I ସୁସ୍ଥ ସମାଜ ନିର୍ମାଣ ପାଇଁ ଏକ ସୁନ୍ଦର ପରିବାର ଗଢ଼ିବାର ସମୟ ଆସିଛି I ସାମାଜିକ ଆବଶ୍ୟକତା ଅନୁଯାଇ ସ୍ତ୍ରୀ ଏବଂ ପୁରୁଷ କାର୍ଯ୍ୟ ବ୍ୟବସ୍ଥାରେ ନୂଆ ଭାରଷାମ୍ୟତା ଉପଯୋଗୀ ହେବ I ବିବାହ ଏବଂ ପରିବାର କେବଳ ସାମାଜିକ ଆବଶ୍ୟକତା ନୁହେଁ, ଏହା ଆଧ୍ୟାତ୍ମିକ ଜୀବନ ର ଅପରିହାର୍ଯ୍ୟ ଅଙ୍ଗ I

ବାସ୍ତବରେ ଭାରତ ବର୍ଷକୁ ପୁନଃ ପରମ ବୈଭବଶାଳୀ ଓ
ବିଶ୍ଵଗୁରୁ ଆସନରେ ଆସୀନ କରିବାକୁ ହେଲେ, ରାଷ୍ଟ୍ର ଓ ଧର୍ମ ର ସୁରକ୍ଷା ପାଇଁ ପ୍ରକୃତି ସ୍ଵରୂପା ନାରୀ ଜାତି କୁ ସମ୍ମାନ ଦେବାକୁ ହେବ l ଏହାହିଁ ପ୍ରତ୍ୟକ ସ୍ଵୟଂ ସେବକ ର ଧେୟ l ଏହା ଦ୍ଵାରା ଆମ ଯୁବ ପିଢୀଙ୍କୁ ନାରୀ ନିର୍ଯ୍ୟାତନା, ଶିଶୁ ଶୋଷଣ, ପାରିବାରିକ ହିଂସା, ଯୌତୁକଜନିତ ମୃତ୍ୟୁ, ଛାଡପତ୍ର, ନିଶା ଗ୍ରସ୍ତ, ଧର୍ଷଣ ଆଦି ଯାବତୀୟ ନାରକୀୟ କାର୍ଯ୍ୟରୁ ରକ୍ଷା କରିପାରିବା l

ଭାରତ ମାତାଙ୍କ ଜୟ

Related Post

Leave a Reply

Your email address will not be published. Required fields are marked *

You Missed