ଲୋକେ ଆମ ସମ୍ଵନ୍ଧରେ କ’ଣ ଭାବୁଛନ୍ତି; ସେଥିରେ ବ୍ୟସ୍ତ ହେବା ନାହିଁ। ଆମେ କାହାରିକୁ ପ୍ରଭାବିତ କରିବା ନିମନ୍ତେ ଭଗବାନ କଦାପି କହିନାହାନ୍ତି; ପ୍ରତ୍ୟେକଙ୍କୁ କେବଳ ଭଲ ପାଇବା ନିମନ୍ତେ ଉପଦେଶ ଦେଇଛନ୍ତି।
ବାପା ଓ ମାଆଙ୍କୁ କେବେ ଭାଗ କରିବେ ନାହିଁ, ସେମାନେ ସମ୍ପତ୍ତି ନୁହନ୍ତି ଆମକୁ ଗଢ଼ିଥିବା ଦେବତା। ମାଆଙ୍କ ସହ ଉଚ୍ଚ ସ୍ଵରରେ କଥା ହେବେ ନାହିଁ। କାରଣ ସେ ଆମକୁ କଥା କହିବା ଶିଖାଇଛନ୍ତି।
କଥା କଥାରେ ନିଜ ଭାଗ୍ୟକୁ ନିନ୍ଦିବା କିମ୍ବା କର୍ମକୁ ଦୂରରେ ଥୋଇ ଅନ୍ୟ ଉପରେ ନିର୍ଭର କରିବା; ଆମକୁ ଗୋଟିଏ ଅଳସୁଆ ଏବଂ ମୂର୍ଖ ଭାବରେ ପ୍ରମାଣିତ କରିଥାଏ।
ଜୀବନର ପ୍ରକୃତ ଆନନ୍ଦ ନେବାପାଇଁ ଅନ୍ୟ ଉପରେ ନିର୍ଭର କରନ୍ତୁ ନାହିଁ; ବରଂ ନିଜ ରାସ୍ତାରେ ନିଜେ ଆଗେଇ ଚାଲନ୍ତୁ।
ପୃଥିବୀରେ ସବୁଠାରୁ ବଡ଼ ପ୍ରଦୂଷିତ ସ୍ଥାନ ହେଉଛି ମଣିଷର ମନ, ଏହା ଯଦି ପରିଷ୍କାର ରହନ୍ତା; ତେବେ ସାରା ଜୀବନ ସୁଖମୟ ହୋଇପାରନ୍ତା।
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ👏