ପୁତ୍ର ଶତ୍ରୁ ହେଲେ କହିବ କିଏ
ସ୍ତ୍ରୀ ଶତ୍ରୁ ହେଲେ ସହିବ କିଏ
ଭାଇ ଶତ୍ରୁ ହେଲେ ରହିବ କିଏ
ବନ୍ଧୁ ଶତ୍ରୁ ହେଲେ ମୋହିବ କିଏ
ହରି ଶତ୍ରୁ ହେଲେ ରଖିବ କିଏ
ମୃତ୍ୟୁ ଶତ୍ରୁ ହେଲେ ଦେଖିବ କିଏ
କର୍ମ ଶତ୍ରୁ ହେଲେ ମିଳେନା ବାସ
ଗୁଣ ଶତ୍ରୁ ହେଲେ ସରବନାଶ।
ନାଁ ବଡ଼ ନା ପଦ ବଡ଼, ନା ଅର୍ଥ ବଡ଼ ନା ଧର୍ମ ବଡ଼……
ଅସଲ କଥାଟି ହେଲା ବିପଦରେ ଯିଏ ସାଥିରେ ରହିଥାଏ ସେହି ହିଁ ସବୁଠୁ ବଡ଼ ।
କିଛି ମଣିଷଙ୍କର ମଣିଷଙ୍କ ସାଙ୍ଗରେ କେବଳ ମତଲବ ଥାଏ, ମାନସିକତା ସାଙ୍ଗରେ ନୁହେଁ ।
ଆଜିକା ସମାଜରେ ଯେଉଁ ଲୋକ ନିଜକୁ ଯେତେ Adjust କରି ଚଳେ, ତାକୁ ସେତେ ଅଧିକ Adjust କରିବାକୁ ବାଧ୍ୟ କରିଦିଆଯାଏ ।

ଏ ଦୁନିଆର ସବୁଠାରୁ ମହଙ୍ଗା ଉପହାର ହେଉଛି “ଭଲ ଜୀବନସାଥୀ”,ଯାହା ମୂଲ୍ଯରେ ନୁହେଁ…ଭାଗ୍ୟରେ ଥିଲେ ମିଳେ।
ଇଛା ଠାରୁ ସବୁବେଳେ ଦୂରେଇ ରୁହନ୍ତୁ,କାହିଁକି ନା ଇଛା ପୂରଣ ହୋଇଗଲେ ଲୋଭ ବଢି ଥାଏ ଆଉ ପୂରଣ ନ ହେଲେ କ୍ରୋଧ ବଢିଥାଏ।
“ଅହଙ୍କାର” ଆଉ “ସଂସ୍କାର” ଭିତରେ କେବଳ ଫରକ ଏତିକି ଯେ ଅହଙ୍କାର ଅନ୍ୟର ମଥା ନୂଆଁଇ କି ଖୁସି ହୋଇଥାଏ,ଆଉ ସଂସ୍କାର ନିଜେ ନଇଁ ଯାଇ ଖୁସି ହୋଇଥାଏ।
ବାପା ମାଆଙ୍କ ଜୀବନ କଟିଗଲା ପୁଅକୁ ମଣିଷ କରିବା ପାଇଁ,ଆଉ ପୁଅ ଆଜି ସେମାନଙ୍କ ପାଇଁ Old age home ଖୋଜୁଚି …ଖରାପ ଲାଗିଲେ ବି ସତ୍ଯ।