Spread the love

ନିମାପଡ଼ା:(ଦର୍ଶନ ସମୀକ୍ଷା) ସର୍ବପୁରାତନ କ୍ଲବ ଟାଉନକ୍ଲବର ବାର୍ଷିକ ଉତ୍ସବ, ସମ୍ବର୍ଦ୍ଧନା ସମାରୋହ ଓ ଦୁଇଦିନ ଧରି ନାଟକ ମଞ୍ଚସ୍ଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସ୍ଥାନୀୟ ରାସବାଡ଼ି ମଠପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ କ୍ଲବର ପୂର୍ବତନ କର୍ମକର୍ତ୍ତା ଏବଂ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ କୃତୀ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। କ୍ଲବର ଦୁଇ ପୂର୍ବତନ ସଭାପତି ରାଜକିଶୋର ସାହୁ,ଗୟାଧର ବେହେରା ଏବଂ ଦୁଇ ପୂର୍ବତନ ସଂପାଦକ ଶରତଚନ୍ଦ୍ର ସାହୁ, କାଶୀନାଥ ବେହେରା, କର୍ମକର୍ତ୍ତା ମନୋଜ କୁମାର ବାରିକ, ନାଟ୍ୟ ନିର୍ଦ୍ଦେଶକ ଅରୁଣ ମହାପାତ୍ର, ବରିଷ୍ଠ ସାମ୍ବାଦିକ ବିଚିତ୍ରାନନ୍ଦ ସାହୁ ଓ ଚିତ୍ତରଞ୍ଜନ ମହାନ୍ତି ପ୍ରମୁଖଙ୍କୁ ଫୁଲ ତୋଡ଼ା, ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା। ଟାଉନ କ୍ଲବ ସଭାପତି ଅକ୍ଷୟ ବେହେରା କାର୍ଯ୍ୟକ୍ରମ ଅଧ୍ଯକ୍ଷତା କରିଥିବା ବେଳେ ଉପଦେଷ୍ଟା ସଚ୍ଚିଦାନନ୍ଦ ସାହୁ, ଗ୍ରାମ୍ୟକମିଟି ସଭାପତି ପଦ୍ମଚରଣ ସାହୁ, ସମ୍ପାଦକ ସୁରେନ୍ଦ୍ରନାଥ ସାହୁ, ଟାଉନ କ୍ଲବ ସମ୍ପାଦକ ହରେରାମ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ନୃତ୍ୟାଳୟା ଡ୍ୟାନ୍ସ ଏକାଡେମୀର କୁନିକୁନି କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା।

ଏହାପରେ ଟାଉନକ୍ଲବ ସଦସ୍ୟ ମାନଙ୍କୁ ନେଇ ନାଟକ ‘ମୋ ପ୍ରେମରେ ଲାଗିଲା କାହା ନଜର’ ମଞ୍ଚସ୍ଥ ହୋଇ ଥିଲା। ଦ୍ଵିତୀୟ ସନ୍ଧ୍ୟାରେ ନିମାପଡ଼ାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଏଟିଏଚ ରକ୍ସ ପରିବାର, ବରିଷ୍ଠ କଳାକାର ନିର୍ମଳ ମହାପାତ୍ର, ଶଶାଙ୍କ ଶେଖର ନାୟକ, ରସାନନ୍ଦ ସାହୁ ଏବଂ କ୍ଲବର ଯୁବପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। କ୍ଲବର ପ୍ରଥମ ଥର ପାଇଁ ବାର୍ଷିକଉତ୍ସବ ପାଳନ ଏବଂ ନାଟକ ପରିବେଷଣ ହେଉଥିବାରୁ ସମସ୍ତ ସଦସ୍ୟ, ଉପଦେଷ୍ଟା ତଥା ସମଗ୍ର ଗ୍ରାମବାସୀ ଉତ୍ସାହିତ ଥିଲେ। ମଞ୍ଚସ୍ଥ ନାଟକ ସମସ୍ତଙ୍କ ଦ୍ୱାରା ଆଦୃତ ହେବାସହ ଶେଷପର୍ଯ୍ୟନ୍ତ ସମସ୍ତଙ୍କୁ ବାନ୍ଧି ରଖିଥିଲା। ବରିଷ୍ଠ କଳାକାର ଅକ୍ଷୟ ବେହେରା, ବିଷ୍ଣୁ ସାସମଲ, ଗୟାଧର ବେହେରା, ଅରୁଣ ମହାପାତ୍ର, ତପନ ପଣ୍ଡା,କାଶୀନାଥ ବେହେରା, ସ୍ଵିଟି, ଲିପୁ,ବାବୁଲା, ସନ୍ତୁ, ବିଶ୍ୱଜିତ ପ୍ରମୁଖଙ୍କ ଅଭିନୟ ଅତ୍ୟନ୍ତ ଉଚ୍ଚକୋଟୀର ଥିଲା।

Leave a Reply

Your email address will not be published. Required fields are marked *

You Missed