Spread the love

ବିଜୁ ଜୟନ୍ତୀରେ ସରକାରଙ୍କ ନିଷ୍ପତିକୁ ତିବ୍ର ବିରୋଧ।
ପୁଜ୍ୟପୁଜାର ବ୍ୟତିକ୍ରମ ହୋଇଥିବାରୁ ୬ରୁ ପ୍ରତିବାଦ।
ନିମାପଡ଼ା ତା ୫-୨(ଦର୍ଶନ ସମୀକ୍ଷା )ପ୍ରାୟ ୩ ଦଶନ୍ଧି ଧରି ପ୍ରବାଦ ପୁରୁଷ
ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀକୁ ପଞ୍ଚାୟତ ରାଜ ଦିବସ ଭାବେ ପାଳନ ହୋଇଆସୁଥିବା ବେଳେ ଚଳିତ ସରକାର ରାଜନୈତିକ
ଅଭିସନ୍ଧି ରଖି ଏହାକୁ ପରିବର୍ତ୍ତନ କରି ଏପ୍ରିଲ ୨୪ ରେ ପଞ୍ଚାୟତରାଜ ଦିବସ ପାଳନ କରିବାକୁ ନେଇଥିବା ନିଷ୍ପତିକୁ
ତିବ୍ର ବିରୋଧ କରାଯିବା ସହିତ ୬ ତାରିଖରେ ଏହାର ପ୍ରତିବାଦ କରାଯିବା ସହିତ ଆନ୍ଦୋଳନ ତିବ୍ର ହେବ ବୋଲି ଆଜି ନିମାପଡ଼ା ଟାଉନ୍ ହଲ୍ ଓ ଶ୍ରୀମୁଖ ସ୍ଥିତ ବେଲ ବାଇ
ପଡ଼ିଆରେ ବିଜେଡି ପକ୍ଷରୁ ପାଳିତ ହୋଇଥିବା ବିଜୁ ଜୟନ୍ତୀରେ ନେତାମାନେ ଯୋଗଦେଇ ତିବ୍ର ନିନ୍ଦା କରିଛନ୍ତି। ଆଜି ପୂର୍ବାହ୍ନରେ ବିଜେଡ଼ିର ଯୁବନେତା ତଥା ପ୍ରାର୍ଥୀ ଦିଲ୍ଲୀପ
ନାୟକଙ୍କ ନେତୃତ୍ବରେ ହଜାର ହଜାର କର୍ମୀ ଓ ନେତା ଶୋଭାଯାତ୍ରାରେ ବଜାର ପରିକ୍ରମା କରି ବରପୁତ୍ରମାନଙ୍କୁ
ମାଲ୍ୟାର୍ପଣ କରି ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ଦଳ ପକ୍ଷରୁ
ଆୟୋଜିତ ବିଜୁ ଜୟନ୍ତୀ ସମାରୋହରେ ଶ୍ରୀ ନାୟକ
ଯୋଗଦେଇ ସରକାରଙ୍କର ନିଷ୍ପତି ହିନମନ୍ୟତାର ପରିଚୟ
ବୋଲି କହିଥିଲେ। ପରମ୍ପରାକୁ ଜଳାଞ୍ଜଳି ଦେଇ ସରକାର ପୂଜ୍ୟପୂଜାର ବ୍ୟତିକ୍ରମ କରିଥିବାରୁ ଆଗାମୀ ଦିନରେ ଜନସାଧାରଣ ଏହାର ଜବାବ ଦେବେ ବୋଲି ସେ କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପୁର୍ଣ ଚନ୍ଦ୍ର ସାହୁ, ଗଙ୍ଗାଧର ଜେନା,ଦିପକ
ଦାସ, ପବିତ୍ର ମହାପାତ୍ର,ମାନସ ପ୍ରଧାନ, ଗୁଡୁ ନାୟକ ଓ ଦିଲ୍ଲିପ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ଶ୍ରୀମୁଖ ସ୍ଥିତ
ବେଲ ବାଇ ପଡ଼ିଆରେ ବରିଷ୍ଠ ନେତା ସତ୍ୟବାଦୀ ମହାପାତ୍ରଙ୍କ
ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ସଭାରେ ଅନ୍ୟତମ ରାଜ୍ୟ
ନେତୃତ୍ୱ ତଥା ଶିକ୍ଷାବିତ୍ ସୁବ୍ରତ ଛାଟୋଇ, ଜିଲ୍ଲା ପରିଷଦ ସଭ୍ୟ କୁଞ୍ଜ ଲତା ସାମଲ, ରବିନ୍ଦ୍ର ମଲ୍ଲିକ, ସସ୍ମିତା ନାୟକ,
ବିଜୟ ପଟ୍ଟନାୟକ,ଭାଗ୍ୟଧର ଖଟୋଇ ପ୍ରମୁଖ ଯୋଗଦେଇ
ଖୁବ୍ ବିଶୋଦଗାର କରିଥିଲେ।

Related Post

Leave a Reply

Your email address will not be published. Required fields are marked *

You Missed