(ଇଂରାଜୀ) ନବବର୍ଷ ତୁମେ ଆସିଅଛ ପରା
ଅନ୍ତରଙ୍ଗ ବଂଧୁ ପରି,
ଉଜୁଡା ବର୍ଷର ଶେଫାଳୀ ସଙ୍ଗୀତ
ଗାଉଥାଅ ସୁର ଧରି
ପ୍ରଭୁଙ୍କ ସାନ୍ନିଧ୍ୟେ ମନ୍ତ୍ରମୁଗ୍ଧ ଘେରେ
ବିତିଛି ବିଗତ ବର୍ଷ
କେତେ ଯେ କାହାଣୀ ଅଧା ରହିଗଲା
ମୁଖରୁ ଲିଭିନି ହସ
ଧନ୍ୟ ବଡ଼ଦାଣ୍ଡ ଧନ୍ୟ ମୋ ସାଆନ୍ତେ
ଧନ୍ୟ ସେହି ପିତା, ମାତା
ଅଦୃଶ୍ୟେ ସାଜିଛି ତାଙ୍କ ଆଶୀର୍ବାଦ
ସବୁ ଦୂରେଇ ଦେଇଚି ବ୍ୟଥା
ପାର୍ଥିବ ଜଗତ କରି ଇତଃସ୍ତତ
ଏହି ସମୟର ଅଟ୍ଟହାସ
ଜୀବନ ପ୍ରଦୀପ ନିମିଷକେ ଲିଭେ
ବିନା ମନ୍ତ୍ରେ କି ଅଭିଶାପ !!
ଯଦି ଆସୁଅଛ ଆଗମନ ତୁମ
ହେଉ ଶୁଭ ମାଙ୍ଗଳିକା
ନିରାଶାର ଘନ ଅନ୍ଧକାରେ ତୁମେ
ସମ୍ଭାବନା ଦୀପ୍ତ ଶିଖା🪔
ଜୀବନ ପାଲଟୁ ଜୀବନ୍ତ ରାଗିଣୀ
ନିଃଶଙ୍କ ପବିତ୍ର ଧାରା
ଉଲ୍ଲସିତ ବିଶ୍ୱ କଲ୍ଲୋଳିତ ପ୍ରାଣ
ପ୍ରାଚୁର୍ଯ୍ୟରେ ହେଉ ଭରା
(ଇଂରାଜୀ) ନବବର୍ଷ ତୁମେ ହୁଅ ଆବାହନୀ ,
ଶାନ୍ତି ସଂପ୍ରୀତିର ଦୂତ
କ୍ଳେଶ ଦୂର ହେଉ ଏ ଧରା ଧାମରୁ
ଏତିକି ନୈବେଦ୍ୟ ମାତ୍ର
ସବ କେ ପ୍ରିୟ ସବ କେ ହିତକାରୀ । ଦୁଖ ସୁଖ ସରିସ ପ୍ରସଂସା ଗାରୀ ॥
କହହିଂ ସତ୍ୟ ପ୍ରିୟ ବଚନ ବିଚାରୀ । ଜାଗତ ସୋବତ ସରନ ତୁହ୍ମାରୀ ॥
ଭାବାର୍ଥ :- ଯିଏ ସମସ୍ତଙ୍କ ର ପ୍ରିୟପାତ୍ର ଆଉ ସବୁରି ମଙ୍ଗଳ କରିଥାନ୍ତି, ଯାହାଙ୍କୁ ଦୁଃଖ ସୁଖ ତଥା ଗାଳି, ନିନ୍ଦା ଆଉ ପ୍ରଶଂସା ଆଦି ସବୁ ସାମାନ, ଆଉ ଯେଉଁମାନେ ବିଚାର ପୁର୍ବକ ସତ୍ୟ ଓ ପ୍ରିୟ ବଚନ କହିଥାନ୍ତି, ଆଉ ଯିଏ ଶୋଇବା ଓ ଜାଗ୍ରତାବସ୍ଥାରେ ମଧ୍ୟ ଆପଣଙ୍କ ଶରଣାପନ୍ନ ହୋଇଥାନ୍ତି ଆପଣ ତାଙ୍କରି ହୃଦୟରେ ବସନ୍ତୁ ।
ତୁହ୍ମହି ଛାଡି ଗତି ଦୁସରି ନାହୀଂ । ରାମ ବସହୁ ତିହ୍ନ କେ ମନ ମାହୀଂ ॥
ଜନନୀ ସମ ଜାନହିଂ ପରନାରୀ । ଧନୁ ପରାବ ବିଷ ତେଂ ବିଷ ଭାରୀ ॥
ଜୟ ଜଗନ୍ନାଥ