ଜୟ ମା ଦୁର୍ଗା
ଦୁର୍ଗା ଦୁର୍ଗାର୍ତ୍ତିଶମନୀ, ଦୁର୍ଗାପଦ୍ ବିନିବାରିଣୀ, ଦୁର୍ଗମଚ୍ଛେଦିନୀ, ଦୁର୍ଗସାଧିନୀ ଦୁର୍ଗନାଶିନୀ ।।
ଦୁର୍ଗତୋଦ୍ଧାରିଣୀ, ଦୁର୍ଗମଜ୍ଞାନନ୍ଦା ଦୁର୍ଗଦୈତ୍ୟ ଲୋକଦବାନଳା ।।
ଦୁର୍ଗମାଲୋକା ଦୁର୍ଗାମାତ୍ମ ସ୍ୱରୂପିଣୀ, ଦୁର୍ଗମାର୍ଗପ୍ରଦା ଦୁର୍ଗମବିଦ୍ୟା ଦୁର୍ଗମାଶ୍ରିତା ।।
ଦୁର୍ଗମଜ୍ଞାନ ସଂସ୍ଥାନା ଦୁର୍ଗମ ଧ୍ୟାନଭାସିନୀ, ଦୁର୍ଗମୋହା, ଦୁର୍ଗମଣା ଦୁର୍ଗମାର୍ଥସ୍ୱରୂପିଣୀ ।।
ଦୁର୍ଗମାସୁରସଂହନ୍ତୀ ଦୁର୍ଗମାୟୁଧ ଧାରିଣୀ, ଦୁର୍ଗମାଙ୍ଗୀ ଦୁର୍ଗମତା ଦୁର୍ଗମ୍ୟା ଦୁର୍ଗମେଶ୍ୱରୀ ।।
ଦୁର୍ଗଭୀମା, ଦୁର୍ଗଭାମା ଦୁର୍ଗଭା ଦୁର୍ଗଦାରିଣୀ, ନାମାବଳିମିମାଂଯସ୍ତୁ ଦୁର୍ଗାୟ ମମମାନବଃ ।।
ମା’ ଦୁର୍ଗାଙ୍କ ଏହି ଦୁର୍ଲଭ ସ୍ତୁତିକୁ ଯିଏ ଗାନ କରେ ତା‘ର ସମସ୍ତ ପ୍ରକାର ଭୟ ଓ ଦୁଃଖକଷ୍ଟ ବିନାଶ ହୁଏ । ମଣିଷ କୌଣସି ବିପଦରେ ପଡ଼ିଲେ ଏହି ସ୍ତୋତ୍ର ଜପ କଲାମାତ୍ରେ ତା‘ର ବିପଦ କଟିଯାଏ । ମଣିଷର ବିପଦ ସମୟରେ ଏହା ହେଉଛି ଭୟନାଶକ ସ୍ତୁତି । ଯେଉଁ ମଣିଷ ବିପଦରେ ପଡ଼ି ଦୁର୍ଗାଙ୍କର ଏହି ବତିଶିଟି ନାମକୁ ହଜାର ଥର, ଦଶହଜାର ଥର କିମ୍ବା ଏକଲକ୍ଷ ଥର ପାଠ କରେ ସେହି ମନୁଷ୍ୟର ନିଶ୍ଚିତ ଭାବରେ ସମସ୍ତ ବିପଦ ଲାଘବ ହୋଇଥାଏ । ମାତା ଦୁର୍ଗା ପୁନର୍ବାର ଦେବତାମାନଙ୍କୁ କହିଲେ – ହେ ଦେବଗଣ, ମଣିଷ ମାଟିରେ ମୋର ଅଷ୍ଟଭୁଜା ମୂର୍ତ୍ତି ନିର୍ମାଣ କରି ଆଠଗୋଟି ବାହୁରେ ଗଦା, ଖଡ୍ଗ, ତ୍ରିଶୂଳ, ବାଣ, ଧନୁ, ପଦ୍ମ, ଢାଲ ଏବଂ ମୁଦ୍ଗର ଧାରଣ କରାଇ ମୋତେ ପୂଜା କରିବ । ସେହି ମାଟିର ମୂର୍ତ୍ତିରେ ମୋର ତ୍ରିନେତ୍ର ଥିବ ଏବଂ ମସ୍ତକରେ ଚନ୍ଦ୍ରମା ଥିବ । ମୋତେ ରକ୍ତବର୍ଣ୍ଣର ବସ୍ତ୍ର ପରିଧାନ କରାଇବ । ମୋର ବାହନ ସିଂହ ଥିବ । ମୋର ଏହି ସ୍ୱରୂପ ମହିଷାସୁରକୁ ନିଧନ କରୁଥିବ । ଏହିପରି ମୂର୍ତ୍ତି ନିର୍ମାଣ କରି ମଣିଷ ମୋତେ ଉପାସନା କଲେ ତା‘ର ସମସ୍ତ ଭୟ ଦୂରହେବ ।