Spread the love

ଦାନା ବାତ୍ୟାରୁ ରକ୍ଷାକର ଆମ୍ଭ ମାନ
ଜଗନ୍ନାଥ ଜଗନ୍ନାଥ ଗାଉଥାଉ ମନ
ଭଜୁଥାଉ ଜପୁଥାଉ ପ୍ରଭୂ ତୁମ ନାମ

ଜୟ ଜୟ ଜଗନ୍ନାଥ ଜଗତ ଜୀବନ
କରୁଣାମୟ ହେ ପ୍ରଭୂ ଭକତଙ୍କ ପ୍ରାଣ

ପରଂବ୍ରହ୍ମ ପରମଜ୍ୟାେତି ଦାରୁବ୍ରହ୍ମ
ଅନାଦି ଅନନ୍ତ ହରି ନନ୍ଦର ନନ୍ଦନ

ଅହଲ୍ୟ ତାରଣ ପ୍ରଭୂ ଗଜର ରକ୍ଷଣ
ଗୋବର୍ଦ୍ଧନ ଟେକି ରଖିଲ ତୁମେ ମାନ

କୃପାମୟ ଦୟାମୟ ତୁମେ ଦାରୁବ୍ରହ୍ମଁ
ଦାନା ବାତ୍ୟାରୁ ରକ୍ଷାକର ଆମ୍ଭ ମାନ

ଭକତ ପାଇଁ ନାନା ଅବତାର ନେଇ
କଳିରୁ ରକ୍ଷାକର ବ୍ରହ୍ମାଣ୍ଡ ଗୋସାଇଁ

ଭକତ ତୁମର ବନ୍ଧୁ ସଖା ସୋଦର
ଭକତ ପାଇଁକି ହୁଅ ନାନା କଳେବର

ଭକତର ମାନ ପାଇଁ ଦେଇଅଛ ସାକ୍ଷି
ସାକ୍ଷୀଗୋପାଳନାମେ ଲଭିଛ ପ୍ରସିଦ୍ଧି

Leave a Reply

Your email address will not be published. Required fields are marked *

You Missed