ତା୧୧.୦୪.୨୦୨୫ରିଖର
ତୁଷାରକାନ୍ତର ମୁଣି
ନିଅନ୍ତୁ ସେଥିରୁ ଛାଣି
"ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ-ଅବତାର"
-ସ୍ୱଭାବକବି ଗଙ୍ଗାଧର ମେହେର -
........................................
ମନ ଯା’ର ବ୍ୟସ୍ତ ସଦା ପରସ୍ୱହରଣେ,
ଧନ ଯା’ର ବିଦଳିତ ଗଣିକା-ଚରଣେ,
ଜୀବନ ଯା’ ଲକ୍ଷ ଲକ୍ଷ ଲୋକଙ୍କର ଭାର,
ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ-ଅବତାର ।
ବିଦ୍ୟା ଯା’ର ମୋଡୁଥାଏ ଧର୍ମନୀତି ମୁଣ୍ଡ,
ବୁଦ୍ଧି ଯା’ର କରୁଥାଏ ଶତ ସତ୍ୟ ଗୁଣ୍ଡ
ଧନେ କ୍ରୀତ ହେଉଥାଏ ଯାହାର ବିଚାର
ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ-ଅବତାର ।
ସୁବର୍ଣ୍ଣ ହରଣ କରି ତାମ୍ର କରେ ଦାନ,
ଧନେ କରିଥାଏ ପ୍ରଭୁ ସନ୍ତୋଷବିଧାନ,
ଢାଙ୍କିବାକୁ ଦୋଷ ଦିଏ ନାନା ଉପହାର,
ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ-ଅବତାର ।
ଭ୍ରମଣ ଖରଚ ପାଇଁ ପାଇଥାଏ ଭତ୍ତା,
ଖାଇଥାଏ ମୋଡି ଏଣେ ଦରିଦ୍ରଙ୍କ ମଥା,
କରୁଥାଏ କ୍ଷମତାର ଅପବ୍ୟବହାର,
ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ-ଅବତାର ।
ବର୍ହିଗତ ହୋଇଥାଏ ଘରୁ ଶୂନ୍ୟକରେ,
ଶଗଡ ଶଗଡ ଦ୍ରବ୍ୟ ଆଣି ଘରେ ଭରେ,
ସେହି ଦ୍ରବ୍ୟମାନ ପୁଣି ଦେଖାଏ ବଜାର,
ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ-ଅବତାର ।
(୧୯୧୮ ଫେବୃଆରୀ, ଉତ୍କଳ-ସାହିତ୍ୟ)
ଆଜି ମୋ ମୁଣି, ସ୍ୱଭାବକବିଙ୍କ ଏହି କବିତାଟି ଲେଖାଥିବା କାଗଜଖଣ୍ଡିକ
ମୋତେ ଧରେଇଦେଇଛି, ଯେଉଁଥିରେ ମୋ ଉଦ୍ଦେଶ୍ୟରେ କୈାଣସି କଟାକ୍ଷ,ବ୍ୟଙ୍ଗ ବା ପ୍ରଶ୍ନ ନାହିଁ ।
……… ⚖️……..
କଟାକ୍ଷ,ବ୍ୟଙ୍ଗ ବା ପ୍ରଶ୍ନ ଥିଲେ ତ ତାକୁ ଚାହିଁ କିଛି ଉତ୍ତର ଦେଇହେବ କିନ୍ତୁ ଯୈାତୁକର ପରିମାଣ ସ୍ଥିରିକୃତ ହୋଇନଥିଲେ, କନ୍ୟାପିତା ଯେଉଁ ଅସୁବିଧାର ସମ୍ମୁଖିନ ହୁଅନ୍ତି, ଆଜି ମୁଁ ସେହି ପରିସ୍ଥିତିର ସମ୍ମୁଖୀନହୋଇ
ଦ୍ୱିଧାଗ୍ରସ୍ତଥିବା ସମୟରେ, ମୋତେ ବୈଜ୍ଞାନିକ ଆର୍କମେଡିସଙ୍କ
EUREKA EUREKA MOMENT ଉପଲବ୍ଧ ହୋଇଥିଲା, ଗୋଟିଏ ତଥ୍ୟ ଜରିଆରେ, ଯାହା ହେଉଛି;
“ଭାରତବର୍ଷର ସୁପ୍ରିମକୋର୍ଟଙ୍କ ଅବସରପ୍ରାପ୍ତ ମୁଖ୍ୟ ନ୍ୟାୟାଧୀଶ
(ମୂଳ ଧର୍ମ- ଅବତାର) ଜଷ୍ଟିସ ଦୀପକ ମିଶ୍ର ମହାଶୟଙ୍କ ଅଧ୍ୟକ୍ଷତାରେ ଗଠିତ ଗୋଟିଏ ଟ୍ରାଇବୁନାଲର ନିଷ୍ପତ୍ତିକୁ ସିଙ୍ଗାପୁର ଦେଶର ସୁପ୍ରିମକୋର୍ଟଙ୍କ ତରଫରୁ ନାକଚ କରିଦିଆଯାଇଛି, ଯେହେତୁ ଏହି ନିଷ୍ପତ୍ତିର ପାଖାପାଖି ଅଧାଭାଗ( ୫୦ % ), ଏହା ପୂର୍ବର କିଛି ନିଷ୍ପତ୍ତିସମୂହର ଅବିକଳ ନକଲ ବା ସେସବୁରୁ ଅଣାଯାଇ ଏଥିରେ
‘କାପି ଏଣ୍ଡୁ ପେଷ୍ଟୁ’ କରାଯାଇଥିବାରୁ”।
(By-Srinjoy Das
9 Apr ,2025 2:12 PM
“The Supreme Court of Singapore has set aside an arbitral award passed by a tribunal presided over by former Chief Justice of India Dipak Mishra upon finding that almost half of the contents of the award were verbatim ‘copy-pasted’ from earlier awards passed by the same presiding arbitrator.A bench comprising of Chief Justice Sundaresh Menon and Justice Steven Chong held”.)
ଜଷ୍ଟିସ ଦୀପକ ମିଶ୍ର ମହାଶୟ ସୁପ୍ରିମକୋର୍ଟର ମୂଖ୍ୟ- ନ୍ୟାୟାଧୀଶଥିବା (ମୂଖ୍ୟ ଧର୍ମ-ଅବତାର)ସମୟରେ , ତା୧୨.୦୪.୨୦୧୮ରିଖରେ ତାଙ୍କ ଅଧୀନସ୍ଥ ଚାରିଜଣ ଧର୍ମ- ଅବତାର ସର୍ବଶ୍ରୀ “ଜେ.ଚେଲାମେଶ୍ୱର,ରଞ୍ଜନ ଗୋଗୋଇ,ମଦନ ଲୋକୁର ଓ ଯୋଶେଫ କୁରିଆନ” ସୁପ୍ରିମକୋର୍ଟ ପରିଚାଳନାରେ ତାଙ୍କର ( ମୂଖ୍ୟ ଧର୍ମ-ଅବତାର ଜଷ୍ଟିସ ମିଶ୍ରଙ୍କର) ମନମାନିର ପ୍ରତିବାଦ କରିବାକୁ ଗୋଟିଏ ସାମ୍ବାଦିକ ସମ୍ମିଳନୀର ଅୟୋଜନ କରିଥିବା କଥା ଆପଣମାନଙ୍କର ମନେଥିବ। ପୃଥିବୀର ଇତିହାସରେ ଏପର୍ଯ୍ୟନ୍ତ ଏପରି ଥରେମାତ୍ର ଘଟିଛି।
(On 12 January 2018, four Supreme Court judges Jasti Chelameswar, Ranjan Gogoi, Madan Lokur and Kurian Joseph gave a press meeting in an unprecedented manner.)
ଏମାନଙ୍କ ଭିତରୁ ଧର୍ମ-ଅବତାର ରଞ୍ଜନ ଗୋଗୋଇ ମହାଶୟ,
ଶ୍ରୀଯୁକ୍ତ ମିଶ୍ର ମହାଶୟଙ୍କ ପରେ ସୁପ୍ରିମକୋର୍ଟର ମୂଖ୍ୟ ଧର୍ମ-ଅବତାର ହୋଇଥିଲେ। ସେ ଅବସର ନେବାର ଅଳ୍ପ ସମୟ ମଧ୍ୟରେ, ଆମ ଯଶସ୍ୱୀ ବିଶ୍ଵଗୁଋ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ତରଫରୁ ତାଙ୍କୁ ରାଜ୍ୟସଭାର ମନୋନୀତ ସଦସ୍ୟ କରାଇଥିଲେ।
ପୂର୍ବତନ କେନ୍ଦ୍ରୀୟ ଆଇନ ମନ୍ତ୍ରୀ ତଥା ଏବକୁ ଦିବଙ୍ଗତ ସମ୍ମାନୀୟ ଅଋଣ ଜେଟଲି ମହାଶୟ ଥରେ କହିଥିଲେ ,
” ମୁଁ ଆଇନ ବିଭାଗର ମନ୍ତ୍ରୀଥାଇ ଯେତେବେଳେ ଶୀଘ୍ର ଅବସର ନେବାକୁଥିବା ବିଚାରପତିଙ୍କୁ ଭେଟୁଥିଲି, ସେତେବେଳେ ମୋର ଦ୍ୱିଧା ଜାତ ହେଉଥିଲା “କାଳେ ସେମାନେ ଅବସରପରେ ପୁନଃନିଯୁକ୍ତି ଆଶାରେ ମୋତେ ସେମାନଙ୍କ ଚରିତ୍ର ପଞ୍ଜିକା ଧରେଇଦେବେ ଆଶଙ୍କାରେ”।
ପୁନଃଶ୍ଚ,ତା୦୧.୧୦.୨୦୧୨ରିଖରେ ରାଜ୍ୟସଭାର ତତ୍କାଳୀନ ବିରୋଧୀଦଳ ତଥା ବିଜେପିନେତା ସେହି ଶ୍ରୀ ଅଋଣ ଜେଟଲି ମହାଶୟ, ‘ବିଜେପି ଆଇନ ପ୍ରକୋଷ୍ଠ ( BJP LEGAL CELL)ସଦସ୍ୟମାନ’ଙ୍କୁ ଉଦବୋଧନ ଦେଇ କହିଥିଲେ,
“ଦୁଇ ପ୍ରକାର ବିଚାରପତି ଅଛନ୍ତି, ଯେଉଁଥିରୁ କିଛି କାନୁନ ବାବଦରେ ଜାଣନ୍ତି ଓ ଆଉ କିଛି କାନୁନ/ ଆଇନମନ୍ତ୍ରୀଙ୍କୁ ଜାଣନ୍ତି। ବିଚାରପତିମାନଙ୍କ ଭିତରେ ଅବସର ଗ୍ରହଣ ପରେ ବିଭିନ୍ନ ଲୋଭନୀୟ ପଦବୀରେ ପୁନଃନିଯୁକ୍ତି ଲୋଭ ନ୍ୟାୟ ପ୍ରଦାନ ପ୍ରକ୍ରିୟାରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଅବସର ଗ୍ରହଣ ପୂର୍ବର ବିଚାରଗୁଡିକ ଅବସରପରର ପୁନଃନିଯୁକ୍ତି ଦିଗରେ ପ୍ରେରିତ ଥାଏ”।
ପୁଣି 2013 ମସିହାରେ ରାଜ୍ୟସଭାରେ “ନ୍ୟାୟିକ ସଂସ୍କାର- JUDICIAL REFORMS BILL” ଆଲୋଚନାରେ ଭାଗନେଇ ଶ୍ରୀ ଜେଟଲି କହିଥିଲେ “ମୁଁ (ଶ୍ରୀ ଜେଟଲି) ଭାବୁଛି ଯେ ଆଇନ ପ୍ରଣୟନ କ୍ଷେତ୍ରରେ ଆମେ ବହୁ ଆଗକୁ ପଳାଉଛନ୍ତି,ଯଥା ଅବସରପ୍ରାପ୍ତ ବିଚାରପତିମାନଙ୍କ ପାଇଁ ଅବସର ଗ୍ରହଣ ପରେ ପୁନଃନିଯୁକ୍ତି ପାଇଁ ପଦବୀ ସୃଷ୍ଟି ।ଆମେ ସଂସଦରେ ତାହା ନକଲେ, ବିଚାରପତିମାନେ ନିଜେ ତାହା ସୃଷ୍ଟି କରୁଛନ୍ତି। ବିଚାରପତିମାନଙ୍କ ଭିତରେ ଅବସର ଗ୍ରହଣ ପରେ ବିଭିନ୍ନ ଲୋଭନୀୟ ପଦବୀରେ ପୁନଃନିଯୁକ୍ତି ଲୋଭ ନ୍ୟାୟ ପ୍ରଦାନ ପ୍ରକ୍ରିୟାରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଅବଶ୍ୟ କିଛି ବ୍ୟତିକ୍ରମ ବି ଅଛନ୍ତି, ଯେଉଁମାନେ ଆତ୍ମସମ୍ମାନଧାରୀ”।
ତେଣୁ, ମୋଦିଜୀଙ୍କ ଭଳି ବିଶ୍ୱଗୁଋ ନେତାଙ୍କ କର୍ତ୍ତୁକ ଶ୍ରୀ ଗୋଗୋଇଙ୍କୁ
ରାଜ୍ୟସଭାର ମନୋନୀତ ସଦସ୍ୟ କରାଯାଇଥିଲା , “ନିଶ୍ଚିତଋପେ ସେ
( ଧର୍ମ – ଅବତାର ଶ୍ରୀ ଗୋଗୋଇ)ଜଣେ ଆତ୍ମସମ୍ମାନଧାରୀ ହୋଇଥିବାରୁ”।
(On 11.05.2016,then Union Finance minister Arun Jaitley had said that ” courts are chipping away at the powers of the legislature, It reflects that will of the people is not respected. (Reuters)
In a rare show of unity, the ruling Bharatiya Janata Party (BJP) and the opposition came together, albeit briefly, to question judicial overreach.
The display of unity came on a day the Supreme Court roundly criticized the centre and state governments for failing to respond to the drought which has ravaged large parts of the country.)