ତୁଷାରକାନ୍ତର ମୁଣି
ନିଅନ୍ତୁ ସେଥିରୁ ଛାଣି
“ପ୍ରଳୟ ପରେ ସମ୍ରାଟ ମୁକ୍ତିପାଇଁ
ଦେବତାଙ୍କ ଦରବାରରେ ପହଞ୍ଚିଲେ,
ସେମାନଙ୍କୁ ଦେବଦୂତଗଣ ପଚାରିଲେ,
‘ଆଗରୁ କାହିଁକି ପାପ କରିନଥିଲେ,
ଜାଣି କି ନଥିଲେ ଦେବତା ଦୟାଶୀଳ ବୋଲି”
( ଏକ ବ୍ୟଙ୍ଗାତ୍ମକ ଉର୍ଦ୍ଦୁ ସାୟରୀର ଓଡ଼ିଆଭାଷାରେ ଅନୁବାଦିତ ଅଂଶ –
फ़रिश्ते हश्र में पूछेंगे पाक-बाज़ों से
गुनाह क्यूँ न किए क्या ख़ुदा ग़फ़ूर न था)
…….
ଭାରତବର୍ଷରେ ଏବେ ମଧ୍ୟ ସମାଜ କହିଲେ ସମାଜରେ ବାସ କରୁଥିବା
ସବୁ ମଣିଷଙ୍କୁ ବୁଝାଉନାହିଁ ।ଏକ ଆଧୁନିକ ଗଣତନ୍ତ୍ରର ବେଢ ଭିତରେ ଜଣମାନଙ୍କର ତାମସା ଲାଗିଛି।ଭେରେସାଗଣ ବହୁ କର୍ମକାଣ୍ଡ ଭିତରେ ବୁଡ଼ି ରହିଛନ୍ତି। ଏମାନଙ୍କର ଆତ୍ମା ସାଧାରଣ ମଣିଷର ଆତ୍ମାଠାରୁ ଶାସ୍ତ୍ରୀୟ ଦୂରତା ରକ୍ଷା କରି ଚଳପ୍ରଚଳ ହେଉଛି। ବେଦାନ୍ତୀମାନେ ମଠାଧୀଶ ବୋଲାଇଲେଣି।ଗାଦୀପ୍ରତି ନିଜର ଆଦ୍ୟତମ ଅନୁରାଗ ରଖିଥିବାରୁ ସଂସାରର ମଣିଷମାନଙ୍କ ପ୍ରତି ଏକ ଶାସ୍ତ୍ରସିଦ୍ଧ ବୈରାଗ୍ୟ ଭାବନାର
ଆଚରଣ କରୁଛନ୍ତି। ଭାଗ୍ୟବାଦ ଯାବତୀୟ ଅର୍ଥରେ ପ୍ରଚଣ୍ଡ ହୋଇ ବସିଛି। କେତେଜଣ ଶିକ୍ଷିତ ସୁଖରେ ଉର୍ଦ୍ଧ୍ବରେ ରହିବେ ବୋଲି କୋଟି କୋଟିଙ୍କୁ ଅଶିକ୍ଷାର ନାନାବିଧ ଉପେକ୍ଷା ମଧ୍ୟରେ ପ୍ରାୟ ଅଚଳ କରି ରଖିଦିଆଯାଇଛି।
ଦୟା ଓ କିଞ୍ଚିତ ଲୋକହିତୈଷିତା ଋପରେ ଯେତିକି ତଳଯାଏ ଆସୁଛି, ତାହା ମଣିଷମାନଙ୍କ ଏପଟକୁ ପାଇଲେ ସେପଟକୁ ପାଉନାହିଁ ଓ ସେପଟକୁ ପାଇଲେ ଏପଟକୁ ପାଉନାହିଁ। ଅସହାୟ ମଣିଷମାନେ ଅନେଇଛନ୍ତି। ସେମାନଙ୍କ ଭିତରେ ଯେ ଗୋଟିଏ ମଣିଷ ରହିଛି,ସେହି ମଣିଷର ଯେ ଏକ ସମ୍ମାନ ରହିଛି ଏବଂ ସେହି ସମ୍ମାନବୋଧ ସହିତ ନିଜ ଆଡକୁ ଦୃଷ୍ଟିପାତ କରିପାରିବା ମାତ୍ରକେ ଯେ ସିଏ ଅମିତ ଶକ୍ତିର ପରିଚୟ ପାଇବ, ସେକଥା ସିଏ ଯୁଗ ଯୁଗ ଯାବତ୍ ଭାଗ୍ୟବାଦୀହୋଇ କେବେଠାରୁ ଭୁଲିଗଲାଣି। ଯେଉଁ ଭଗବାନ ଶୁଆଇପକନ୍ତି, କର୍ମ ଆଦରି ରହିବାକୁ ହିଁ ମଣିଷ ଆଗରେ ମୁକ୍ତ ରହିଥିବା ଏକମାତ୍ର ପନ୍ଥା ବୋଲି ମଣିଷକୁ ଫୁସୁଲେଇବାରେ ଲାଗିଥାନ୍ତି, ତାଙ୍କୁ ମାନି ମାନି ମଣିଷ ଏଠି ଏପରି ଜଡବତ୍ ହୋଇଗଲାଣି ଯେ, ମଣିଷ ଜାଗୃତ ହେଲେ ଭିତରୁ ଆଉଗୋଟିଏ
ପ୍ରକାରର ଭଗବାନ ଯେ ପ୍ରତିବାଦ କରିପାରନ୍ତି, ବିଦ୍ରୋହ କରନ୍ତି ଓ ସହିବାକୁ ମନା କରିଦିଅନ୍ତି, ମଣିଷ ତାହା ପାଶୋରି ପକେଇଛି।
( ଶ୍ରୀ ଚିତ୍ତରଞ୍ଜନ ଦାସଙ୍କ ‘ ସବୁରି ମୂଳରେ ମଣିଷ ‘ ବହିର ୧୧୨/୧୧୩ ପୃଷ୍ଠାରେଥିବା ପାରାଗ୍ରାଫଟିଏ।)
ମୋ ଜିଜ୍ଞାସା :-
ତାହେଲେ ସେହି ଜଡବତ୍ ମଣିଷମାନେ ପ୍ରଳୟ ପରେ କ’ଣ ପ୍ରବଳଭିଡରେ ପ୍ରାଣ ହରାଉଥିବେ ଓ ସମ୍ରାଟମାନେ ଦେବତାଙ୍କ ଦରବାରରେ ପହଞ୍ଚୁଥିବେ?
Just asking to know