ତୁଷାରକାନ୍ତର ମୁଣି,
ନିଅନ୍ତୁ ସେଥିରୁ ଛାଣି –🤓
“ବିଲେଇକୁ ହାତଚାଟିବା ଶିଖେଇଲେ,
ସେ ବେଳେ ବେଳେ କାମୁଡ଼ିଥାଏ’
(मेरी बिल्ली और मुझी से म्याऊँ)
….. 🐈….
ଏବେ ବିଭନ୍ନ ଘଟଣାବଳୀକୁ ଜଣାପଡ଼ୁଛି ଯେ, ବହୁ ପୁରୁଣାକାଳିଆ
ଲୋକକଥା ଜରିଆରେ ସୂପରାମର୍ଶ ଏବେ ଆଉ କାମ ଦେଉନି। ଏଭଳିକି, ସମଗ୍ର ବିଶ୍ବର ନେତାଗଣ ସକାଳୁ ଉଠି ଯେଉଁ ବିଶ୍ୱଗୁଋ ମୋଦିଜୀଙ୍କ ଉପଦେଶ ନେଇ ତାଙ୍କର ଦୈନିକ କାର୍ଯ୍ୟକ୍ରମ ଆରମ୍ଭ କରନ୍ତି, ସେହି ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ମାର୍ଗକୁ ଅନେକ ବିରୋଧ କରୁଛନ୍ତି।
ଏହା ଉପରେ ତା ୨୫.୧୨.୨୦୨୪ରିଖର ଦୁଇଟି ଉଦାହରଣ ଯଥେଷ୍ଟ।
(୧) ସେଦିନ ଖୀରସ୍ଥାନିମାନଙ୍କ ବଡଦିନ ଥିଲା। ସ୍ୱୟଂ ମୋଦିଜୀ ଗୋଟିଏ ଚର୍ଚ୍ଚକୁ ଯାଇ ସେଠାର ଧର୍ମୀୟ କାର୍ଯ୍ୟକ୍ରମରେ ତଲ୍ଲୀନ୍ନ ହୋଇଯାଇଥିବା ସତ୍ତ୍ଵେ ବହୁଲୋକ ” ବଡଦିନ ପାଳନ”ର ଘୋର ବିରୋଧ କରିଥିଲେ।
(୨) ଦିଲ୍ଲୀର ” ରାଜଘାଟ”ଠାରେଥିବା ଗାନ୍ଧୀଙ୍କ ସମାଧିପୀଠକୁ ମୋଦିଜୀ
ଯିବା ଅବସରରେ ସେଠାରେ ବୋଲାଯାଉଥିବା ଗାନ୍ଧୀଙ୍କ ପ୍ରିୟଜନ
“ରଘୁପତି ରାଘବ ରାଜାରାମ…. ଇଶ୍ଵର ଆଲ୍ଲା ତେରେ ନାମ” ଭଜନଟିକୁ
ମନମୁନଚଇତନ ଲଗେଇ ଶୁଣିଥାଆନ୍ତି।
କିନ୍ତୁ ସେହି ୨୫.୧୨.୨୦୨୫ରେ ବିହାର ପ୍ରଦେଶର ରାଜଧାନୀ ପାଟନାରେ” ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଶତବାର୍ଷିକୀ ପାଳନ” ଅବସରରେ ଆୟୋଜିତ ଏକ ଉତ୍ସବରେ ସେହି ଭଜନଟିକୁ ଗାନ କରାଯିବାପରେ, ସେଠାର ଅନେକଲୋକ ଏହାର ଘୋର ବିରୋଧକରି ଗାୟିକାଙ୍କଠାରୁ କ୍ଷମାପ୍ରାର୍ଥନା ଆଦାୟ କରିଥିଲେ।
ଯେଉଁ ଦେଶୀମାନେ ମୋଦିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ନୁହନ୍ତି,
ସେମାନଙ୍କପାଇଁ କେଉଁ ଉପାଧି ଫିଟ୍?
Just Asking to Know
ନମସ୍କାର