ତୁଷାରକାନ୍ତର ମୁଣି,
ନିଅନ୍ତୁ ସେଥିରୁ ଛାଣି —
ବୁଡିଗଲା ଗୋଡ଼ ତଳକୁ ତଳକୁ
ଆପଣା ହସ୍ତେ ଜ୍ୱିହା ଛେଦି,
କେ ତାର ଅଛି ପ୍ରତିବାଦୀ
“ବିଜୁ ଜନତା ଦଳ” ପ୍ରତ୍ୟକ୍ଷ ବା ପରୋକ୍ଷରେ ବିଜେପି ସହିତ ରହି ଏତେ ଅବସ୍ଥା ଭୋଗିବାପରେ, ଦଳ ତରଫରୁ”ରାଜ୍ୟସଭାର ସଭାପତିଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ନକରି ନିରପେକ୍ଷ ରହିବ” ବୋଲି ଘୋଷଣା କରାଯିବା, ଏଭଳି ପ୍ରସ୍ତାବକୁ ବିରୋଧ କରାଯିବା ସହିତ ସମାନ।
ଅକାଳୀଦଳ,ମୂଳ ଶିବସେନା, ମୂଳ ଏନ୍.ସି.ପି, ହରିୟାଣାର ଜେ.ଜେ.ପି,
ଆନ୍ଧ୍ରପ୍ରଦେଶର YSRCP, ତାମିଲନାଡୁର ଆନ୍ନାଡିଏମକେ, ଏହି ବିଜେଡ଼ି,
ବିଏସପି, ଏଲଜେପି, ଜନତା ଦଳ(ଇଉନାଇଟେଡ), ଜନତା ଦଳ( ଏସ)
ଇତ୍ୟାଦି ଯେଉଁ ଯେଉଁ ଦଳ ବିଜେପି ସହିତ ରହିଛନ୍ତି, ସେମାନଙ୍କର ଅବସ୍ଥା ବାବଦରେ ବିଜେପିର ଜାତୀୟ ସଭାପତି ଶ୍ରୀ ନଡ୍ଡା ମହାଶୟ,
ବିହାର ପ୍ରଦେଶର ରାଜଧାନୀ ପାଟନାରେ ତା୩୧.୦୭.୨୦୨୨ରିଖରେ କହିଥିଲେ”ଜାତୀୟସ୍ତରରେ ବିଜେପି ସହିତ ଟକ୍କର ଦେବାକୁ କୈାଣସି ଦଳ ନାହାନ୍ତି, ସବୁ ଧ୍ୱଂସ ପାଇଯିବେ”
ସେ ପୁନଃଶ୍ଚ ସେଇଠି ତା୦୫.୧୦.୨୦୨୩ରିଖରେ କହିଥିଲେ,
” ଆଞ୍ଚଳିକ ଦଳଗୁଡ଼ିକର ଭାଗ୍ୟରେ ‘ଧ୍ୱଂସ ପାଇଯିବା’ଲେଖାଅଛି”।
(On 31.07.2022 in Patna (Bihar), BJP President J.P.NADDA had said ” There is no political party in India to compete with us.All will be destroyed”.
Again on 05.10.2023, Sri Nadda again had said there” All Regional parties are destined to be destroyed”. )।
ତଥାପି ମଧ୍ୟ ବିଜେଡ଼ିର ଏଭଳି ପଦକ୍ଷେପ, ଆମ ଓଡ଼ିଆ ଲୋକକଥା
” ବୁଡିଗଲା ଗୋଡ଼ ତଳକୁ ତଳକୁ”ର ମହତ୍ତ୍ଵକୁ ପ୍ରତିପାଦିତ କରେନାହିଁ କି?
Just asking to know.