ଡିପିଏସ କିଡ଼ସ ପ୍ରି ଭେଦିକ ସ୍କୁଲ, ବାଙ୍କୁଆଳ ର ପ୍ରଥମ ବାର୍ଷିକ ଉସ୍ତବ ପାଳନ
ଡିପିଏସେ କିଡ଼ସ ପ୍ରି ଭେଦିକ ସ୍କୁଲ, ବାଙ୍କୁଆଳ ର ପ୍ରଥମ ବାର୍ଷିକ ଉସ୍ତବ ପାଳନ କରାଯାଇଛି, ଏହି କାର୍ଯ୍ୟକ୍ରମ ରେ ତିରିଶ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ.
ଏହି ବାର୍ଷିକ ଉସ୍ତବ କାର୍ଯ୍ୟକ୍ରମ ରେ ପିଲା ମାନଙ୍କର
ପ୍ରାଚୀନ, ଆଧୁନିକ, ଲୋକନୃତ୍ୟ, ମଜା ଓ ଶିକ୍ଷାମୂଳକ ନାଟକ ଯାହାରେ ଶିଶୁମାନେ ଭିନ୍ନ ଚରିତ୍ର ଓ କାହାଣୀଗୁଡିକକୁ ଅଭିନୟ କରିଥିଲେ. ଶିଶୁମାନେ ନିଜର ଅନନ୍ୟ ପ୍ରତିଭା ଯାହାକି ଜାଦୁ ଦେଖାଇବା ସହିତ
କ୍ରୀଡ଼ା ଓ ଖେଳ,ଶିଶୁମାନେ ନିଜର ବିଜ୍ଞାନ ପ୍ରକଳ୍ପ ଓ ପ୍ରୟୋଗଗୁଡିକ ପ୍ରଦର୍ଶନ କରି ଥିଲେ.
ଭିନ୍ନ ଭିନ୍ନ ଭିଷୟରେ ଶିକ୍ଷାମୂଳକ ଓ ମନୋରଞ୍ଜନାତ୍ମକ କୁଇଜ। ପାରମ୍ପରିକ ସଙ୍ଗୀତ, ନୃତ୍ୟ ଓ କାହାଣୀ କହିବା ରେ ଭିନ୍ନ ସାଂସ୍କୃତିକ ପ୍ରଦର୍ଶନ ମଧ୍ୟ କରି ଥିଲେ.
ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମ୍ପାଦିକା ଇଂ ଦିପ୍ତୀରେଖା ପଟ୍ଟନାୟକ, ସଭାପତି ରବି ମହାରଣା, ସମାଜ ସେବିକା ଯାନୀ ଇଂଥୁସ, ସୁନ୍ଦର ସିଂ, ବିଶିଷ୍ଟ ସମାଜ ସେବକ ବ୍ରଜ କିଶୋର ଠାକ୍କର, ଉଦ୍ୟାନ କୃଷି ଉପ ନିର୍ଦେଶକ ଶ୍ରୀ ବିଜୟ କୁମାର ବେହେରା,ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ କାବେରୀ ପଟ୍ଟନାୟକ, ମଧୁମିତା ମିଶ୍ର ଓ ଆଶା ଲତା ପତି ଓ ଲିପି ରାଉତ ଉପସ୍ଥିତ ଥିଲେ.