Spread the love

Bhokali sethi
Advocate

Bhokali sethi
Advocate

ଡ଼କ୍ଟର ମନମୋହନ ସିଂହ Oxford ଓ cambridge ବିଶ୍ଵବିଦ୍ୟାଳୟରେ ଅର୍ଥନୀତି ରେ phd କରିଥିଲେ । ସେ cambrage University ର ସର୍ବୋଚ୍ଚ ସମ୍ମାନ Adam Smith Prize ସମେତ ଦେଶ ବିଦେଶ ରୁ ୧୧ ଗୋଟି ସମ୍ମାନ ଜନକ ପୁରସ୍କାର ର ଅଧିକାରୀ ଥିଲେ। ସେ ଅର୍ଥ ସଚିବ ଥିଲେ । RBI ର ଗଭର୍ଣ୍ଣର ଥିଲେ । ବାଣିଜ୍ୟ ମନ୍ତ୍ରାଳୟର ଉପଦେଷ୍ଟା ଥିଲେ । ଅର୍ଥ ମନ୍ତ୍ରାଳୟ ମୁଖ୍ୟ ପରାମର୍ଶଦାତା ଥିଲେ ।ଯୋଜନା କମିଶନ ର ସଦସ୍ୟ ଓ ପରେ ମୁଖ୍ୟ ରହିଥିଲେ।ନରସିଂହ ସରକାର ପୂର୍ବରୁ ବିଶ୍ଵର ମନ୍ଦା ଅବସ୍ଥା ଯୋଗୁଁ ଦେଶର ଅର୍ଥନୀତି ବିପର୍ଯ୍ୟୟ ଆଡ଼କୁ ଗତି କରି ଥିଲା । ନରସିଂହ ରାଓ ମନମୋହନଙ୍କୁ ଅର୍ଥମନ୍ତ୍ରୀ ର ସ୍ବତନ୍ତ୍ର ଭାଵରେ ଦାୟୀତ୍ବ ଦେଲେ । ଚନ୍ଦ୍ରଶେଖର ଙ୍କ ସମୟରେ ଦେଶର ସୁନା ବନ୍ଧା ପଡିଥିଲା । ଅର୍ଥାଭାବ ଏତେ ଉତ୍କଟ ଥିଲାଯେ, ମନମୋହନ ମଧ୍ୟ ଦେଶର ସୁନା ଵନ୍ଧା ପକେଇ ଥିଲେ ।
IMF ସହ ଚୁକ୍ତି କରି ଅର୍ଥ ଋଣ ଆଣିଥିଲେ । ପ୍ରଥମେ ଦେଶର ଅର୍ଥନୀତି କୁ ଉଦ୍ଧାର ରାସ୍ତାକୁ ଆଣିବା ରେ ସେ ସମୂର୍ଣ୍ଣ ସକ୍ଷମ ହୋଇଥିଲେ। ଯେତେବେଳେ ବିଶ୍ଵ ଅର୍ଥନୀତି ଏକ ପ୍ରକାର ଭୁଷୁଡି ପଡ଼ିଥିଲା।

1991/92 ରେ ମୁକ୍ତ ଅର୍ଥନୀତି ପ୍ରଚଳନ କଲେ । ଫଳରେ ବିଭିନ୍ନ ଦେଶର ପୁଞ୍ଜିପତି ମାନେ ଭାରତ ରେ ପୁଞ୍ଜି ନିବେଶ କଲେ । ଅନେକ ଶିଳ୍ପ ଗଢି ଉଠିଲା । ଲକ୍ଷ ଲକ୍ଷ ଯୁଵକ ନିଯୁକ୍ତି ପାଇଲେ । ଦେଶର ଅର୍ଥନୀତି ସୁଦୃଢ ହେଲା । ସୁନା ଉଦ୍ଧାର କଲେ । ପ୍ରତ୍ୟେକ ବ୍ୟକ୍ତିଙ୍କ ହାତକୁ ଅର୍ଥ ଆସିଲା । ଲୋକଙ୍କ ର କ୍ରୟ ଶକ୍ତି ବୃଦ୍ଧି ପାଇଲା । ତାଙ୍କ ସମୟରେ GDP 9% ହେଇ ପାରିଥିଲା । ଯେଉଁ ସମୟରେ ଆମେରିକା ,ବ୍ରିଟେନ ର GDP ମଧ୍ୟ ଆମ ଠାରୁ ବହୁ ତଳେ ଥିଲା ।
ଡକ୍ଟର ସିଂହ , ଦୁର୍ନୀତି କୁ ଧରିବା ପାଇଁ ,
ସୂଚନା ଅଧିକାର( RTI ) ପ୍ରଣୟନ କଲେ ।
ଗ୍ରାମ୍ୟ ଅର୍ଥନୀତିରେ ସୁଧାର ପାଇଁ ମନରେଗା ଯୋଜନା ଲାଗୁ କଲେ ।
ଆମେରିକା ସହ ନିୟୁକ୍ଲିୟର (ଆଣଵିକ ଚୁକ୍ତି) କରି ଯୁଗାନ୍ତକାରୀ ପଦକ୍ଷେପ ନେଲେ ।
ସର୍ବଶିକ୍ଷା ଅଭିଯାନ ଆରମ୍ଭ କଲେ ।
RTE ଆଇନ ପ୍ରଣୟନ କରି 14 ଵର୍ଷ ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ କଲେ ।
ମଧ୍ୟାହ୍ନ ଭୋଜନ ପ୍ରଚଳନ ହେଲା ।
କୃଷକଙ୍କ ୪୨ ହଜାର କୋଟି ଋଣ ଛାଡ଼ କରି କୃଷକ ମାନଙ୍କୁ ନିଶ୍ଚିତ ବିପର୍ଯ୍ୟୟ ରୁ ରକ୍ଷା କଲେ ।
2008 ରେ ଗରିବଙ୍କୁ ସ୍ବଳ୍ପ ମୁଲ୍ୟରେ ଗହମ ଓ ଚାଉଳ ଦେଲେ ।
2013 ରେ ଖାଦ୍ୟ ସୁରକ୍ଷା ଆଇନ ରେ ପରିଣତ କରି ଦିନରେ ଦୁଇ ଓଳା ପେଟ ପୁରା ଖାଇବାକୁ ପାଉନଥିବା ଲୋକଙ୍କୁ ଖାଦ୍ୟ ଶସ୍ୟ PDS ମାଧ୍ୟମରେ ଯୋଗାଇବା ସୁବିଧା କଲେ। ସରକାରୀ ତଥ୍ଯ ପ୍ରକାରେ ଅଜିବି ଦେଶରେ ୧୬କୋଟି ଲୋକ ଦି ଓଳି ପେଟପୂରା ଖାଦ୍ୟ ପାଇବା କୁ ଅକ୍ଷମ ।
ସ୍ବାସ୍ଥ୍ୟ ମିଶନ ଗଠନ କରି , ମାଗଣା ରେ ସ୍ବାସ୍ଥ୍ୟ ସେବା ଯୋଗେଇ ଦେଲେ ।
108 ଆମ୍ବୁଲାନ୍ସ ବ୍ୟବସ୍ଥା କଲେ ।
ଓଡ଼ିଶାରେ AIMS ପ୍ରତିଷ୍ଠା କଲେ ।
ଓଡ଼ିଆ ଭାଷାକୁ classical ଭାଷାର ମାନ୍ୟତା ଦେବା ସହ , ଦେଶର ୬ଷ୍ଠ ଭାଷା ର ମାନ୍ୟତା ପ୍ରଦାନ କଲେ ।
ଦେଶରେ ଏକକ ଆଧାର କାର୍ଡ ର ବ୍ୟବସ୍ଥା କଲେ ।
…….

ଏହି ପରି ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଲେ ।
ତା ପରେବି ,
ମନମୋହନଙ୍କୁ କୁହାଗଲା ଦୁର୍ବଳ ପ୍ରଧାନମନ୍ତ୍ରୀ , ମଉନ ମୋହନ , ରିମୋଟ କଣ୍ଟ୍ରୋଲ ଦ୍ବାରା ପରିଚାଲିତ pm , ଚୀନ ପାଖରେ ମେ ମେ ହୁଅନ୍ତି ମାନେ ମାଇଚିଆ । Rain coat ପିନ୍ଧି ବାଥ୍ ରୁମ୍ ରେ ଗାଧୋଉଥିବା ବ୍ୟକ୍ତି ଏପରି ଵହୁତ କୁତ୍ସିତ ଟିପ୍ପଣୀ ଦିଆ ଗଲା। ସେ ନିରଵ ରହି କାମ କରି ଚାଲିଲେ । କେବେ କାହା ପ୍ରତି ପଦୁଟିଏ ଅରୁଚି କର ଶବ୍ଦ ଵ୍ୟଵହାର କରି ନାହାନ୍ତି।ବରଂ ବିରୋଧୀଙ୍କ ଉଦ୍ଦେଶ୍ୟ ରେ କେବଳ ପଦୁଟିଏ କହିଥିଲେ ମୁଁ ଗୋଟିଏ ଖୋଲା ବହି ….ମୋର ଆକଳନ ବା ମୋ କଥା କେବଳ ଇତିହାସ କହିବ ।ଯାହା ଆଜି ସତରେ ପରିଣତ ହୋଇଛି ।
ସେ ପାକିସ୍ତାନ ରେ ଜନ୍ମ ହେଇଥିଲେ ସତ ପାକିସ୍ଥାନ ର ଉଗ୍ର କାର୍ଯ୍ୟକଳାପ ଯୋଗୁଁ ଵିରିଆନି ଖାଇଵାକୁ ଯାଇ ନଥିଲେ । ଵିଭିନ୍ନ ଦେଶ ସହ ଉତ୍ତମ ସମ୍ପର୍କ ରଖି ପାରିଥିଲେ । ଵିଭିନ୍ନ ଦେଶର ରାଷ୍ଟ୍ର ମୁଖ୍ୟମାନେ ସମ୍ମାନ ଦେଇଥାନ୍ତି ।
ଦେଶ ସମ୍ମାନ ଦେଇ ପାରିଲା ନାହିଁ କାରଣ ଏହି 10 ଵର୍ଷ ରେ ଅଧିକାଂଶ ଲୋକଙ୍କୁ ମୁର୍ଖ ରେ ପରିଣତ କରି ଦିଆ ଯାଇଛି ।
କଂଗେସ ନିଜର ଫାଇଦା ପାଇଁ ଡକ୍ଟର ସିଂହ ଙ୍କୁ ପ୍ରଧାନ ମନ୍ତ୍ରୀ କରିଥିଲା କହୁଥିବା ନିନ୍ଦୁକ୍ ମାନେ ହୃଦୟଙ୍ଗମ କରିବା କଥା ଯେ ସିଂ ଯାହା କରିଛନ୍ତି ,କେବଳ ଦେଶ ର ହିତ ପାଇଁ ।ହୁଏତ କଂଗ୍ରେସ ଅନ୍ୟ କାହାକୁ pm କରି ଥିଲେ ସେ ଦଳ କଥା ଓ ଦଳୀୟ ସଂଗଠନ କଥା ଚିନ୍ତା କରି ଥାଆନ୍ତା ବା ଦଳ ପାଇଁ ସମର୍ପିତ ହୋଇଥାନ୍ତା । ଯାହା ବର୍ତ୍ତମାନ ଚାଲିଛି।
🙏🙏🙏
Bhokali sethi
Advocate

Leave a Reply

Your email address will not be published. Required fields are marked *