Spread the love

ଟଙ୍କାରେ ମୂର୍ତ୍ତି କିଣାଯାଇ ପାରିବ ମାତ୍ର ଭଗବାନଙ୍କୁ ନୁହେଁ ।
ଟଙ୍କାରେ ବିଛଣାକୁ କିଣାଯାଇ ପାରେ ମାତ୍ର ନିଦକୁ ନୁହେଁ ।
ଟଙ୍କାରେ ଭୋଜନକୁ କିଣାଯାଇ ପାରେ ମାତ୍ର ଭୋକକୁ ନୁହେଁ ।
ଟଙ୍କାରେ ମଣିଷକୁ କିଣାଯାଇ ପାରେ ମାତ୍ର ସଚ୍ଚୋଟତାକୁ ନୁହେଁ ।
ଟଙ୍କାରେ ଔଷଧକୁ କିଣାଯାଇ ପାରିବ କିନ୍ତୁ ସ୍ବାସ୍ଥ୍ୟ ନୁହେଁ ।
ଟଙ୍କାରେ ପୁସ୍ତକଟିକୁ କିଣାଯାଇ ପାରିବ କିନ୍ତୁ ଜ୍ଞାନ ନୁହେଁ ।
ଟଙ୍କାରେ ଉତ୍ତମ କଲମ କିଣାଯାଇ ପାରିବ କିନ୍ତୁ ଉତ୍ତମ ବିଚାର ନୁହେଁ ।
ଯେଉଁ ମନୁଷ୍ୟର ଜୀବନଟା ଦୁଇ ନମ୍ବର ଧନ୍ଦା ଓ ଅନୈତିକ କାର୍ଯ୍ୟକଳାପ ଦ୍ଵାରା ଲୋକଙ୍କ ଗଳା ଚିପି ଅର୍ଥ ଅର୍ଜନ କରି ସୁନା ଚାମଚା ଓ ଟଙ୍କାର ଜୀବନଶୈଳୀରେ ଜୀବନ ଗଢ଼ି ଚାଲିଛି ଓ ଗଢ଼ି ଉଠିଛି ଓ ତା 👀 ଆଖି ଆଗରେ କେବଳ ସୁନା ଓ ଟଙ୍କା ହିଁ ନାଚୁଛି, ଓ ସୁନା ଟଙ୍କା ଅର୍ଜନ କରି କରି ସମୟ ବା ମାନସିକତା ଅଭାବରୁ ବାପା ଓ ମା’ର ପାଟିରେ ଓ ଦାଣ୍ଡରେ ଭୋକରେ ଡହଳ ବିକଳ ହୋଇ ବୁଲୁଥିବା କୋୖଣସି ଗରିବ ଗୁରୁବା, ଖଟିଖିଆ ଓ ଭିକ ମଗାକୁ ପାଟିରେ ଖଣ୍ଡେ ମୁଠେ ଖାଦ୍ୟ ଦେଇପାରୁ ନଥିବା ଲୋକ, ସେମାନେ ତାଙ୍କ ବାପା ଓ ମା’ଙ୍କ ମରଣ ପରେ ଏଗାର ବା ବାର‌ ଦିନ କାଳ ବ୍ରାହ୍ମଣ, ଜ୍ଞାତି କୁଟୁମ୍ବ ଓ ବନ୍ଧୁ ବାନ୍ଧବଙ୍କୁ ଦାଣ୍ଡକୁ ଡାକି ଲୋକ ଦେଖାଣିଆ ବାହନା କରି ଭୁରି ଭୋଜନ ଦେଇ ରାତିରେ ଦାସକାଠିଆ, ରାମାୟଣ, ମହାଭାରତ, ପାଲା ବା ଘୁଡିକି ନାଚ ପରିବେଷଣ କରିଦେଲେ ବାପା ଓ ମାଆଙ୍କ ଆତ୍ମା ଶାନ୍ତ ହୋଇଯିବା ସହିତ ନିଜେ ବା ନିଜର ପରିବାର ଜୀବନ ସାରା ଆତ୍ମ ବିଭୋରରେ ଜୀବନ ବିତାଇବେ ଭାବିବା ବା ବୋଲିବା ଭୁଲ୍ ।
ସମୟର‌ ଚକ୍ର କେତେବେଳେ ଡ଼ଙ୍ଗାରେ ଶଗଡ଼ ନଦୀ ର ଆର କୂଳକୁ ପାର‌ ହେଉଛି ତ ଆଉ କେତେବେଳେ ଶଗଡ଼ ଗାଡ଼ିରେ ଡ଼ଙ୍ଗା ବୁହା ହୋଇ ନଦୀ କୂଳରେ ଲାଗି ଅନ୍ୟ କୁଳକୁ ଲୋକ ମାନଙ୍କୁ ପାରି କରାଉଛି । ମନେ ରଖିବା ଉଚିତ ସବୁଦିନର‌ ରାତ୍ରୀ ସମସ୍ତଙ୍କ ପାଇଁ ସମାନ ଭାବରେ ସକାଳ ପାଏ ନାହିଁ ।

Leave a Reply

Your email address will not be published. Required fields are marked *

You Missed