ଭଗବାନଙ୍କ ସହିତ ସମ୍ପର୍କ ଆଉ ମଣିଷ (ନିଜ ଲୋକଙ୍କ) ସହିତ ସମ୍ପର୍କ ମଧ୍ୟରେ ଅନେକ ପ୍ରଭେଦ ରହିଛି। ନିଜଲୋକନ୍କୁ ଯେତେ ଅଧିକ ଭଲପାଉ ଆମେ ସେତେ ଦୁର୍ବଳ ହେଇଯାଉ। ଯାହାକୁ ଯେତେ ଭଲପାଉ ସେ ଆମର ସେତେ ଅଧିକ ଦୁର୍ବଳତା ହେଇଯାଏ। କିନ୍ତୁ ଭଗବାନଙ୍କୁ ଭଲପାଇଲେ, ଯେତେ ଅଧିକ ଭକ୍ତି କରିବ, ସେ ଆମର ଶକ୍ତି ହୋଇଯାଆନ୍ତି ।ଆଉ ସେହି ଶକ୍ତି ଜୀବନର ସମସ୍ୟା ସହିତ ଲଢିବାକୁ ଶକ୍ତି ଯୋଗାଏ
ମଣିଷ ଯେତେ ବଡ ସଫଳତା ପାଇଲେ ବି ଦୁଇ ଜଣଙ୍କ ପାଖରେ ସବୁବେଳେ ହାର୍ ମାନିଯାଏ…।
▪️ପ୍ରଥମଟି ହେଲା ପରିବାର
▪️ଦ୍ବିତୀୟଟି ହେଲା ପ୍ରେମ ।
ଜଣେ ଦାନୀ ଠାରୁ ଜ୍ଞାନୀ ମହାନ୍ ହୋଇଥାଏ କାହିଁକିନା, ଦାନୀଠାରୁ ମିଳିଥିବା ଦାନ କିଛି ଦିନ ପର୍ଯ୍ୟନ୍ତ ଯାଇଥାଏ କିନ୍ତୁ ଜ୍ଞାନୀଠାରୁ ମିଳିଥିବା ଜ୍ଞାନ ଆଜୀବନ ପାଇଁ ସାଥିରେ ରହିଥାଏ।
ଭୁଲ୍, ବିଫଳତା, ଅପମାନ,ନିରାଶ ଆଉ ଅସ୍ବୀକୃତି ଏହା ମଣିଷ ଜୀବନର ଉନ୍ନତିର ଗୋଟିଏ ଗୋଟିଏ ଅଂଶ। କୌଣସି ମଣିଷ ଏହି ପାଞ୍ଚଟି ଜିନିଷର ସମ୍ମୁଖିନ ନହୋଇ କେବେବି ସଫଳ ହୋଇ ନାହାଁନ୍ତି।