ଜୀବନରେ ଯଦି ଦୁଃଖ ଆସି ନଥାନ୍ତା ତେବେ ଭଗବାନଙ୍କୁ ପ୍ରାର୍ଥନା କରିବାର ସୌଭାଗ୍ୟ ମଧ୍ଯ ମିଳିପାରି ନଥାନ୍ତା !!”
ଯଦି ଆପଣଙ୍କ ମନ ସକରାତ୍ମକ ଭାବନାରେ ଅଛି ତାହାଲେ ପରିବେଶ ଶାନ୍ତ, ସୁନ୍ଦର ଓ ସୁଖଦ ଲାଗିବ.ଆଉ ଯଦି ମନ ନକରାତ୍ମକ ଭାବନାରେ ଅଛି ତେବେ ମନରେ ନାନା ପ୍ରକାରର ଚିନ୍ତାଧାରା ଓ ଅନେକ କୁପ୍ରଭାବ ପକାଇବ ଏଥିରେ ଟିକେ ହେଲେବି ସନ୍ଦେହ ନାହିଁ !!”
“ବିଶ୍ବାସ ନ ହେଲେ ବି ବିଶ୍ବାସ କରିବାକୁ ବାଧ୍ଯ ଯେ ଆଜିର ଦୁନିଆରେ “ ଅର୍ଥ ” ହିଁ ମଣିଷର ଅବସ୍ଥିତି ପରିବର୍ତ୍ତନ କରିଦେଉଛି. ତେଣୁ ଅବସ୍ଥିତି ସହ ଆପଣ ବି ନିଜର ସ୍ବଭାବର ପରିବର୍ତ୍ତନ କରିବାକୁ ଚେଷ୍ଟା କରନ୍ତୁ ଖୁସିରେ ରହିବେ !!”
ସର୍ବଦା ଅନ୍ୟର ଭୂଲ୍ ଖୋଜୁଥୁବା ମଣିଷର ସ୍ବଭାବ କେବଳ ସେହି ମାଛିପରି ହିଁ ହୋଇଥାଏ . ଯିଏ କି ମଣିଷ ଶରୀରର ସବୁଠୁ ସୁନ୍ଦର ଅଙ୍ଗପ୍ରତ୍ୟଙ୍ଗକୁ ଛାଡି କେବଳ କ୍ଷତ ସ୍ଥାନରେ ହିଁ ବସିଥାଏ !!”
ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ କର୍ତ୍ତବ୍ୟମୟ ଜୀବନ। ଖଟରେ ପଡ଼ିଥିଲେ ମଧ୍ୟ କିଏ ଔଷଧ ଦେଲେ ଆମକୁ ହିଁ ଢୋକିବାକୁ ହେବ। ସେ ହିଁ ତା'ର ଜୀବନକୁ ସଫଳ କରିଛି ଯିଏ କେବେ କର୍ତ୍ତବ୍ୟରେ ଅବହେଳା କରେ ନାହିଁ। ବିଭିନ୍ନ ପରିସ୍ଥିତି ପାଇଁ ମନୁଷ୍ୟର ଉତ୍ସାହ ନ ରହି ପାରେ। ସେହି ପରିସ୍ଥିତିରେ ସେ ସୃଷ୍ଟି କର୍ତ୍ତାଙ୍କୁ ପ୍ରାର୍ଥନା କରିବା କଥା କି କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ଉତ୍ସାହ ଦିଅନ୍ତୁ। ପ୍ରଥମ କର୍ତ୍ତବ୍ୟ ନିଜ ପାଇଁ। ଆମେ ସମସ୍ତେ ଜାଣୁ ମିଛ ମାୟା ଏ ସଂସାର--,ଆସିଛୁ ଏକା ଯିବୁରେ ଏକା--। ଆଜି ପରି ଘଟଣା ଅନେକ ଏ ପୃଥିବୀରେ ହୋଇଛି। ବର୍ତମାନ ଆମ ପାଖରେ ବିସ୍ତାର ଭାବରେ ଜାଣିବାର ବ୍ୟବସ୍ଥା ଅଛି। ପୂର୍ବରୁ ନ ଥିଲା। ସବୁ କିଛି ଜାଣି ଶାନ୍ତ ରହିବା ପାଇଁ ଅଭ୍ୟାସ କରିବା ହିଁ କର୍ମଯୋଗ। ଈଶ୍ୱରଙ୍କୁ ସ୍ବୀକାର କରିବା ଦ୍ୱାରା ଏହା ସମ୍ଭବ ହୋଇ ଥାଏ।