ତୁଷାରକାନ୍ତର ମୁଣି,
ନିଅନ୍ତୁ ସେଥିରୁ ଛାଣି
"ଆମେ କାଗଜ ଦେଖାଇବୁ ନାହିଁ "
(हम कागज नहीं दिखाएंगे’ -୨୦୧୯ ମସିହାରେ କେନ୍ଦ୍ର ସରକାରଙ୍କ
“ନାଗରିକ ସଂଶୋଧନ ଆଇନ (CAA) ଓ ରାଷ୍ଟ୍ରିୟ ନାଗରିକତ୍ବ ରେଜିଷ୍ଟର(NRC” ବିରୁଦ୍ଧରେ ଆନ୍ଦୋଳନ ଚାଲିଥିବା ସମୟରେ
ଗିତୀକାର ଶ୍ରୀ ବଋଣ ଗ୍ରୋଭରଙ୍କଦ୍ୱାରା ଲିଖିତ ” हम कागज नहीं दिखाएंगे’ ” ଶୀର୍ଷକ ହିନ୍ଦି କବିତା ବେଶ ଆଦୃତ ହୋଇଥିଲା।)
… 📜…
ସେତେବେଳେ ସିନା ଲୋକମାନଙ୍କ ତରଫରୁ କୁହାଯାଇଥିଲା ଯେ
“ଆମେ କାଗଜ ଦେଖାଇବୁ ନାହିଁ”, ତା୨୦.୧୨.୨୦୨୪ରିଖରେ ଖୋଦ
କେନ୍ଦ୍ର ସରକାରଙ୍କ ତରଫରୁ କୁହାଯାଇଛି ଯେ, ” ଭୋଟ ଚାଲିଥିବା ସମୟରେ ଭିଡିଓଗ୍ରାଫି ହୋଇଥିବା ତଥା ସିସିଟିଭିରେ ଥିବା ଫଟୋକୁ, ସାଧାରଣ ଜନତା ମାଗିଲେ ସେମାନଙ୍କୁ ଦିଆଯିବନାହିଁ,(Electronic footage of polling peocess is not covered under the definition of ELECTION PAPERS and hence not open to public scrutiny)”।
ମି. ମେହମୂଦ ପ୍ରାଚା ନାମକ ଜଣେ ଓକିଲ “ଗତ ହରିୟଣା ବିଧାନସଭା ନିର୍ବାଚନର କେତେକ ନିର୍ବାଚନ ମଣ୍ଡଳୀର Videography and CCTV Footage ତାଙ୍କୁ ଦିଆଯାଉ” ଦାବିକରି ହରିୟାଣା ଓ ପଞ୍ଜାବ
ହାଇକୋର୍ଟରେ ଏକ ମୋକଦ୍ଦମା ଦାୟର କରିଥିଲେ। ମୋକଦ୍ଦମାର ଶୁଣାଣି କରାଯାଇ ହାଇକୋର୍ଟଙ୍କ ତରଫରୁ, “ଏସବୁକୁ ମି. ପ୍ରାଚାଙ୍କୁ ନିର୍ବାଚନ କମିଶନନ ତରଫରୁ ଯୋଗେଇ ଦିଆଯାଉ” ଭଳି ନିର୍ଦ୍ଦେଶ ଦିଆଯିବାପରେ, ନିର୍ବାଚନ କମିଶନଙ୍କସହ ପରାମର୍ଶ କରି କେନ୍ଦ୍ର ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଖବରକାଗଜରେ ପ୍ରକାଶିତ ହୋଇଛି।
" ଜନତା ଜାଣିବା ବିପଦ,
ତେଣୁ କି ଏହି ପଦକ୍ଷେପ"
(times of india.indiatimes.com/THE TIMES OF INDIA dt.21.12.2024…..NEW DELHI: The Centre has amended Rule 93 of the Conduct of Election Rules, 1961, to limit public access to certain electronic documents with the aim of preventing the misuse of electronic election records. This includes CCTV camera and webcasting footage, as well as video recordings of candidates, during the election process.)