Spread the love

ଜିତିବାର ଅଭ୍ଯାସ ରଖିବା ଭଲ,କିନ୍ତୁ ବେଳେବେଳେ କିଛି ସମ୍ପର୍କରେ ହାରିଯିବା ଭଲ।

ପ୍ରକୃତ ବନ୍ଧୁ ଦର୍ପଣ ପରି ତୁମ ଠିକ୍ ଭୁଲ୍ ର ପ୍ରତିବିମ୍ବ ଦେଖାଇ ତୁମର ମାର୍ଗ ଦର୍ଶନ କରାନ୍ତି।

ପରିବର୍ତ୍ତନ ଶାସ୍ୱତ, ଅମର ଏବଂ ସର୍ବଦା କ୍ରିୟାଶୀଳ ଅଟେ।

ସମାଜରେ ମୁଁ ଯାହା ପରିବର୍ତ୍ତନ ଚାହେଁ, ତାହା ପ୍ରଥମେ ନିଜ ଜୀବନ ଶୈଳୀରେ ଆଣିବାକୁ ପଡିବ।

ପରିବର୍ତ୍ତନ ଜୀବନର ବୃଦ୍ଧି ର ମାପକାଠି I ଯଦି ମୁଁ ପରିବର୍ତ୍ତନକୁ ଡରେ, ତେବେ ମୋର ବୃଦ୍ଧି ହେବାର ନାହିଁ।

କିଛି ଭୁଲ ହୋଇଯାଇପାରେ ଚିନ୍ତାକରି ଭୟଭୀତ ହେବା ପରିବର୍ତ୍ତେ କ’ଣ କଲେ ଠିକ ହେବ; ତା’ରି ଉପରେ ନଜର ରଖିବା ଉଚିତ। ଆସନ୍ତୁ; ଆଜିଠାରୁ ଆମେ ସର୍ବଦା ପରିସ୍ଥିତିଗୁଡ଼ିକର ସକାରାତ୍ମକ ଦିଗ ପ୍ରତି ଧ୍ୟାନ ଦେବା।

ଲୋକେ କହନ୍ତି କେହି ଜଣେ ଚାଲିଗଲେ ଜୀବନ ତା’ପାଇଁ ଅଟକି ଯାଏନାହିଁ। କିନ୍ତୁ ସମସ୍ତଙ୍କ ଜୀବନରେ ଏମିତି କେହି ଜଣେ ଅବଶ୍ୟ ଥାଆନ୍ତି ଯାହାର ଜାଗା ଆଉ କେହି ନେଇ ପାରିବେ ନାହିଁ।

ରାଶିଫଳ ଉପରେ ବିଶ୍ଵାସ ନକରି ନିଜର କର୍ମଫଳ ଉପରେ ବିଶ୍ଵାସ ରଖନ୍ତୁ। କାହିଁକି ନା ରାଶି ତ ରାମ ଆଉ ରାବଣ ଉଭୟଙ୍କର ଗୋଟିଏ ଥିଲା କିନ୍ତୁ ନିୟତି ସେମାନଙ୍କ କର୍ମ ଅନୁସାରେ ହିଁ ଫଳ ପ୍ରଦାନ କରିଥିଲା।

ସ୍ଵର୍ଗ ବା ନରକ ବୋଲି କିଛି ନାହିଁ। ଏଇ ମର୍ତ୍ତ୍ୟରେ ସବୁକିଛି ଭୋଗ ହୁଏ। ଏଇଠି ସ୍ଵର୍ଗ ଏଇଠି ନରକ। ଭଲ କାମ କଲେ ସ୍ଵର୍ଗ ସୁଖ ମିଳେ। ମନ୍ଦ କାମପାଇଁ ନରକ ଯନ୍ତ୍ରଣା ସହିବାକୁ ପଡ଼ିଥାଏ।

ତାଙ୍କପାଇଁ ସକାଳ ହୋଇ ନଥାଏ ଯିଏ ଜୀବନରେ କିଛି ପାଇବାର ଆଶା ଛାଡ଼ିଦେଇଛନ୍ତି। ସକାଳ ତାଙ୍କରିପାଇଁ ହୋଇଥାଏ, ଯିଏ ବାରମ୍ବାର ପରାଜୟ ପରେବି କିଛି ପାଇବାର ଆଶା ରଖିଥାଏ।

              

Related Post

Leave a Reply

Your email address will not be published. Required fields are marked *

You Missed