Spread the love

ଚବିଶ ବର୍ଷର ପରିଶ୍ରମ, ନା ପରିବାର(ଭାଇ/ଭଉଣୀ) ନା ଛୁଟି ନା ଅୟସ ଆରାମ, ଏବେ ବିଶ୍ରାମ ା

ଯଦି କେହି ଓଡ଼ିଶାରେ
-ବରମୁଣ୍ଡା ଓ ବାଦାମବାଡ଼ି ବସ୍ ଷ୍ଟାଣ୍ଡ ଗଲେ
-ଶ୍ରୀମନ୍ଦିର, ସମଲେଶ୍ୱରୀ କି ସାରଳା ମନ୍ଦିର ଗଲେ
-ଯେ କୌଣସି ଗାଁ ଗଳି ରାସ୍ତାରେ ପାଦ ଦେଲେ
-କୌଣସି ସରକାରୀ ବିଦ୍ୟାଳୟକୁ ଗଲେ
-କୌଣସି ସରକାରୀ ଅଫିସ୍ ଗଲେ
-ସରକାରୀ ହସ୍ପାତାଲ ଗଲେ
-ରାଜଧାନୀର ନୂଆରୂପ ଦେଖି ଖୁସି ହେଲେ
-ସମ୍ବଲପୁର ଏମସ୍ ଓ ବିଭିନ୍ନ ବିଶ୍ୱବିଦ୍ୟାଳୟ ଦେଖି ଖୁସି ଲାଗିଲା
-ଖୋର୍ଧା ବଲାଂଗିର ରେଳରେ ବସିଲେ
-ମହିଳାଟିଏ ନିଜ ଗୋଡ଼ରେ ଠିଆହେଲା
-ଅଂଗନୱାଡି କର୍ମୀ ବା ଆଶା କର୍ମୀ ପରିବାରରେ ଖୁସି ଆସିଲା
-ଅସ୍ଥାୟୀ କର୍ମଚାରୀ ବା ଶିକ୍ଷକ ପରିବାରରେ ଖୁସି ଆସିଲା
-ଆଗକୁ ଯଦି ଦୁର୍ବିପାକ ଆସିଲା
-କେହି ରୋଗପୀଡ଼ାରେ ଅପରେସନ୍ ଆବଶ୍ୟକ କଲେ (BSKY)
-ବିବିସି ବା ଜାତିସଂଘରେ ଓଡ଼ିଶା ପ୍ରଶଂସା ଶୁଣିଲେ
-ଯେପର୍ଯ୍ୟନ୍ତ ଅଣଦକ୍ଷିଣର ଏକମାତ୍ର ସାସ୍କ୍ରୁତିକ ଭାଷା ହୋଇ “ଓଡ଼ିଆ” ଥିବ

ନିଶ୍ଚୟ ମନେ ପକାଇବେ
୧୯୯୮ରେ ବିଜୁ ପଟନାୟକଂକ ଦିଲ୍ଲୀ ସରଭାଣ୍ଟ କ୍ୱାଟରରୁ ଧଳା ପାଇଜାମା ଓ ଟ୍ରଟସ୍ ଚପଲ ପିନ୍ଧି, ଓଡ଼ଶା ଆସିଥିବା ସେହି ଲୋକଟିକୁ-
ଯିଏ ଦୁର୍ବଳ ସ୍ୱାସ୍ଥ୍ୟରେ ଇଂରାଜୀ, ହିନ୍ଦୀ କି ଓଡ଼ିଆରେ କୁନ୍ଥେଇଲା ପରି କଥା ଶୁଭେ,
ହସିବା, ଉତ୍ସବ ପାଳନ କି ଜନ୍ମଦିନ ପାଳନରେ ଅମଂଗ,
ରାଜ୍ୟର ଦୁଃଖରେ ଆଖିର ଲୁହ ରୋକିପାରନ୍ତି ନାହିଁ,
ଚବିଶ ବର୍ଷ ଧରି କୋଟି ଓଡ଼ିଆଂକ ମନର ମଣିଷଟିଏ: ନବୀନ ନିବାସରେ ଏକଲା ବସିଥିବେ।

ଜଣେ ସାଧାରଣ ଓଡ଼ିଆ ତରଫରୁ ନମନ ବିକାଶ ପୁରୁଷ।

Leave a Reply

Your email address will not be published. Required fields are marked *