ଘରକୁ ସୁନ୍ଦର ଦିଶଇ ଘରଣୀ
ଅଜାକୁ ସୁନ୍ଦର ଆଈ,
ଦାଣ୍ଡକୁ ସୁନ୍ଦର ଫୁଲ ବଗିଚା ଲୋ
ଗୋଠକୁ ସୁନ୍ଦର ଗାଈ ।
ଅନେକ ଦୁଃଖ ସିନା ଆମ ଜୀବନରେ ସୂର୍ଯ୍ୟ ଅସ୍ତ କରି ରାତ୍ରିର ଅନ୍ଧକାରରେ ଆମକୁ ଦୁର୍ବଳ କରିଦିଏ କିନ୍ତୁ ଟିକିଏ ଖୁସି ମଧ୍ୟ ଆମ ଜୀବନରେ ସୁନ୍ଦର ସୂର୍ଯ୍ୟୋଦୟର ଗୋଟିଏ ନୂତନ ସକାଳ ଭେଟି ଦେଇ ପୁଣି ଆମକୁ ମଜବୁତ୍ କରିଦିଏ ।
ମନକୁ ଶକ୍ତିଶାଳୀ କରନ୍ତୁ, ତା’ପରେ ଯାଇ ଆପଣ ସବୁ କ୍ଷେତ୍ରରେ ସଫଳତା ପାଇବେ ।
ଅନ୍ୟକୁ Copy କରି Successful ହେବା ଅପେକ୍ଷା ନିଜସ୍ଵ କର୍ମ ବଳରେ ବିଫଳ ହେବା ଶହେ ଗୁଣରେ ଭଲ ।
ଚେହେରାର ସୌନ୍ଦର୍ଯ୍ୟ ଆଇନାରେ ପ୍ରକାଶିତ ହୁଏ,ଆଉ ଅନ୍ତରର ସୌନ୍ଦର୍ଯ୍ୟ ଆଚରଣରେ ପ୍ରକାଶ ପାଇଥାଏ ।
ହାରି ଗଲେ ଦୁଃଖ କରନାହିଁ।ଜୀବନରେ ହାରିବା ବି ନିହାତି ଦରକାର,କାହିଁକି ନା ହାରିବା ହିଁ ଜିତିବା ପାଇଁ ନୂଆ ଉର୍ଜା ସ୍ରୁଷ୍ଟି କରେ।
ଜଣକୁ ଧୋକା ଦେଇ ଭାବନି ଯେ ସେ ବୋକା ଆଉ ମୁର୍ଖ ବୋଲି ମନେରଖିବା ଉଚିତ୍ ଯେ ସେ ତୁମକୁ ଭରଷା କରିଥିଲା ଯାହାର ଯୋଗ୍ୟ ତୁମେ ନୁହେଁ।
ନିଜ ସୁଖ ପାଇଁ କରାଯାଇଥିବା କର୍ମ ସିମୀତ ସୁଖ ଦେଇଥାଏ କିନ୍ତୁ ପରୋପକାର ପାଇଁ କରାଯାଇଥିବା କର୍ମ ନୂତନ ଆନନ୍ଦ ଦିଏ।