Spread the love

ଗାନ୍ଧୀ~ଆମ୍ବେଦକର ରାଜନୀତି

ମହାତ୍ମା ଗାନ୍ଧୀ ହୁଅନ୍ତୁ କି ବି. ଆର. ଆମ୍ବେଦକରଙ୍କ ଭିତରେ ମତ ପାର୍ଥକ୍ୟ ରହୁଥିଲା। ସେମାନେ କେତେକ କ୍ଷେତ୍ରରେ ପରସ୍ପରକୁ ସମ୍ମାନ ବି ଦେଉଥିଲେ। ଦୃଷ୍ଟିଭଙ୍ଗୀ ଭିନ୍ନ ହୋଇପାରେ। କୌଣସି ପ୍ରସଙ୍ଗରେ ସେମାନଙ୍କ ମତ ଶେଷ ମତ ନୁହେଁ ବୋଲି ଦୁଇ ଜଣ ବାରମ୍ବାର କହୁଥିଲେ!

ଉଦାହରଣ: 1932ରେ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ପାଇଁ ଅଲଗା ନିର୍ବାଚନ ମଣ୍ଡଳୀ ଓ ଭୋଟର ତାଲିକା ହେବା ଉଚିତ ବୋଲି ଆମ୍ବେଦକର ଗୋଲଟେବୁଲ ବୈଠକରେ ଦାବି କରୁଥିଲେ। ମାତ୍ର ତାକୁ ବିରୋଧ କରି ଗାନ୍ଧିଜୀ ପୁନେର ଏରଓ୍ବାଡା ଜେଲରେ ଥାଇ 6 ଦିନ ଅନଶନ କଲେ। ଗାନ୍ଧିଜୀ କହୁଥିଲେ, ଏମିତି କଲେ ସମାଜରେ ଜାତିକୁ ନେଇ ଫାଟ ବଢ଼ିବ। ବରଂ ସବର୍ଣ୍ଣମାନେ ଅସବର୍ଣ୍ଣମାନଙ୍କୁ ଭୋଟ ମାଗିବାକୁ ଗଲେ ବିଭେଦ କମିବ। ଗାନ୍ଧିଜୀଙ୍କ ଦାବିକୁ ମାନିଥିଲେ ବ୍ରିଟିଶ ସରକାର! ଗାନ୍ଧିଜୀଙ୍କୁ ସେତେବେଳେ 62 ବର୍ଷ ହୋଇଥିବାବେଳେ ଆମ୍ବେଦକରଙ୍କୁ ମାତ୍ର 40 ବର୍ଷ ହୋଇଥିଲା।
ପୁସ୍ତକ: ଗାନ୍ଧୀ ମଣିଷ (ଲେଖକ: ଶରତ କୁମାର ମହାନ୍ତି, ପୃଷ୍ଠା-346)

Related Post

Leave a Reply

Your email address will not be published. Required fields are marked *

You Missed