ଖୋର୍ଦ୍ଧା :ଦୀର୍ଘ ବର୍ଷ ଧରି ପ୍ରଶାସନ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ଚାଲିଥିବା ମୋକଦ୍ଦମାର ଅନ୍ତ ଘଟିଛି । ଭଙ୍ଗା ହେଲା ଛୋଟ ବଡ଼ ଜବରଦଖଲ କୋଠା
ଶେଷରେ ପ୍ରଶାସନ ଖୋର୍ଦ୍ଧାରୁ କ୍ୟାବିନ ଉଚ୍ଛେଦ କରିବାରେ ସଫଳ ହୋଇଛି। ଦୀର୍ଘ ୩୦ ବର୍ଷ ପରେ ଖୋର୍ଦ୍ଧାରୁ କ୍ୟାବିନ ହଟାଇବାରେ ପ୍ରଶାସନ ସଫଳ ହୋଇଛି । କାଲି ସକାଳୁ ସକାଳୁ ଦୋକାନ ତାଲା ଭାଙ୍ଗି ବୁଲୋଡୋଜର ଲଗାଇ ପ୍ରଶାସନ ଟ୍ରାଫିକ ଛକ ଠାରୁ, ସମବାୟ ବ୍ୟାଙ୍କ ଛକ, ଫରେଷ୍ଟ କଲୋନୀ ଛକ, ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତାର ଦୁଇ କଡରେ ଥିବା ସମସ୍ତ କ୍ୟାବିନକୁ ଉଚ୍ଛେଦ କରିଛି ।
କିଛି ଦୋକାନୀ ଥଇଥାନ ଦାବିରେ ଉଚ୍ଛେଦ ବିରୋଧ କରିଥିଲେ ସୁଦ୍ଧା ତାହା ଫଳପ୍ରଦ ହୋଇନାହିଁ । ପ୍ରଶାସନ ସବୁକୁ ଅଗ୍ରାହ୍ୟ କରି ଉଚ୍ଛେଦ ପ୍ରକ୍ରିୟା କରି ଚାଲିଥିଲା ।