Spread the love

ଆଲୋକର ପର୍ବ ଦୀପାବଳି । ଗତକାଲି କିଛି ଲୋକ ପାଳନ କରିଥିବା ବେଳେ ଆଜି ପୁଣି କିଛି ଲୋକ ପାଳନ କରୁଛନ୍ତି । ବିଭିନ୍ନ ପାଞ୍ଜିରେ ଦିଆଯାଇଥିବା ତିଥି ଓ ଲଗ୍ନ ଦୀପାବଳି ପାଳନକୁ ନେଇ ଦ୍ୱନ୍ଦ୍ୱ ବଢାଇ ଦେଇଛି । ବିରଜା ପାଞ୍ଜିକୁ ମାନୁଥିବା ଜିଲ୍ଲାଗୁଡିକରେ ଗତକାଲି ଲୋକ ଦୀପାବଳି ପାଳନ କରିଛନ୍ତି । ସେହିପରି କୋହେନୂର ଓ ଖଡୀରତ୍ନ ପଞ୍ଜିକାକୁ ଅନୁସରଣ କରୁଥିବା ଜିଲ୍ଲା ଗୁଡିକ ଆଜି ଦୀପାବଳି ପାଳନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ଦୁଇ ଦିନିଆ ଦୀପାବଳି ପାଳନ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଛି ।

ଶ୍ରୀମନ୍ଦିରରେ ଆଜି ଦୀପାବଳି ପାଳନ ହେବ । କିନ୍ତୁ ଗତକାଲି ସନ୍ଧ୍ୟାରେ ବାହାରୁ ଆସିଥିବା କିଛି ଶ୍ରଦ୍ଧାଳୁ ସିଂହଦ୍ୱାର ସମ୍ମୁଖରେ ଦୀପଦାନ କରିବା ସହ ବଡବଡୁଆ ଡାକୁଥିବା ଦେଖିବାକୁ ମିଳିଛି। କେବଳ ଏହି ଦୀପାବଳି ନୁହେଁ ପୂର୍ବରୁ କୁମାର ପୂର୍ଣ୍ଣିମା, ଅନନ୍ତବ୍ରତ ଭଳି ଅନେକ ପର୍ବ ପାଳନକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ତେଣୁ ଏଭଳି ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ପଣ୍ଡିତ ଓ ରାଜ୍ୟ ସରକାର ହସ୍ତକ୍ଷେପ କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *

You Missed