Spread the love

ମାଆ ମାଆ ବୋଲି ଡାକି ଚାଲୁଥିବି ଏହି କାମନା ଯେ ଥାଏ। ଦୁଃଖ ଅନ୍ଧକାର ପଥ ଦୂର ହେବ ମନରେ ଆଶା ମୁଁ ନିଏ।

ଦୁଃଖୀ ଦରିଦ୍ର ମୁଁ ବହୁତ ଯନ୍ତ୍ରଣା ଅନ୍ତର ବିଦାରି ଦିଏ। ନିବାରଣ ମନ୍ତ୍ର ତୋ ପାଶେ ମାଆ ଲୋ ମାଆ ମାଆ ଜପି ଥାଏ।

ଆଶାର ତାଜଟି ଭାଙ୍ଗି ରୁଜି ମୋର ଧୂଳିସାତ ରୂପ ନେଇ। ଦୁଃଖ ଯନ୍ତ୍ରଣାରେ ରହି ମାଆ ସତ ପଥଭ୍ରଷ୍ଟ ହୋଇ ଥାଇ।

ତୁହି ମୋ ଅତୀତ ଅଟୁ ବର୍ତ୍ତମାନ ଭବିଷ୍ୟତ ମଧ୍ୟ ତୁହି। ସରଳ ମଣିଷ ଠୋକର ଖାଇଛି ଖାଉଛି ମାଆ ଲୋ ମୁହିଁ।

ଆଖି ବୁଜିଦେଲେ ଶବ୍ଦ ଭାସି ଆସେ ତାରିଣୀ ପୀଠର ସ୍ଵର। ଘଣ୍ଟ ମୃଦଙ୍ଗର ଅନାବିଳ ସ୍ନେହ ଚାହେଁ ଯେ ସଦା ଅନ୍ତର।

ଆବଶ୍ୟକ ନାହିଁ ସଂସାର ଜଞ୍ଜାଳ ତୁହି ମୋର ମୁକ୍ତି ପଥ। ମାଆ ତାରିଣୀ ଲୋ ସଙ୍କଟ ହାରିଣୀ ରହିଛି ତୋ ପଥେ ନିତ୍ୟ।

         

କଥାରେ ଅଛି ସଫଳ ବ୍ୟକ୍ତିଙ୍କ ମତକୁ ଗ୍ରହଣ କରି କର୍ତ୍ତବ୍ୟନିଷ୍ଠ ଓ ନୀତିନିଷ୍ଠ ଭାବରେ ଯେ କୌଣସି କାର୍ଯ୍ୟକୁ ସମ୍ପନ୍ନ କରନ୍ତୁ,ସଫଳତା ଆପେ ଆପେ ଆପଣଙ୍କୁ ମିଳିଯିବ।

ଅନ୍ୟକୁ ଠକି ଅର୍ଜନ କରୁଥିବା ଧନ, ମଣିଷକୁ ପ୍ରଥମେ ପ୍ରଥମେ ବହୁତ ସୁଖ ଦେଇଥାଏ । କିନ୍ତୁ ପରେ ମଣିଷକୁ ଏପରି ଏକ ଦୁଃଖର ସାଗରରେ ବୁଡାଇଦିଏ, ଯେଉଁଠି ମରିବା ପର୍ଯ୍ୟନ୍ତ ସୁଖର କୂଳ ଦେଖା ଯାଇ ନଥାଏ ।

ଆଖିଠାରୁ ମୂଲ୍ୟବାନ ଅଙ୍ଗ କିଛି ନାହିଁ। ଆଖି ଥାଇ ଅନ୍ଧ ହେବା ଅର୍ଥ ନିଜକୁ ନିଜେ ବିନାଶ କରିବା। ଆସନ୍ତୁ; ଆଜିଠାରୁ ଆମେ କେବଳ ବାହ୍ୟ ଦୃଷ୍ଟିରୁ ନୁହେଁ ବରଂ ଅନ୍ତଃସ୍ଥିତ ଚକ୍ଷୁକୁ ସର୍ବଦା ସଜାଗ ରଖିବା।

ଏ ଦୁନିଆଟା ଅପବାଦ, ଅପମାନ, ଅବିଶ୍ୱାସର ଗନ୍ତାଘର। ପ୍ରତ୍ୟେକ ପ୍ରାଣୀ ବୁଝି ବିଚାରି ବିବେକାନୁମୋଦିତ ରାସ୍ତାରେ ଚାଲିବା ଆବଶ୍ୟକ। ଦୁଷ୍ଟ, ଖଳ, ଖରାପକୁ ଛାଡ଼ି ସାଧୁ ବ୍ୟକ୍ତିକୁ ଆପଣେଇବା ଆବଶ୍ୟକ।

      

କଷ୍ଟ ସେଇଟା ନୁହେଁ, ଯାହା ସହି ହୁଏନି….

କଷ୍ଟ ତ ସେଇଟା, ଯାହା କେବେ କାହାକୁ କହି ହୁଏନି….

Related Post

Leave a Reply

Your email address will not be published. Required fields are marked *