ନୂଆ ବଜାର ହାଇସ୍କୁଲ ର 41 ତମ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ –
କଟକ: ନୂଆ ବଜାର ହାଇସ୍କୁଲ ର 41 ତମ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ କୁମାର୍ ନାୟକ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥିଭାବେ ଚୌଦ୍ଵାର କଟକ ବିଧାୟକ ସୌଭିକ ବିଶ୍ଵାଳ ଯୋଗଦେଇ କହିଲେ ବିଦ୍ୟାଳୟ ହେଉଛି ମଣିଷ ତିଆରି କାରଖାନା ଏହି କାରଖାନାରୁ ଭଲ ମଣିଷ କରି ଗଢି ତୋଳି ବାରେ ଶିକ୍ଷକ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
ଏହି କର୍ତ୍ତବ୍ୟକୁ ଠିକ୍ ଭାବେ ଲିଭାଇ ପାରିଲେ ଛାତ୍ର ଛାତ୍ରୀ ମାନେ ଭଲ ମଣିଷ ହୋଇ ତିଆରି ହୋଇ ପାରିବେ। ଶିକ୍ଷା ସହିତ ସୁସ୍ଥ ରହିବା ପାଇଁ ପ୍ରତ୍ୟେକ ଦିନ ଛାତ୍ର ଛାତ୍ରୀ ମାନେ ଖେଳ କସରତ କରିବା ଦରକାର । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ଆଲୁମୁନି କମିଟିର ସଭାପତି ଉମେଶ ଚନ୍ଦ୍ର ସାହୁ, ପରିଚାଳନା କମିଟିର ସଭାପତି ପ୍ରଭାତୀ ମଲ୍ଲିକ, ସ୍ମୃତି ରଞ୍ଜନ ସ୍ଵାଇଁ, ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଚଳିତ ବର୍ଷର କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଜୁନିଅର ବିଭାଗରେ ରାଜା କୁମାର, କର୍ମୀ ମୁର୍ମୁ, ସବ ଜୁନିଅର ବିଭାଗରେ ଆରାଧ୍ୟା ସାହୁ, ଜୟନ୍ତୀ ଜେନା ଚମ୍ପିଆନ ହୋଇଥିଲେ। ଚମ୍ପିୟାନ ଖେଳାଳିଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା।
ଖେଳ ଶିକ୍ଷୟିତ୍ରୀ ଗୀତାଞ୍ଜଳି ଛାଟୋଇ, ନମିତା ତ୍ରିପାଠୀ, ଶିକ୍ଷକ ମନୋଜ କୁମାର୍ ସାହୁ କ୍ରୀଡ଼ା ପ୍ରତିଯୋଗିତାକୁ ପରିଚାଳନା କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ନମ୍ରତା ଚାନ୍ଦ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।