କଟକ: ଜିଲ୍ଲା ବାଙ୍କୀ ବ୍ଲକ୍ ସ୍ଥିତ ମାଳବିହାରୀ ପୁର ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏକ ପିକ୍ ଅପ ଭ୍ୟାନ ପ୍ୟାରେଡ ସ୍ଥଳକୁ ଆସୁଥିବା ବେଳେ ପିକପ ଭ୍ୟାନ ଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ସେଥିରେ ଥିବା ଛାତ୍ର ଛାତ୍ରୀ ମାନେ ଆହତ ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ଆଠଗଡ ମେଡିକାଲ କୁ ନିଆ ଯାଇଥିଲା ସେଠାରେ ଗୋଟିଏ ଛାତ୍ର ର ମୃତ ହୋଇଥିବା ଜଣା ପଡ଼ିଛି। ମୃତିଛାତ୍ର ଟିର ନାମ ସୌମ୍ୟ ରଞ୍ଜନ ବେହେରା ଅନ୍ୟ 12 ଜଣ ଆହତ ଚି ନିମନ୍ତେ କଟକ ଏସିବି କାଜୁଆଲିଟି ରେ ଭର୍ତ୍ତି କରାଯାଇଛି। ସୌମ୍ୟ ରଂଜନ ଙ୍କ ଆଠଗଡ ମେଡ଼ିକାଲରେ ମୃତ ହୋଇଥିବା କହିଛନ୍ତି କଟକ ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ସନ୍ତୋଷ କୁମାର୍ ରାଉତ । କଟକ ବଡ଼ ଡାକ୍ତର ଖାନରେ ଆହତ ମାନଙ୍କୁ ଚୌଦ୍ୱାର କଟକ ପୂର୍ବତନ ବିଧାୟକ ଡ଼ ପ୍ରଭାତ ରଞ୍ଜନ ବିଶ୍ୱାଳ, ବିଧାୟକ ସୋଫିଆ ଫାର୍ଦ୍ଦୋସ, କଟକ ଜିଲ୍ଲା ଗ୍ରାମାଞ୍ଚଳ ଏସିପି ପ୍ରତୀକ ସିଂ ପ୍ରମୁଖ ଭେଟିଛନ୍ତି । ଅନ୍ୟପଟେ ପ୍ରାଥମିକ ପର୍ଯ୍ୟାୟ ରେ ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କୁ ନିଲମ୍ବିତ କରାଯିବା ସହ ଘଟଣା ର ପୁଙ୍ଖାନୁ ପୁଙ୍ଖ ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ଏହି ଘଟଣାରେ ମୁଖ୍ୟ ମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ମୃତ ଛାତ୍ର ପରିବାର କୁ ସମବେଦନା ଜଣାଇବା ସହିତ ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠିରୁ 3ଲକ୍ଷ ଟଙ୍କା ଏବଂ ଶିକ୍ଷା ବିଭାଗ ପକ୍ଷରୁ 2 ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରାଯାଇଛି।
Byte ଜିଲ୍ଲା ଶିକ୍ଷାଧିକାରୀ