ଓଡ଼ିଆ ନବବର୍ଷ ରେ ମେୟରଙ୍କୁ କବିତା ବହି ଉପହାର l
ଭୁବନେଶ୍ଵର,(ଦର୍ଶନ ସମୀକ୍ଷା) : ରାଜ୍ୟ ବ୍ୟାପି ଓଡ଼ିଆ ନବବର୍ଷ ଧୁମ୍ ଧାମରେ ପାଳନ କରାଯାଉଛି l ନିଜ ନିଜର ପାଳନକୁ କିଏ କେତେ ପ୍ରକାରେ ଲୋକଲୋଚନକୁ ଆଣୁଛନ୍ତି l
ଏହି ଅବସରରେ ନିଜ ଲେଖନୀ ନିସୃତ ଦୁଇଟି କବିତା ବହିକୁ ମେୟର ସୁଲୋଚନା ଦାସଙ୍କୁ ଉପହାର ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ଓ କବି ରବିପ୍ରିୟ ଦାଶ l
ତାଙ୍କର ଦୁଇଟି ନୂଆ ବହି ହେଲା ‘ଏକଶହ ଭାରାକ୍ରାନ୍ତ ଜହ୍ନରାତି’ ଏବଂ ‘ଜହ୍ନରାତିର ପଚାଶ କବିତା’ l
ଚାପଗ୍ରସ୍ତ ଜୀବନକୁ ଜହ୍ନର କିରଣ କେମିତି ଭାରି ଭାରି ଲାଗୁଥାଏ, ତାହାର ନିଖୁଣ କାବ୍ୟିକ ଅଙ୍କନ କରିଛନ୍ତି ରବିପ୍ରିୟ ଦାଶ l
ସହରର କୋଣ ଅନୁକୋଣରେ ପରିଚିତ ମେୟର ସୁଲୋଚନା ଦାସ ବିଭିନ୍ନ ସ୍ତରର ନାଗରିକଙ୍କୁ ଖୁବ୍ ପାଖରୁ ଦେଖୁଛନ୍ତି l ଅଭାବୀ ଠୁ ଅଭିମାନୀ ସମସ୍ତଙ୍କୁ ଜାଣିଥିବା ଏହିଭଳି ବ୍ୟକ୍ତିତ୍ୱଙ୍କୁ ମୋର ଏହି ବହି ଦୁଇଟିରେ ସେ ଦେଖିଥିବା ଅନେକଙ୍କୁ ପାଇପାରିବେ, କହନ୍ତି କବି ରବିପ୍ରିୟ ଦାଶ l
ଦୁଇଟି କବିତା ବହି ଉପହାର ପାଇ ମେୟର କବିଙ୍କ ଦୀର୍ଘ ତଥା ନିରାମୟ ଜୀବନ କାମନା କରିଛନ୍ତି l