Spread the love

ଗୋପବନ୍ଧୁ ଦାସ (୧୮୭୭-୧୯୨୮) ଛୋଟବେଳୁ ସମାଜସେବୀ ଥିଲେ। ବିଭିନ୍ନ ଅନୁଷ୍ଠାନ ଗଢ଼ି ଲୋକଙ୍କ ସେବା କରୁଥିଲେ।
ଛାତ୍ର ଜୀବନରେ ଭାର୍ଗବୀ ନଦୀ କୂଳେ ସାକ୍ଷୀଗୋପାଳର ୪ ବନ୍ଧୁଙ୍କୁ ବୁଝାଇ ଶପଥ ନେଲେ- ସରକାରୀ ଚାକିରି କରିବେ ନାହିଁ, ସେମାନେ ଯେଉଁ ଅବସ୍ଥାରେ ଦେଶକୁ ଦେଖୁଛନ୍ତି, ମଲା ପୂର୍ବରୁ ଭଲ ଅବସ୍ଥାରେ ଦେଖିବେ।
୧୯୦୯ରେ ସତ୍ୟବାଦୀ ବନ ବିଦ୍ୟାଳୟ ଖୋଲିବା ପୂର୍ବରୁ (ଯାହା ୧୭ ବର୍ଷ ପରେ ଆର୍ଥିକ ଦୁଃସ୍ଥିତି ପାଇଁ ବନ୍ଦ ହେଲା) ମୟୁରଭଞ୍ଜର ପରୋପକାରୀ ରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପରାମର୍ଶଦାତା ହେବା ସହ ରାଜାଙ୍କ ଦ୍ୱାରା ବାରିପଦା ପୌରପାଳିକାର ଉପାଧ୍ୟକ୍ଷ ଥିଲେ।
ମଧୁସୂଦନ ଦାସଙ୍କ ପ୍ରୋତ୍ସାହନରେ ୧୯୧୭ରୁ ୧୯୨୦ ବିଧାନ ପରିଷଦ (ବିହାର-ଓଡ଼ିଶା) ବିଧାୟକ ହେଲେ।
୧୯୨୦ରେ ଓଡ଼ିଶାରେ କଂଗ୍ରେସ ଗଢ଼ି ମୃତ୍ୟୁ ପର୍ଯ୍ୟନ୍ତ (୧୯୨୮) କଂଗ୍ରେସ ସଭାପତି ରହିଲେ।
୧୯୨୭ରେ ବନ୍ୟା ସହାୟତା ଯୋଗାଇଲା ବେଳେ ବଢ଼ି କମିଟି ଅଧ୍ୟକ୍ଷ ଭାବେ ୪୨ ହଜାର ଟଙ୍କା ‘ବଢ଼ି କଉଡ଼ି’ ଖାଇଗଲେ ବୋଲି ଭୁବନାନନ୍ଦ ଦାସ ‘Young Utkal’ରେ ଲେଖିଲେ। ଗୋପବନ୍ଧୁ ଅନୁଜ ନୀଳକଣ୍ଠ ଦାସଙ୍କୁ ଡକାଇ କାନ୍ଦିଲେ। ଗାନ୍ଧିଜୀଙ୍କ ନିର୍ଦେଶରେ ତାଙ୍କ ବନ୍ଧୁ ସି ଏଫ ଆଣ୍ଡ୍ରୟୁଜ ଅଭିଯୋଗର ତଦନ୍ତ କରି ଗୋପବନ୍ଧୁଙ୍କୁ କ୍ଲିନ ଚିଟ ଦେଲେ।

ଗୋପବନ୍ଧୁ ୧୯୧୯ରେ ସାପ୍ତାହିକ ‘ସମାଜ’ ପ୍ରତିଷ୍ଠା କଲା ବେଳକୁ ଉତ୍କଳ ସମ୍ମିଳନୀର ସଭାପତି ଥିଲେ। ୧୯୨୮ରେ ମୃତ୍ୟୁ ପୂର୍ବରୁ ସମାଜ ପରିଚାଳନା କରୁଥିବା ରାଧାନାଥ ରଥଙ୍କୁ ମାତ୍ର ₹୨୦ ଟଙ୍କା ଡାକ ଯୋଗେ ପଠାଇବାକୁ ଅନୁରୋଧ କରୁଥିଲେ!
ଗୋପବନ୍ଧୁଙ୍କ ସହ ସମାଜ ସେବା କରୁଥିବା ଅନେକ ନେତା କର୍ମୀ ମୃତ୍ୟୁ ବେଳକୁ ଗରିବ ହୋଇଯାଇଥିଲେ!

Related Post

Leave a Reply

Your email address will not be published. Required fields are marked *

You Missed