ଉଠା ଦୋକାନୀ ମାନଙ୍କୁ ଉଚ୍ଛେଦ
ମାନବତା ବିରୋଧ ରେ ଅପରାଧ
— ରାଜ୍ୟ ସମ୍ପାଦକ ସି ପି ଆଇ(ଏମ୍)
ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଭୁବନେଶ୍ଵର ରେ ଡବଲ ଇଞ୍ଜିନ ସରକାର ର ବୁଲଡୋଜର ଉଠା ଦୋକାନୀ ମାନଙ୍କୁ ଜୀବିକା ରୁ ଉଛେଦ କରିଛି। ହଜାର ହଜାର ଦୋକାନୀଙ୍କୁ ଦାଣ୍ଡ କୁ ଫୋପାଡି ଦିଆଯାଇଛି । ଲକ୍ଷ ଲକ୍ଷ ଟଙ୍କାର ଜିନିଷପତ୍ର ଧ୍ଵଂସ କରାଯାଇଛି।ଏହି ଦୃଶ୍ୟ ହେଉଛି ଜାତୀୟ ରାଜପଥ ପାର୍ଶ୍ବ ବାଣୀ ବିହାର ଛକ।
ଆଜି ସନ୍ଧ୍ୟା ରେ ସି ପି ଆଇ(ଏମ୍) ରାଜ୍ୟ ସଂପାଦକ ସୁରେଶ ପାଣିଗ୍ରାହୀ,କୃଷକ ସଭା ରାଜ୍ୟ ସଭାପତି ଜମେଶ୍ଵର ସାମନ୍ତରାୟ, ଉଠା ଦୋକାନୀ ମହାସଂଘ ର ଭୁବନେଶ୍ଵର ସଭାପତି ପ୍ରଭାତ ପାଣିଗ୍ରାହୀ, ଯୁବ ଫେଡେରେସନ୍ ରାଜ୍ୟ ସଭାପତି ଯତୀନ ମହାନ୍ତି ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି । ଉଠା ଦୋକାନୀ ମାନଙ୍କ ସହିତ ଆଲୋଚନା କରିଛନ୍ତି। ଉପଯୁକ୍ତ ଭାବେ ଥଇଥାନ ଦାବି କରି ଭୁବନେଶ୍ୱର ମହାନଗର ନିଗମ ମେୟର କୁ ପିଟିସନ ଦେବା ପାଇଁ ଆହ୍ଵାନ କରାଯାଇଛି । ଏହି ଉଚ୍ଛେଦ ହେଉଛି ଅମାନବୀୟ। ମାନବତା ବିରୋଧ ରେ ଅପରାଧ। ଉଠା ଦୋକାନୀ ମାନଙ୍କ ବିରୋଧରେ ଯୁଦ୍ଧ ଘୋଷଣା। ବିଜେପି ସରକାର ତରଫରୁ ହେଉଥିବା ଏହି ନିର୍ମମ ଜୀବିକା ଉଚ୍ଛେଦ ଅଭିଯାନ ବିରୋଧ ରେ ସି ପି ଆଇ(ଏମ୍) ଆନ୍ଦୋଳନକୁ ଓହ୍ଲାଇବ ବୋଲି ଘୋଷଣା କରାଯାଇଛି । ଉଠା ଦୋକାନୀ ଏବଂ କ୍ଷୁଦ୍ର ବ୍ୟବସାୟୀ ମାନଙ୍କର ସଂଗଠିତ ଗଣତାନ୍ତ୍ରିକ ପ୍ରତିବାଦ/ ପ୍ରତିରୋଧ ହିଁ ଏହି ଜନ ବିରୋଧୀ ଅଭିଯାନ କୁ ପ୍ରତିହତ କରିପାରିବ।
ସୁରେଶ ପାଣିଗ୍ରାହୀ
ସଂପାଦକ
ସି ପି ଆଇ(ଏମ୍)
ଓଡ଼ିଶା ରାଜ୍ୟ କମିଟି
ଭୁବନେଶ୍ୱର
ତାରିଖ:୦୩.୦୧.୨୦୨୪