Spread the love

କବିତା —–ଶୁଷ୍କ ସାହିତ୍ଯ
ପାରଦ କୁମାର ପାଢୀ,ଅବସରପ୍ରାପ୍ର ଶିକ୍ଷକ,

ହିଞ୍ଜିଳିକାଟୁ ,ଗଞ୍ଜାମ ।

ନିଜକୁ ଶ୍ରେଷ୍ଠ ଆସନରେ ଆସୀନ
କରାଇଥିବା ମଣିଷର
ମନ ହୁଏ ଯେବେ ଅନୁଭବହୀନ,
ଅନୁଭୂତିହୀନ ମନ ହେବ ଉଦାସୀନ ।
ମଣିଷ ଯିଏ ତା ଭାବକୁ ପ୍ରକାଶ
କରିବା ଇଛାରେ ଶବ୍ଦ ମାନଙ୍କୁ
ସାର୍ଥକ ଭାବରେ ସଜାଇବା ଶକ୍ତି ଆଉ
ଖୋଜିବନି, କାଗଜ ମାନେ
ଫଟା ଭୂଇଁରେ
ଆତ୍ମୋତ୍ସର୍ଗ କରିବେ,
କଲମ ମାନେ କୋଣ ବାଡେ ପଡିରହି
ଆମକୁ ଖୋଲାକର ବୋଲି କହିବେନି ।
ଚତୁର୍ଦିଗ ଧୂଳି ଧୂସରରେ ଭରିଯିବ ।
ଘଟଣା ମାନେ ଛାଏଁ ଘଟୁଥିବେ
ଆଉ ଧୂଳି ଧୂସରିତ ପରିବେଶରେ
ନିଃସହାୟ ଭାବେ ପରସ୍ପରସହ
ଧକ୍କା ମରାମରି ହେଉଥିବେ ।
ଏମିତି ଦୟନୀୟ ସ୍ଥିତିରେ ସାହିତ୍ଯ
ସୃଷ୍ଟି କେବଳ ଗ୍ରୀଷ୍ମ ଋତୁର
ହୁତ୍ ହୁତ୍ ଅଗ୍ନି ଜାଳ ଅବା
ଥୁଡୁକା ଶୀତର ପରଶରେ
ରଖହେ ଭଗବାନ ବୋଲି
ବିକଳରେ ଡାକୁଥିବ ।
ବର୍ଷା ରାଣୀ ବେଙ୍ଗ ମାନଙ୍କୁ
ଖୋଜି ଖୋଜି ବେହାଲ
ହୋଇଯାଉଥିବ ।
ପ୍ରକୃତି ରାଣୀ ତ ମଳିନ
ଆଉ ଧରଣୀ ମାତା ଆଁ କରି
ଆକାଶକୁ ଚାହୁଁଥିବ ;
ସାହିତ୍ଯ ଆର୍ଦ୍ରତାହୀନ ଆଉ ଶୁଷ୍କ
ପଡିବାକୁ ବାଧ୍ଯ ହେବ ନା !
ସଭ୍ଯତା ନିଷ୍କ୍ରିୟ ଆଉ ସ୍ଥିତିଶୂନ୍ଯ

ହୋଇ ସ୍ରଷ୍ଟାଙ୍କୁ ଅଶ୍ରୁଳ କରୁଥିବ ନା !!

କବିତା—-କରୁଣାମୟ ଆଶୁତୋଷ
ଆମ ହିନ୍ଦୁ ଧର୍ମେ ଆମେ ମାନିଥାଉ
ବ୍ରହ୍ମା,ବିଷ୍ଣୁ ,ମହେଶ୍ବର ,
ବ୍ରହ୍ମା ସ୍ରଷ୍ଟା ,ବିଷ୍ଣୁ ପାଳନ କରତା
ସଂହାର କର୍ତ୍ତା ଈଶ୍ବର । 1
ଅମର କୋଷରେ ସବୁ ଦେବଙ୍କର
ଅନେକ ନାମ ରହିଛି ,
ବୈଶିଷ୍ଟ୍ଯ ହିସାବେ ଏହି ନାମ ମାନ
ଯଥୋପଯୁକ୍ତ ହୋଇଛି । 2
ସମୁଦ୍ର ମନ୍ଥନୁ ହଳାହଳ ବିଷ
ସମଗ୍ର ବିଶ୍ବକୁ ଧ୍ବସ୍ତ , କରିଦେବା ଶଙ୍କା ସର୍ବ ଦେବଗଣେ
କରିଲା ବ୍ଯସ୍ତ ବିବ୍ରତ । 3
ସୃଷ୍ଟି ରକ୍ଷାକର୍ତ୍ତା ପ୍ରଭୁ ମହାଦେବେ
ସର୍ବେ ଜଣାକଲେ ଯାଇ ,
ସଭିଙ୍କ ପ୍ରାର୍ଥନା ମହାଦେବ ଶୁଣି
ବିଷ ଉଦରେ ନ ନେଇ ; 4

ବିନୀତା ପତ୍ନିଙ୍କ ସହାୟତା ନେଇ
ରଖିଦେଲେ କଣ୍ଠ ପାଶେ ,
ଏଣୁ ତାଙ୍କ ନାମ ହେଲା ନୀଳକଣ୍ଠ
ଜୀବନ ରକ୍ଷଣ ଆଶେ । 5
ସେବଠାରୁ ତାଙ୍କ ମସ୍ତିଷ୍କ ଶୀତକ
ଗଙ୍ଗାଙ୍କୁ ମୁଣ୍ଡେ ଧରିଲେ ,
ଏଣୁ ସେହିଦିନୁ ଭୀଗିରଥୀ ନାମେ
ଶିବ ପରିଚିତ ହେଲେ । 6
ଶୀତଳ କରଣେ ଦ୍ବିତୀୟା ଚନ୍ଦ୍ରଙ୍କୁ
ମଧ୍ଯ ଥାପିଦେଇ ଶିରେ , ଖ୍ଯାତ ହୋଇଗଲେ ଚନ୍ଦ୍ର କଳ୍ପେଶ୍ବର
ଭାରି ସୁନ୍ଦର ନାମରେ । 7
କଣ୍ଠ ଦେଶ ତାପ ନିବାରଣ ହେତୁ ବାସୁକୀକୁ ଗୁଡାଇଲେ , ଭୁଜଗେନ୍ଦ୍ରହାର ନାମେ ପରିଚିତ
ସେବେଠାରୁ ହୋଇଗଲେ । 8
ସୁର ଓ ଅସୁର ସଭିଙ୍କ ତପରେ
ସହଜେ ସନ୍ତୁଷ୍ଟ ହୋଇ , ଆଶୁତୋଷ ହେଲ ଭସ୍ମାସୁରେ ବର
” ସ୍ପର୍ଶେ ଶତ୍ରୁ ମୃତ ” ଦେଇ । 9

ଆପ୍ତ ବାକ୍ଯ କହେ ପାର୍ବତୀଙ୍କ ବାସ ବିଲ୍ବ ବୃକ୍ଷ-ସର୍ବାଙ୍ଗରେ ,
ଏଣୁ ପ୍ରଭୁ ଶିବ ତୃପ୍ତ ହୋଇଥାନ୍ତି
ପୂଜନେ ଏହି ପତ୍ରରେ । 10
ବିଲ୍ଵପତ୍ର ଦେଇ ପୂଜିବାରେ ନିଃସ୍ବ
ବ୍ରାହ୍ମଣେ ମହେଶ ଥରେ ,
ବାର ବାର ବିଶ୍ବେ ଜନମ ରୁ ମୁକ୍ତି
ଦେଇଥିଲେ ସନ୍ତୁଷ୍ଟିରେ । 11
ନିବେଦନ ଯେତେ ଅଳ୍ପ ହେଉ ପଛେ
ସପବିତ୍ର ସମର୍ପିତ ,
ଭକତି ପ୍ରସନ୍ନ କରାଏ କାରଣୁ
ଆଶୁତୋଷ ପରିଚିତ । 12
ଜାତ ମାତ୍ରେ ଜୀବ ମରିବା ନିଶ୍ଚିତ
ଦେହ ହୁଅଇ ପାଉଁଶ ,
ଆତ୍ମା କିନ୍ତୁ ରହେ ଅକ୍ଷତ ଶ୍ମଶାନେ ଏକାକୀ ବିହୀନେ-ଆଶ । 13
ଶ୍ମଶାନ ନିରୋଳା ପବିତ୍ର ବିଦିତ
ଯୋଗ କ୍ରିୟା ସାଧିବାକୁ ,
ଉଚ୍ଚ ହିମାଳୟ ଗିରି ପରେ ଯିବା
ଯୋଗ ଧ୍ଯାନେ ବସିବାକୁ ; 14

ଦରକାର ନାହିଁ ବୋଲିକି ପାର୍ବତୀ ପ୍ରଭୁ ଶିବଙ୍କୁ କହିଲେ ,
କଥାଟା ମନକୁ ଛୁଇଁଲା ବୋଲିକି
ଶ୍ମଶାନକୁ ବାଛିନେଲେ । 15
ସେଇଠୁ ମହେଶ ସନ୍ଯାସ ବେଶରେ
ଦେହେ ପାଂଶ ବୋଳି ହୋଇ, ଯୋଗ ଧ୍ଯାନେ ବସି ଶମଶାନ-ଯୋଗୀ
ନାମେ ଗଲେ ଖ୍ଯାତ ହୋଇ । 16
ଯିଏ ବେଲପତ୍ର,ଜଳ ,ଗାଈ କ୍ଷୀର ଶିବଙ୍କ ମସ୍ତକ ପରେ,
ଭକ୍ତିରେ ଚଢାଏ, ଉଦାସୀନେ ପ୍ରୀତ
କରୁଣା କରନ୍ତି ତା’ରେ । 17
ସହଜରେ ବର ଦେଉଥିବା ହେତୁ ଭକ୍ତେ ଡାକନ୍ତି ତାହାଙ୍କୁ ,
ଭୋଳାନାଥ ନାମେ ଯଦିଓ ତାଙ୍କର କ୍ରୋଧ କରେ ହାଙ୍କୁପାଙ୍କୁ । 18
ତ୍ରିଶାଖା ବିଶିଷ୍ଟ ବିଲ୍ଵପତ୍ର ଅଟେ
ତ୍ରିଗୁଣ ପ୍ରତୀକ ଧର୍ମୀ ,
ଆୟୁର୍ବେଦ ମତେ ବାତ,ପିତ୍ତ ,କଫ
ସେବନେ ଯା’ନ୍ତି ଶରମି । 19

ବିରଳ ଭାବରେ ପଞ୍ଚ-ସପ୍ତ-ଶାଖୀ
ବିଲ୍ଵପତ୍ର ମଧ୍ଯ ମିଳେ ,
ବିଶ୍ବାସ କରନ୍ତି ତ୍ରିଶାଖୀ ପତର
ବାଦ୍ ନିଷ୍କପଟେ ମିଳେ । 20
ଏପରି ଭକ୍ତଙ୍କ ତୁରନ୍ତ ଗୁହାରି
ପ୍ରସନ୍ନ ହୋଇ ଶୁଣନ୍ତି ,
ଏଣୁ ମହାଦେବେ ବେଲେଶ୍ବର ନାମେ
ଯଥାର୍ଥରେ ଡାକିଥାନ୍ତି । 21
କରୁଣାମୟ ସେ ପବିତ୍ର ମନରେ
ଯେଉଁ ନାମ ଉଚ୍ଚାରଣେ , ଯିଏ ଅବା ଡାକୁ ଯେତେ ବିନୟରେ
ବର ଦ୍ଯନ୍ତି ଶ୍ରଦ୍ଧା ପଣେ । 22

Leave a Reply

Your email address will not be published. Required fields are marked *

You Missed