Spread the love

ମୁଁ ଦୃଢତାର ସହ କହୁଛି, ବିଜେଡିର ଭବିଷ୍ୟତ ଉଜ୍ୱଳ । ଲୋକଙ୍କ ହକ ପାଇଁ ଲଢିଆସିଛି ଆଗକୁ ବି ଲଢିବ । 


ବିଜେଡି ପ୍ରତିଷ୍ଠା ଦିବସରେ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ନେତା ତଥା ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ ବାର୍ତ୍ତା ଜାରି କରି ନବୀନ କହିଛନ୍ତି, ଦଳ ଗଠନ ବେଳେ କିଛି ନିନ୍ଦୁକ ଯେପରି କହିଥିଲେ ଏହି ଦଳର ଭବିଷ୍ୟତ ନାହିଁ ଏବେ ବି ସେମିତି କହୁଛନ୍ତି ଏ ଦଳ ରହିବ ନାହିଁ । ମୁଁ ଦୃଢତାର ସହ କହୁଛି, ବିଜେଡିର ଭବିଷ୍ୟତ ଉଜ୍ୱଳ । ଲୋକଙ୍କ ହକ ପାଇଁ ଲଢିଆସିଛି ଆଗକୁ ବି ଲଢିବ । 

୧୯୯୭ ଡିସେମ୍ବର ୨୬ତାରିଖରେ ବିଜେଡି ଦଳ ପ୍ରତିଷ୍ଠା ହୋଇଥିଲା । ବିଜୁ ବାବୁଙ୍କ ଆଦର୍ଶକୁ ସାଙ୍ଗରେ ନେଇ ବିଜୁ ପ୍ରେମୀମାନେ ଏକାଠି ହୋଇ ବିଜୁ ଜନତା ଦଳ ଗଠନ କରିଥିଲେ । କିନ୍ତୁ ସେତେବେଳେ ବହୁ ଲୋକ କହିଥିଲେ ଏ ଦଳ ବଞ୍ଚିବ ନାହିଁ । ଏ ଦଳ କେବେ ସଫଳ ହେବ ନାହିଁ । ଆଉ ମତେ କହିଥିଲେ ମୁଁ ରାଜନୀତି ଜାଣେ ନାହିଁ । କିନ୍ତୁ ଓଡିଶାବାସୀଙ୍କ ଆଶୀର୍ବାଦ ପାଇଁ ପାଞ୍ଚ ପାଞ୍ଚ ଥର କ୍ଷମତାକୁ ଆସି ସେବା କରିବାର ସୁଯୋଗ ପାଇଛି । 

ଗତ ୨୪ବର୍ଷ ମଧ୍ୟରେ ବିଜେଡି ସରକାର ଓଡିଶାକୁ ଏକ ସମୃଦ୍ଧ ଓ ସଶକ୍ତ ରାଜ୍ୟର ପରିଚୟ ଦେଇପାରିଛି । ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିବା ଓଡିଶା ଏବେ ବାହାର ରାଜ୍ୟକୁ ଖାଦ୍ୟ ପଠାଉଛି । ଓଡିଶାରେ ଗରିବି କମିଛି । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡିଶା ଏକ ମଡେଲ ସାଜିଛି । ନୀବେଶ ବଢିଛି । ମହିଳା ସଶକ୍ତିକରଣରେ ଓଡିଶା ଏକ ଆଗୁଆ ରାଜ୍ୟ ହୋଇପାରିଛି । ଓଡିଶା ସ୍ପୋର୍ଟସ କ୍ୟାପିଟାଲର ପରିଚୟ ପାଇପାରିଛି । ଓଡିଶାବାସୀଙ୍କ ଭଲପାଇବା ଓ କର୍ମୀମାନଙ୍କ ପରିଶ୍ରମ ଯୋଗୁଁ ବିଜେଡି ଆଜି ଏକ ମଜଭୁତ ଆଞ୍ଚଳିକ ଦଳ ଭାବେ ପ୍ରତିଷ୍ଠା ପାଇଛି ।  

Leave a Reply

Your email address will not be published. Required fields are marked *