ଆଜି ଆଉ କିଛି ଘଣ୍ଟା ପରେ ୨୦୨୪ କୁ ଆମେ ବିଦାୟ ଦେବା , କିନ୍ତୁ ମନେ ରଖିବା ଉଚିତ୍ ଜୀବନର ପୁଣି ଏକ ବର୍ଷ କମ୍ ହେଇଗଲା ।
କିଛି ପୁରୁଣା ସ୍ମୃତି ପଛରେ ରହିଗଲା
କିଛି ସ୍ବପ୍ନ ମନରେ ରହିଗଲା..
କିଛି ଆଶା ନଥାଇ ମଧ୍ୟ ସମୟକ୍ରମେ ମିଳିଛି…
କିଛି ଛାଡି କି ଚାଲି ଯାଇଛନ୍ତି…
କିଛି ନୂଆ ମିଶିବେ ଏଇଥର…
କିଛି ମୋ ଉପରେ ବହୁତ ରାଗିଛନ୍ତି…ତ
କିଛି ମୋ ଉପରେ ଖୁସି ହୋଇଛନ୍ତି..
କିଛି ମୋ ସହ ମିଶି ମଧ୍ୟ ଭୁଲି ଯାଇଥିବା ବେଳେ
ଆଜି ମଧ୍ୟ କିଛି ମୋତେ ମନେ ପକାଉଛନ୍ତି…
କିଛି ମଧ୍ୟ ଅଜଣା ହୋଇ ରହିଛନ୍ତି।
କିଛି ମଧ୍ୟ କରୁଛନ୍ତି କ୍ଷୋଭ ପ୍ରକାଶ..
କିଛି ମୋ ଅପେକ୍ଷାରେ ଅଛନ୍ତି…
କିଛି ଲୋକଙ୍କୁ ମୁଁ ଅପେକ୍ଷା କରିଛି…
କିଛି ଠିକ୍, କିଛି ମଧ୍ୟ ଭୁଲ୍ ହୋଇଛି,
କିଛି ଭୁଲ୍ ହୋଇଥାଏ ତ କ୍ଷମା କରିଦେବେ ଆଉ କିଛି ଭଲ ଲାଗେ ତ ମନେ ପକାଇବେ।
ଆଉ ମାତ୍ର କିଛି ସମୟ ହାତରେ ଅଛି,
ଅନେକ କିଛି ପାଇ
ଅନେକ କିଛି ହଜେଇଥିବା ବର୍ଷ ୨୦୨୪କୁ ବିଦାୟ ଦେବାର….
ନୂତନ ବର୍ଷ ୨୦୨୫ ସମସ୍ତଙ୍କ ପାଇଁ ମଙ୍ଗଳମୟ ଜଗନ୍ନାଥ ଙ୍କ ନିକଟରେ ସମଗ୍ର ବିଶ୍ୱ ବାସୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି, ଜୟ ଜଗନ୍ନାଥ