“ଆଉ ଥରେ ତୁମେ ଫେରିଆସ, ବାପୁ“
ନିଧି ସାହୁ
ଆଉ ଥରେ,
ତୁମେ ଫେରିଆସ ବାପୁ
ଦେଖି ଯାଅ ଥରେ ତୁମ ରାମରାଜ୍ୟ
ଯେଉଁ ଦେଶକୁ ମୁକ୍ତ କରିଥିଲ ତୁମେ ଅହିଂସା ଆନ୍ଦୋଳନେ
ସତ୍ଯର ସାରଥି ହୋଇ
କାରାବାସ ଯାଇ
ସେ ଦେଶ ଆଜି ସ୍ବାଧୀନ ହୋଇ
ପରାଧୀନତାର କ୍ଲେଶ ଆଉ ଗ୍ଲାନିରେ
ଖାଲି ଲୁହ ଝରାଇ କାନ୍ଦୁଛି
ଗୁମୁରି ଗୁମୁରି
ଶୋଷଣ,କଷଣ,ଭୀଷଣ ଯଠାର
ଯେମିତି ଥିଲା ସେମିତି
ସୁଖ , ଶାନ୍ତି , ମୈତ୍ରୀ ,
ସ୍ନେହ, ପ୍ରେମ ଶ୍ରଦ୍ଧା ଟିକିଏ ନାହିଁ
ବର୍ବରତା ,ହିଂସା ଚରମସୀମାରେ
ଇଂରେଜ ଗଲାପରେ ବି
ସେଇ ଅନ୍ୟାୟ ଅନୀତି, ଅତ୍ୟାଚାର
ଲାଞ୍ଚ,ମିଛ,ଦୁର୍ନୀତି ,ଭ୍ରଷ୍ଟାଚାର ଆଉ ବ୍ଯଭିଚାର
ଯୁଦ୍ଧ ଓ ଆତଙ୍କବାଦୀତାର ଭୟର ଛାଇ ଚାରିଆଡ଼େ ଗ୍ରାସି ଯାଉଛି
ଅସହାୟମାନଙ୍କର ଆର୍ତ୍ତ ଚିତ୍କାରରେ ମାଟିର ମମତା ନିର୍ଜୀବ ମୂର୍ତ୍ତି ପାଲଟିଛି
ରକ୍ଷକ,ଶାସକ ଦୁର୍ବଳ
ଶାସନ, ପ୍ରଶାସନ ଅଚଳ
ଆଶା, ବିଶ୍ବାସ ଏବଂ ଆକାଂକ୍ଷା ସବୁ ନିସ୍ତେଜ , ନିସ୍ତେଜ।
ବାପୁ,
ତୁମକୁ ଖୋଜୁଛି ଏ ଜନତା
ତୁମକୁ ଚାହୁଁଛି ଏ ଜନସାଧାରଣ
ଏ ଖଟିଖିଆ, ମଜୁରିଆ ଲୋକ ସବୁ
ଝୁରୁଛି ଏ ମାଟି,କାନ୍ଦୁଛି ଏ ମନ
ସତେ ତୁମ ଅନୁପସ୍ଥିତି
କେତେ କଷ୍ଟ ଦାୟକ, ଦାରୁଣ
ଦେଶେ ଆଜି
ତ୍ରିରଙ୍ଗା ପତାକା ଫରଫର ଉଡୁଛି
ଆନନ୍ଦ, ଉଲ୍ଲାସରେ ମସଗୁଲ
କିନ୍ତୁ,
ସଭିଏଁ ସବୁ ଜାଣି ନୀରବ,
ସବୁ ଏଠି ବିଷ
ଆମେ ଜଡ, ଜିଅନ୍ତା ଶବ
ହେ ବୀର ପୁରୁଷ, ବିପ୍ଲବୀ
ହେ ନିର୍ଭୀକ ସୁତ
ତୁମେ କୁହ
ଆମେ ସ୍ବାଧୀନ କି?
ଆମେ କେତେଦୂର ସ୍ବାଧୀନ
ଏ କେଉଁ ପ୍ରକାରର ସ୍ବାଧିନତା
ନାରୀ ଯେ ଧର୍ଷିତା , ଦଳିତା,
ଚୋରୀ, ଚୁଗୁଲି, ଚଣ୍ଡାଳ ଆଉ
ଗୋଲାମ୍ ଗିରି ରେ
ବଦଳି ଯାଉଛି ଯେମିତି
ଭାରତର ମାନଚିତ୍ର
ବଦଳି ଯାଉଛି
ମେ ଦେଶର ରୂପରେଖା
ନିତି , ନିୟମ କିଛି ନାହିଁ
ମିଥ୍ଯା ଆଦର୍ଶ ରେ ଚାଲିଛି ଦୁନିଆ
ଆଇନ୍ କାନୁନ୍ ସବୁ ଦେଖାଣିଆ
ନଗ୍ନ ଭାବନାରେ ଭରିଛି
ଅବିଶ୍ବାସ
ଭଗ୍ନ ସହର, ନଗର ଦିନରେ ମୁହଁ ଘୋଡାଇ ଶୋଉଛି
ଅଦେଖା ରାହୁ ଛଡେଇ ନେଉଛି ମୁହଁରୁ ଚେନାଏ ଚୁନା ଚୁନା ହସ
ଅର୍ଥ ପିପାସୁ ଆଜି ସାଜିଛି ରାକ୍ଷସ
ଯୁବକ ଆଜି ପାଲଟେ ସନ୍ତ୍ରାସ
ମିଥ୍ଯାର ରାଜୁତିରେ
ସତ୍ଯ ଅନ୍ଧାର ତଳେ ଲୁଚି ଯାଉଛି
ସଂସ୍କୃତି ନାମେ ଅପସଂସ୍କୃତି
କରୁଛି ମାନବ ପ୍ରେମକୁ ଧ୍ବଂସ
ଦୁର୍ନୀତିର ଦହନ ରେ ପାଉଁଶ ଆଜି ଜାତି ପ୍ରେମ ଇତିହାସ
ହେ ମହାତ୍ମା , ମହାପୁରୁଷ
ବୀର ପୁରୁଷ, ଯୋଗ୍ୟ ପୁରୁଷ
ଶତାବ୍ଦୀ ପୁରୁଷ
ଫେରିଆସ ଆଉ ଥରେ ତୁମେ ଆଜି
ତୁମ ଶଂଖ ନାଦରେ ଶାନ୍ତି ଖେଳିଯିବ ଘରେ ଘରେ
ଘରେ ଘରେ ଉଡିବ ତ୍ରିରଙ୍ଗା
ଝଣ୍ଡା ଉଚ୍ଚା ରହେ ହମାରା କହି
ପୁଣି ସଜାଡିଦିଅ
ସତ୍ଯ, ଅହିଂସାର ରାମରାଜ୍ୟ
ତୁମ ଏଇ ଜନ୍ମମାଟିକୁ,
ଫେରି ଆସୁ ଶାନ୍ତି ମୈତ୍ରୀ ସଦ୍ଭାବନ
ସ୍ନେହ, ଶ୍ରଦ୍ଧା, ପ୍ରେମ ଓ ସମ୍ମାନ
ବନ୍ଦେ ମାତରଂ ସ୍ବରରେ, ଜନ ଗଣ ମାନ ଧ୍ବନିରେ
ଦେଖିବ ନବ ସୂର୍ଯୋଦୟରେ ସୁପ୍ତ ମାନବ ଜାଗି ପାଲଟିଛି
ନିର୍ଭୀକ ସୈନିକ
ଅକ୍ଲାନ୍ତ କର୍ମବୀର।
ସରାଟ, ଚଣାହଟ୍ଟା, ବାଲିପାଟଣା ଖୋର୍ଦ୍ଧା-୭୫୨୧୦୨
ମୋବାଇଲ୍–୭୯୭୮୩୯୪୧୯୫