Spread the love

ଦିବ୍ୟ ଆତ୍ମନ

ଅରୁଣସ୍ତମ୍ଭର କଥା

ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭଟି ମୂଳତଃ କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଥିଲା, ପୁରାଣ ବର୍ଣ୍ଣନା ଅନୁସାରେ ଅରୁଣ ଏକ ପକ୍ଷୀ,ଯିଏ ଗରୁଡଙ୍କ ବଡ଼ଭାଇ। ଅରୁଣ ସୂର୍ଯ୍ୟ ଙ୍କ ସପ୍ତଅଶ୍ବ ଯୁକ୍ତ ରଥରେ ବାହନ।*ଟ

ଖ୍ରୀ.1258 ବେଳେ କୋଣାର୍କ ମନ୍ଦିର ନିର୍ମାଣ ସମୟରେ ରାଜା ଲାଙ୍ଗୁଳା ନରସିଂହ ଦେବ ଏହି ସ୍ତମ୍ଭ କୋଣାର୍କ ମନ୍ଦିର ସମ୍ମୁଖରେ ସ୍ଥାପନ କରିଥିଲେ1600 ମସିହା ପରବର୍ତ୍ତୀ ସମୟରେ କୋଣାର୍କ ପତନ, ଭଗ୍ନ ପରିତ୍ୟକ୍ତ ହେଲା।

1798 ମସିହାରେ ଓଡ଼ିଶା ଗଜପତି ମହାରାଜା ଦିବ୍ୟସିଂହ ଦେବ ଦ୍ବିତୀୟ ଏହି ସ୍ତମ୍ଭଟି କୋଣାର୍କ ରୁ ଅପସାରଣ କରି ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ସ୍ଥାପନ କରିଥିଲେ।

ବର୍ତମାନ ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ଦୃଶ୍ୟମାନ ଥିବା ଅରୁଣ ସ୍ତମ୍ଭଟି ର ଉଚ୍ଚତା 34 ଫୁଟ, ଏବଂ ଅନୁମାନ କରାଯାଉଛି ପ୍ରାୟ 10 ଫୁଟ ମାଟି ତଳେ ପୋତା ହୋଇଛି, ଏହି ସ୍ତମ୍ଭର ବ୍ୟାସ 2 ଫୁଟ୍, ଗୋଲେଇ 6 ଫୁଟ 3 ଇଞ୍ଚ,ଏହା 16 ପଟ,ପାଗ,ପାଲକା ବିଶିଷ୍ଟ , ଏହାର ଶୀର୍ଷରେ ରହିଛି ଅରୁଣ ଙ୍କ ମୂର୍ତ୍ତି।

ପ୍ରଶ୍ନ -୧

ଶ୍ରୀମନ୍ଦିରର କେଉଁ ସେବକମାନେ ଅରୁଣଙ୍କ ପୂଜକ ଅଟନ୍ତି , ଜାଣିଛନ୍ତି କି ???


ବିଭୁ ଆଚାର୍ଯ୍ୟ

Leave a Reply

Your email address will not be published. Required fields are marked *

You Missed