Spread the love
 ଅମାନବିକତା ଯାହା ପାଖେ ଥାଏ
ପଶୁଠାରୁ ହୀନ ସିଏ,
ବିଶ୍ୱାସ ଭରଷା ନ ଥାଏ ତାହାଠି
ବଡ ଆତ୍ମଘାତୀ ସିଏ ।

ବିନା କାରଣରେ ଯେତେବେଳେ କେହି ଆପଣଙ୍କ ସହ ଅପମାନ ଜନକ ଆଚରଣ କରେ,ତା’ହେଲେ ବୁଝିବାକୁ ହେବ ସିଏ ଆପଣଙ୍କ ସହ ଆଉ ସଂଯୁକ୍ତ ହୋଇ ରହିବାକୁ ଚାହୁଁ ନାହିଁ, ତେଣୁ ସମ୍ମାନର ସହ ନିଜେ ଦୂରେଇ ଯିବା ଉତ୍ତମ ।

ଅନ୍ୟର ଚରିତ୍ର ଉପରେ ସନ୍ଦେହ କରିବା ପୂର୍ବରୁ ଥରୁଟିଏ ସଚ୍ଚୋଟତାର ସହିତ ନିଜ ଚରିତ୍ରକୁ ଚାହିଁ ଦେଖ ।

ନକାରାତ୍ମକ ପରିସ୍ଥିତିରେ ମଧ୍ୟ ଆମେ ସକାରାତ୍ମକ ଚିନ୍ତା କରିବା ଉଚିତ। କାହିଁକି ନା ଆମର ସକରାତ୍ମକ ଚିନ୍ତାଧାରା ହିଁ ସମସ୍ତ ସମସ୍ୟାର ସମାଧାନ କରିଥାଏ।

        


ଅସ୍ତ ତ ଦିନେ ନା ଦିନେ ହବାକୁ ପଡ଼ିବ, ସେ ସୂର୍ଯ୍ୟ ହେଉ ବା ମଣିଷ କିନ୍ତୁ ସାହାସ ଓ ଧର୍ଯ୍ୟ ସୂର୍ଯ୍ୟ ଠାରୁ ଶିଖିବା ଉଚିତ । ଯିଏକି ସନ୍ଧ୍ୟାରେ ଅସ୍ତ ହୋଇ ମଧ୍ୟ୍ୟ ପ୍ରତ୍ୟେକ ଦିନ ସକାଳୁ ଏକ ନୂତନ ବିଶ୍ୱାସର ସହିତ ଉଦୟ ହୋଇଥାଏ ।

ଶାନ୍ତି ରହିବାକୁ ଚେଷ୍ଟା କରନ୍ତୁ ଜୀବନରେ, ନିଜକୁ ବହୁତ ମଜବୁତ୍ କରି ପାରିବେ। କାହିଁକି ନା …ଲୁହା ଥଣ୍ଡାରେ ହିଁ ମଜବୁତ୍ ଥାଏ ଗରମ ଅବସ୍ଥାରେ ତ ତାକୁ ଯେପରି ଚାହିଁବେ ସେପରି ଆକାର ଦେଇ ପାରିବେ।

ଲକ୍ଷ୍ଯ ସ୍ଥଳର ପଥ ଯେତେ ବି କଠିନ ହେଉଥାଉ ନା କାହିଁକି, ଯଦି ନିଜର ଇଛା ଶକ୍ତି ଆଉ ଆତ୍ମ ବିଶ୍ଵାସ ଥିବ, ତାହାଲେ ଆମେ ଆମର ଲକ୍ଷ୍ୟ ସ୍ଥଳରେ ନିଶ୍ଚିତ ଭାବରେ ପହଞ୍ଚି ପାରିବା ଏଥିରେ ଟିକେ ହେଲେ ସନ୍ଦେହ ନାହିଁ ।

           

Related Post

Leave a Reply

Your email address will not be published. Required fields are marked *

You Missed