Spread the love

ଗୁରୁ ନାନକ ସ୍କୁଲ ପରିସରରେ ଓଡ଼ିଶା ଦିବସ ପାଳିତ

କଟକ:(ଦର୍ଶନ ସମୀକ୍ଷା) ଅପ୍ରେଲ ୧ ତାରିଖ ଓଡ଼ିଶା ଦିବସ ଗୁରୁ ନାନକ ପବ୍ଲିକ ସ୍କୁଲ ରେ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ଅଧ୍ୟକ୍ଷା ସଞ୍ଚିତା ମହାନ୍ତି ପ୍ରଦୀପ ପ୍ରଜ୍ବଳନ କରି କହିଲେ ଅପ୍ରେଲ 1 ତାରିଖ ଦିନ ଭାଷାକୁ ଭିତ୍ତି କରି ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରାଯାଇଥିଲା।ଯାହାର ମୁଖ୍ୟ ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ। ଏହି ଅବସରରେ ଆଜି ଠାରୁ 14 ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ଭାବେ ପାଳନ କରାଯାଉଛି। ତେଣୁ ଆମେ ସମସ୍ତେ ଏହି ପକ୍ଷକୁ ପାଳନ କରିବାକୁ ଆହ୍ଵାନ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ପତାକା ଉତ୍ତୋଳନ କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଦ୍ୟାଳୟ ପରିସରରେ ଓଡ଼ିଶା ର କଳା ସଂସ୍କୃତି ଉପରେ ବିଭିନ୍ନ ନୃତ୍ୟ ପରିବେଷଣ କରାଯାଇଥିଲା। ବିଦ୍ୟାଳୟ ଶିକ୍ଷୟିତ୍ରୀ ସନ୍ଧ୍ୟା ରାଣୀ ଦାସ ବ୍ୟାସକବି ଫକୀରମୋହନ ସେନାପତି ଙ୍କ ରେବତୀ ଓ ଛ ମାଣ ଆଠଗୁଣ୍ଠ ଉପରେ ଅଭିନୟ ପ୍ରଦର୍ଶନ କରିଥିଲେ। ଶିକ୍ଷୟିତ୍ରୀ ମଧୁସ୍ମିତା ବରାଳ ଓଡ଼ିଶାର ହଜି ଯାଉଥିବା ଐତିହ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଆମ ସଂସ୍କୃତି ପରମ୍ପରା ଉପରେ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *