ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳାଳି ଆଉ ନାହାନ୍ତି
ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳାଳୀ ଡି. ଶ୍ରୀରାମ ମୂର୍ତ୍ତି 88 ବର୍ଷରେ ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ 9.1.2025 ଗୁରୁବାର ରାତ୍ର 2.40 ମିନଟରେ ହୃଦ୍ଘାତରେ ଶେଷ ନିଶ୍ୱାଷ ତ୍ୟାଗ କରିଛନ୍ତି l ସେ 21 ଗୋଟି ମ୍ୟାଚରେ ଖେଳି ଜିଲ୍ଲା ଓ ରାଜ୍ଯ ପାଇଁ ବହୁ ସୁନାମ ଆଣିଥିଲେ। ଅନେକ ଅନୁଷ୍ଠାନ ତରଫରୁ ସମ୍ମାନ ପତ୍ର, ପୁରସ୍କାର ପାଇଥିଲେ। ଓ ଆର୍ ଟି ରେ ସଫଳତାର ସହ ଚାକିରୀ କରି ଅଧ୍ୟକ୍ଷ ପଦରୁ ଅବସର ନେଇଥିଲେ। ଦୀର୍ଘ ସାତ ବର୍ଷ ଧରି ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ରହି ଆସୁଥିଲେ। କିଛି ବର୍ଷ ହେବ ହୃଦ୍ରୋଗରେ ଆକ୍ରନ୍ତ ଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପତିବ୍ରତା ସ୍ତ୍ରୀ D. ରlମଣା, ବୋହୁ କମଳା, ଝିଅ ଆଶା ଜ୍ୟୋତି ଓ କାଞ୍ଚନ ପୁଅ ତେଜସ୍ କୁମାର ନାତି ଚନ୍ଦ୍ରକାନ୍ତ ଉପସ୍ଥିତ ଥିଲେ। ଡା. ନକୁଳ ସାହୁ, ବହୁ କ୍ରିକେଟ ପ୍ରେମୀ ଓ ବନ୍ଧୁବର୍ଗ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।