ଆଜି ବିଶ୍ୱ ପ୍ରେସ ସ୍ଵାଧୀନତା ଦିବସ ଅବସରରେ ସମସ୍ତ ସମ୍ପାଦକ ତଥା ପ୍ରକାଶକ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
ଆଜି ସତରେ ସାମ୍ବାଦିକଙ୍କ କଣ୍ଠରେ ଶାଣିତ ସ୍ୱର ନାହିଁ। ସ୍ୱର ସବୁ ଅନ୍ୟର ଚାପରେ ଚାପି ହୋଇ ପଡ଼ିଛି। ଅନ୍ୟ କହିଲେ ରାଜନୀତି, ଅର୍ଥ ଲୋଭ ଦ୍ଵାରା ସାମ୍ବାଦିକଙ୍କ ନିଜସ୍ଵ ସ୍ୱର କ୍ଷୀଣ ହୋଇ ପଡ଼ିଛି। ଯଦି କେହି ବି ସ୍ୱର ଉତ୍ତୋଳନ କରିବାର ଦେଖାଯାଏ ନିକଟ ଅତୀତରେ ଘଟିଥିବା ଘଟଣା ପରି ଶେଷରେ ମାଟି ଚାଟିବାକୁ ପଡ଼ିବା ନିଶ୍ଚିତ। ଆହୁରି ଅନ୍ୟ କ୍ଷେତ୍ରରେ ଏପରି ବି ହତ୍ୟାର ଶୀକାର ହେବାକୁ ପଡିପାରେ।
ଏ ସବୁ ଦୃଷ୍ଟିରୁ ସାମ୍ବାଦିକମାନେ ଆଜି ଦିଗହରା, ଚାମଚା, ସ୍ବାର୍ଥନ୍ଵେଶି ହୋଇ ପଡୁଛନ୍ତି।
ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ କହୁଥିବା ସାମ୍ବାଦିକମାନେ ଆଜିର ଦିନରେ ମୁକ୍ତ,ସ୍ଵସ୍ଛ, ନିର୍ମଳ, ନିର୍ଭୀକ ହେବା ପରିବର୍ତ୍ତେ ବୋକଚା ବୁହା ଚତୁର ଜୀବ ଟିଏ ହୋଇଯାଉଛି…..ନହେବ କାହିଁକି??ଦେଶ ସ୍ୱାଧୀନତା ପାଇବା ପରେ ସରକାରୀ କଳର ହାତବାରିସୀ ହେବା ଆରମ୍ଭ ହେଇଥିଲା ଯେଉଁ ମାନେ ହାତବାରିସୀ ହେବାକୁ ପସନ୍ଦ କଲେନି ସେମାନେ ଦୈନନ୍ଦିନ ଜୀବନରେ ନାନାଦି କଷ୍ଟ ଅନୁଭବ କଲେ..ଆଜି ଅନୁମାନ କଲେ ଜଣାପଡେ ଆମ ଦେଶରେ ଯେତେ ବଡ଼ ବଡ଼ ମିଡ଼ିଆ ହାଉସ ସେତେବେଳେ ଆରମ୍ଭ ହେଇଥିଲେ ଅଧିକାଂଶ ପ୍ରକାଶକ କିମ୍ବା ସମ୍ପାଦକ ମାନେ ରାଜନୀତି ର ସମ୍ରତିକ ଆଗଧାଡିର ଦେଖିବାକୁ ମିଳିଲା.. ସେତେବେଳଠୁଁ ଯେଉଁମାନେ ଉକ୍ତ ପତ୍ରିକା ମାନଙ୍କରେ ଚାକିରୀ (ସାମ୍ବାଦିକ) ରହିଲେ ସେମାନଙ୍କର ଜ୍ଞାନଗାରିମା ବୁଦ୍ଧି ବିବେକ ଆପେ ଆପେ ଏକ ତରଫା ହେବା ଆରମ୍ବ ହେଲା,, ମୋଟାମୋଟି କହିବାକୁ ଗଲେ ଯୋଉ ମାଲିକ ଯୋଉ ରାଜନୀତି ଦଳର ସେମାନଙ୍କ ଚାକିରିଆ ମାନେ ସତ୍ୟକୁ ପ୍ରକାଶ କରିବାକୁ କୁଣ୍ଠାବୋଧ କଲେ. କହିବାକୁ ଗଲେ ଚାକିରୀ ଭୟରେ ଧୀରେ ଧୀରେ ସେମାନଙ୍କ ମସ୍ତିଷ୍କଟି କୋମା ଆଡକୁ ଅଗ୍ରସର ହେବା ଆରମ୍ଭ ହେଲା,ପରିଶେଷରେ ଏତିକି କୁହା ଯାଇପାରେ ଯେ ସତ୍ୟ ଅକାମି ହେଇଗଲା..ସେମାନଙ୍କ ଭିତରେ ଲୁଚିରହିଥିବା ପ୍ରତିଭାକୁ କେହି ଜାଣିପାରିଲେନି କାଳକ୍ରମେ ପ୍ରକୁର୍ତ୍ତ ସତ୍ୟ ଟି ଲୋକଲୋଚନ କୁ ଆସିପାରିଲା ନାହିଁ.. ଏଠି ଦୋଷ କାହାକୁ ଦିଆଯାଇପାରେନାହିଁ ସୃଷ୍ଟି ଆରମ୍ଭରୁ ସଦଗୁଣ ପାଖରେ ସମସ୍ତେ ମୁଣ୍ଡନୁଆଇଁବା ଆବଶ୍ୟକ ଥିଲା ବେଳେ ଓଲଟା ଦେଖାଯିବା ଆରମ୍ଭ ହେଲା. ଅତଏବ ଯେଉଁ ବ୍ୟକ୍ତି ଭୟ ରୁ ମୁକ୍ତି ହୁଏନି ସେ ତା ଜୀବନରେ କିଛି କରିପାରେନା କିମ୍ବା ଖୋଲା ହେଇପାରେନା..ଶେଷରେ ନିଜ ପେସା ବିଷୟରେ ଚିନ୍ତାକରୀ ଅନୁତାପ କରେ ଓ ପରିଶେଷରେ ସମାପ୍ତ ହେଇଯାଏ