ଷ୍ଟେଟ ମାର୍ଟିନ ନାମକ ଜଣେ ଆମେରିକୀୟ ବ୍ୟଙ୍ଗକାର, କଳାକାର,ଲେଖକ ଏବଂ ସଙ୍ଗୀତକାର କହିଥିଲେ “ଲୋକମାନଙ୍କ ସ୍ମରଣଶକ୍ତି ବହୁତ କମ ସମୟପାଇଁ ବଳବତ୍ତର ରହୁଥିବାରୁ ବଡ଼ ବଡ଼ ଲୋକମାନେ ବାରମ୍ବାର ଭୟଙ୍କର କାମ କରି ମଧ୍ୟ ଜନସମର୍ଥନ ଲାଭ କରୁଥାଆନ୍ତି”।
(“The public has a short memory. That’s why all these big stars do these crazy, terrible things and two years later they’re back in the business.”
(So said Stephen Glenn Martin (born August 14, 1945) is an American comedian, actor, writer, producer, and musician. Known for his work in comedy films, television.)
ମାର୍ଟିନ ଯଦି ଆମ ଏଠାର ଜଷ୍ଟିବାବା ଗୋଷ୍ଠୀର ରାଜନେତାମାନଙ୍କ ସଂସ୍ପର୍ଶରେ ଆସିଥାଆନ୍ତେ, “ଯେଉଁମାନେ କି ଜୀବନର ଶେଷଭାଗରେ ବି ଆଖି ପିଛୁଳାକେ (At the drop of a hat) ନିଜର ଆଦର୍ଶ, ବକ୍ତବ୍ୟରୁ ଓହରିଯାଇ କଟ୍ଟର ବାମପନ୍ଥୀ ଚିନ୍ତାଧାରାସମ୍ପନ୍ନ ମାନସିକତାରୁ
କଟ୍ଟର ଦକ୍ଷୀଣପନ୍ଥୀ ଚିନ୍ତାଧାରାସମ୍ପନ୍ନ ହୋଇଗଲେ ବି ଜନତା ତଥା ଗଣମାଧ୍ୟମଦ୍ଵାରା ଆଦୃତ ହୁଅନ୍ତି”,ତେବେ ସେ (ମାର୍ଟିନ) କଣ ଅବା ଲେଖି ଥାଆନ୍ତେ କେଜାଣି?
ଏମାନଙ୍କୁ କିନ୍ତୁ ଗାନ୍ଧୀଙ୍କ ଯଥାର୍ଥ ଅନୁଗାମୀ, ସ୍ୱାଧୀନତା ସଂଗ୍ରାମୀ, ବିଶିଷ୍ଟ ଦାର୍ଶନିକ ଓ ଲେଖକ ଶ୍ରୀ ଚିତ୍ତରଞ୍ଜନ ଦାସ, ଏବକୁ ପ୍ରାୟ ୪୫ ବର୍ଷତଳେ
ସଠିକ ଭାବେ ଚିହ୍ନିପାରି, ତାଙ୍କଦ୍ଵାରା ତା୨୫.୦୧.୧୯୮୦ରିଖ( ସାଧାରଣତନ୍ତ୍ର ଦିବସ)ରେ ଲିଖିତ ” ସ୍ୱାଧୀନ ମଣିଷମାନେ କାହାନ୍ତି?” ଶୀର୍ଷକ ଏକ ପ୍ରବନ୍ଧରେ ଲେଖିଥିଲେ “ଖବରକାଗଜରେ (ଟିଭି କଥା ଲେଖିନଥିଲେ) ଯେତେ ମଣିଷଙ୍କ ନାଆଁ ବାହାରୁଛି, ଏମାନେ ସମସ୍ତେ କ୍ଷମତାର ମଣିଷ, କେହି ଜଣେହେଲେ
ସ୍ୱାଧୀନ ମଣିଷ ନୁହନ୍ତି। ବଜାରରେ ଆମକୁ ଯେତେ ଯେତେ ମଣିଷଙ୍କର ଫଟୋଗୁଡ଼ିକ ଦେଖିବାକୁ ମିଳୁଛି, ଏମାନେ ସମସ୍ତେ ନାଟୁଆ, ଅଭିନୟକାରୀ, କେହି ଜଣେ ହେଲେ ଆପଣାର ମଣିଷ ନୁହନ୍ତି।ଆମ ଘରେ ଓ ଆମ ଆଗ୍ରହଗୁଡାକଭିତରେ ସ୍ୱାଧିନ ମଣିଷର ଅସଲ ଭାବି ଯେତିକି ଯେତିକି ପୋଖତ ହୋଇଥାନ୍ତା, ନାଟ ଓ ଅଭିନୟଗୁଡାକ ଆମକୁ ସେତିକି ଭେରେଷା ଲାଗିଥାଆନ୍ତା, ଅନାବଶ୍ୟକ ଭଳି ମନେ ହୋଇଥାଆନ୍ତା।ମାତ୍ର, ଆମର ହୃଦୟ ଭିତରେ ଏଠି ଦେଶଟାଯାକ କୋଉଠି କ’ଣ ଅନ୍ୟ ଦମ୍ଭ ଆସି ପଶିଗଲା କେଜାଣି, ଏଠି କେତେଟା ବର୍ଷ ଭିତରେ ଆମେ ( ସେ କେଉଁ ମାନଙ୍କୁ “ଆମେ” ସମ୍ବୋଧନ କରିଥିଲେ?) ସମସ୍ତେ ଭାରି ଚାଲାକ ହୋଇଗଲୁ, ଭାରି ଧୂର୍ତ୍ତ ହୋଇଗଲୁ, ଭାରି ନିର୍ଲଜ ବି ହୋଇଗଲୁ।
ବାହାରେ ଆମେ ଯେତିକି ଚାଲାଖ ହେଲୁ, ଆମ ଭିତରେ ଭୟଗୁଡାକ ସେତିକି ବେଶି ମଜବୁତ ହୋଇ ରହିଲା।ଏହି ଭୟଗୁଡାକ ହିଁ ଆମ
ଆଦର୍ଶଗୁଡାକର ଗୋଡ଼/ହାତ ହୋଇ ରହିଲେ।ଆମେ ଯୁଆଡ଼କୁ ଅନେଇଲୁ, ସେଠାରେ କେବଳ ନିଜର କ୍ଷୁଦ୍ରତାଗୁଡିକୁ ଦେଖିଲୁ, କେବଳ ସ୍ୱାର୍ଥଗୁଡିକୁ ଦେଖିଲୁ। ତେଣୁ ଆମେ ବାହାରେ ଯେତେ ପ୍ରକାରର ଭେକ କିମ୍ବା ମୁକୁଟ ପିନ୍ଧିଥିଲେ ମଧ୍ୟ ଭିତରେ କେବଳ ହିଂସ୍ର ହୋଇ ରହିଲୁ।
ହିଂସ୍ର ମଣିଷ କେବଳ ଆପଣାର ସିଙ୍ଗଗୁଡାକ ହିଁ ଦେଖେ,- ଆପଣା ଭିତରେ ମଧ୍ୟ ସିଏ କେଉଁଠି ହେଲେ କୋୖଣସି ବନ୍ଧୁର ଦର୍ଶନ କରି
ପାରେନାହିଁ।ବାହାରେ ସିଏ କେଡେ ବଡ଼ ହୋଇ ଦିଶୁଥାଏ,କେତେ କେତେ ଅସ୍ତ୍ରଶସ୍ତ୍ରଦ୍ଵାରା ସଜ୍ଜିତ ହୋଇ କେଡେ ଉତ୍ତେଜିତ ହୋଇ ଦିଶୁଥାଏ,- ଏବଂ ଏହି ସବୁଗୁଡାକୁ ନେଇ କେଡେ ହାସ୍ୟାସ୍ପଦ ହୋଇ ଦିଶୁଥାଏ, ତେବେ ଅମଣିଷ ହୋଇ ରହିଥାଏ”।
ଶ୍ରୀ ଦାସ ଏହାପରେ ଆହୁରି ଚାରୋଟି ପାରାଗ୍ରାଫ ଲେଖି, ଶେଷ ପାରାଗ୍ରାଫରେ ଲେଖିଥିଲେ,”ଇଏ ବି ଯିବେ, ଏଗୁଡାକ ବି ବଦଳି ଯିବ..”।
କିନ୍ତୁ, ସେ ଏପରି ଆଶା ରଖିବାର ୪୫ ବର୍ଷ ପରେ , ତାଙ୍କ ଆଶା ଅକାମୀହୋଇ ଷ୍ଟେଟ ମାର୍ଟିନଙ୍କ “The public has a short memory. That’s why all these big stars do these crazy, terrible things and two years later they’re back in the business” ଭଳି ଆଶଙ୍କାଟି ବାସ୍ତବିକତାରେ ପରିଣତ
ହୋଇଥିବାରୁ ଏହି ୨୦୨୪ ମସିହା ମାର୍ଚ୍ଚ ମାସରେ ଯିଏ ଯିଏ ପାଣ୍ଡିଆନଙ୍କୁ ପ୍ରଶଂସାରେ ପୋତି ପକାଉଥିଲେ, ସେହି ସେହି ଏବେ ତାଙ୍କୁ ଗାଳି କରିବାକୁ ଗଣମାଧ୍ୟମ ପ୍ରଚାର କଲାବେଳେ, ଗଣମାଧ୍ୟମ ପ୍ରତିନିଧି ସେମାନଙ୍କୁ ” ପାଣ୍ଡିଆନ ଜିତେଇଥିଲେ ଆଜି ଆପଣ ଏଭଳି କହୁଥାଆନ୍ତେ କି?”ଭଳି ପ୍ରଶ୍ନଟିଏ ପଚାରୁ ନାହାନ୍ତି।
ଜୟ ବଜରଙ୍ଗବାଲି।