Once//ଭୁବନେଶ୍ୱର କ୍ଳବ ମଦ ବିକ୍ରିର ଏକ ଡିଲର ହେଲେ ବି ସେଲସ ଟ୍ୟାକ୍ସ/ ଭାଟ୍ ଦେଉନଥିଲା। ମୁଁ ସେଲ୍ସ ଟ୍ୟାକ୍ସ କମିଶନର ଥିବାବେଳେ କେତେକାଂଶରେ ଟିକସ ଓ ଫାଇନ ଆଦାୟରେ ସଫଳ ହେଲି। ମୋ ଭଳି ଖୁବ କମ IAS ଥିବେ ଯେଉଁମାନେ କ୍ଳବ ମେମ୍ବର ହୋଇନଥିବେ। ତେବେ ଏହା ପରେ କ୍ଳବ ଆଗରେ ଲେଖିଦିଆଗଲା ବାଣିଜ୍ୟକର ବିଭାଗ ଓ “ତାରା ଦତ୍ତ”ଙ୍କୁ କ୍ଳବ ପ୍ରବେଶ ମନା-ତାରା ଦତ୍ତ, IASBook: Highlander’s Plainspeak

Spread the love

‘ଭୁବନେଶ୍ୱର କ୍ଳବ ମଦ ବିକ୍ରିର ଏକ ଡିଲର ହେଲେ ବି ସେଲସ ଟ୍ୟାକ୍ସ/ ଭାଟ୍ ଦେଉନଥିଲା। ମୁଁ ସେଲ୍ସ ଟ୍ୟାକ୍ସ କମିଶନର ଥିବାବେଳେ କେତେକାଂଶରେ ଟିକସ ଓ ଫାଇନ ଆଦାୟରେ ସଫଳ ହେଲି। ମୋ ଭଳି ଖୁବ କମ IAS ଥିବେ ଯେଉଁମାନେ କ୍ଳବ ମେମ୍ବର ହୋଇନଥିବେ। ତେବେ ଏହା ପରେ କ୍ଳବ ଆଗରେ ଲେଖିଦିଆଗଲା ବାଣିଜ୍ୟକର ବିଭାଗ ଓ ତାରା ଦତ୍ତଙ୍କୁ କ୍ଳବ ପ୍ରବେଶ ମନା।

ମୁଁ ବଦଳି ଗଲା ପରେ ସେତେବେଳର ପ୍ରଭାବଶାଳୀ ସଭାପତି (ପ୍ରିୟବ୍ରତ ପଟନାୟକ)ଙ୍କ ବିରୋଧରେ ଯିବାକୁ ଅନ୍ୟ ଅଫିସରମାନେ ବିଶେଷ ଆଗ୍ରହ ଦେଖାଇନଥିଲେ।

ଦିନେ ସକାଳୁ ଫରେଷ୍ଟ ପାର୍କରୁ ମର୍ଣ୍ଣିଙ୍ଗ ୱାକ କରି ଫେରିଲା ବେଳକୁ ମୋ ସରକାରୀ କ୍ୱାର୍ଟସ ଆଗରୁ ସବୁ ଫୁଲ କୁଣ୍ଡ ଭାଙ୍ଗି ଦିଆଯାଇଥିଲା। ପୋଲିସ କେସ, ତଦନ୍ତ ବେଶି ଆଗେଇଲା ନାହିଁ।
ପରେ ଜାଣିଲି ଜଣେ ଜୁଡୋ କୋଚ ଓ ତାଙ୍କ ଗ୍ୟାଙ୍ଗକୁ ପଠାଇ କ୍ଳବ ସଭାପତି ଏଭଳି କରିଥିଲେ।
ପରେ ସେହି ଜୁଡୋ କୋଚଙ୍କୁ ଗୋଟିଏ ବିରୋଧୀ ଗ୍ୟାଙ୍ଗ ଦିନରେ ମର୍ଡର କଲା।

ତାର ବର୍ଷେ ପରେ କ୍ଳବର ସଦସ୍ୟ ଥିବା ଜଣେ ବରିଷ୍ଠ ବନ୍ଧୁ ମୋତେ କହିଲେ- କାବ୍ୟିକ (ପ୍ରକୃତ) ନ୍ୟାୟ ମିଳିଛି। ମୁଁ ଏହାକୁ ଆଉ ଅଧିକ ଚିନ୍ତା କରିନଥିଲି।
-ତାରା ଦତ୍ତ, IAS
Book: Highlander’s Plainspeak

Leave a Reply

Your email address will not be published. Required fields are marked *