୨୮.୦୭.୨୦୨୫:-
“ଆମେରିକାର ରାଷ୍ଟ୍ରପତି ‘ଟ୍ରମ୍ପ’ ହେଉଛନ୍ତି ଗୋଟିଏ ଧୋକାବାଜ ତମ୍ପସାପ 🐍”। ଆମ ଯଶସ୍ୱୀ ବିଶ୍ଵଗୁଋ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଭଳି ତାଙ୍କର ଘନିଷ୍ଠବନ୍ଧୁଙ୍କ ପ୍ରତି ତମ୍ପସାପର ବିଶ୍ୱାସଘାତକତାର ଦଣ୍ଡ ହେଉଛି,
“ଗଋଡ ପୂରାଣରେ ବର୍ଣ୍ଣିତ ୨୮ନର୍କର ସମ୍ମିଳିତ ଦଣ୍ଡ”। ଗ୍ୟାରେଣ୍ଟେଡ।
(ତା୨୮.୦୭.୨୦୨୫ରିଖ ପର୍ଯ୍ୟନ୍ତ)
ଆମେରିକାର ଗତ ତିନୋଟି ରାଷ୍ଟ୍ରପତି ନିର୍ବାଚନରେ ଆମେ ନିର୍ଲଜା ଉପବାସରେ ରହି ଡୋନାଲ୍ଡ ( ଡୋଲାଣ୍ଡ ନୁହେଁ) ଟ୍ରମ୍ପଙ୍କ
ଜିତାପଟ ପାଇଁ ପୂଜାର୍ଚ୍ଚନା, ହୋମ, ଯଜ୍ଞ ଇତ୍ୟାଦି କରିଥିଲୁ, ଏପରିକି ଆମଦେଶର ମୂଳ ଅଧିବାସୀ କମଳା ହାରିସ ହାରିବାପାଇଁ ପ୍ରାର୍ଥନା କରିଥିଲୁ।
ତା ୧୦.୦୫.୨୦୨୫ରିଖରେ ଭାରତ-ପାକିସ୍ଥାନ ଭିତରେ ହୋଇଥିବା “ସଂଘର୍ଷ ବିରତି” ଆମ ଦୁଇଦେଶର ଆଭ୍ୟନ୍ତରୀଣ ବ୍ୟାପାର ହୋଇଥିଲେ ମଧ୍ୟ, ସେହି ଡୋନାଲ୍ଡ ଟ୍ରମ୍ପ, ମୋ ପାଖରେଥିବା ତଥ୍ୟ ଅନୁଯାୟୀ
ଆଜିସୁଦ୍ଧା ୨୩ ଥର କହିସାରିଲେଣି/ ଅନ୍ୟମାନଙ୍କ ଜରିଆରେ କୁହେଇ ସାରିଲେଣି ଯେ, ” ଉଭୟ ଦେଶକୁ ଭଲ ବେପାର ବଣିଜର ଲୋଭ ଦେଖେଇ ଓ ଧମକ ଦେଇ ମୁଁ ଯୁଦ୍ଧବିରତି କରେଇଛି। ସେହି ଦୁଇଟି ଦେଶ ପରମାଣୁ ଅସ୍ତ୍ରରେ ବଳୀୟାନଥିବାରୁ ମୁଁ ଯୁଦ୍ଧ ବନ୍ଦ କରେଇନଥିଲେ, ନଚେତ୍ ଅବସ୍ଥା ଯାହା ହେଇଥାନ୍ତା, ତାହା ଅନୁମେୟ।”
ଆମ ଯଶସ୍ୱୀ ବିଶ୍ଵଗୁଋ ପ୍ରଧାନମନ୍ତ୍ରୀ ତାଙ୍କୁ ଫୋନଯୋଗେ
” ଏହା ଆମର ଦ୍ୱିପାକ୍ଷିକ ପଦକ୍ଷେପ, ଏଥିରେ ଆମେରିକା ବା ଆଉ କାହାରି କିଛି ଭୂମିକା ନାହିଁ ” ବୋଲି କହିସାରିଥିଲେ ମଧ୍ୟ, ଟ୍ରମ୍ପ ତାଙ୍କ ବାହାଦୁରୀ ବରକରାର ରଖିଛନ୍ତି। ଯଶସ୍ୱୀ ବିଶ୍ଵଗୁଋ ମୋଦିଜୀ ,
ତା୨୨.୦୯.୨୦୧୮ରିଖରେ ଖୋଦ୍ ଆମେରିକାରେ, ” ଅବକି ବାର, ଟ୍ରମ୍ପ ସରକାର” ଆହ୍ୱାନ ଦେବାର ଏହା ଅବଜ୍ଞା ତଥା ଧୋକା।
ସେହି ୨୩ଟି ବୟାନର ବିବରଣୀ ନିମ୍ନରେ ସ୍ଥାନିତ ଅଛି। ନମସ୍କାର।
“ସତ୍ୟ ପଥେ, ଧର୍ମ ପଥେ ଘେନିଯାଅ ମୋତେ
ଭସାଅ ପ୍ରାଣ ମୋର ତବ ପ୍ରେମ ସ୍ରୋତେ
ପ୍ରଭୁ ପରମ ଶରଣ
ଏ ଜୀବନ ଶ୍ରୀଚରଣେ କଲି ସମର୍ପଣ”।
( ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ ‘ ଅଖିଳ ବ୍ରହ୍ମାଣ୍ତପତି..’ କବିତାର ଦଶମ ତଥା ଶେଷ ପଦ)
‘ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି’।
(ଶ୍ରୀ ରାମକୃଷ୍ଣ ନନ୍ଦଙ୍କ ରଚିତ ‘ଆହେ ଦୟାମୟ ବିଶ୍ବବିହାରୀ…’ କବିତାର ଦଶମ ପଦ)
ଆମ ହିନ୍ଦୁଧର୍ମରେ ‘ନୀତିପରାୟଣତା ତଥା ନୈତିକତା’ ସହିତ ଜୀବନଯାପନ ପ୍ରଣାଳୀ ବାବଦରେ ଶିକ୍ଷାଦାନ କରାଯାଇଛି। ସ୍ଥାନ, କାଳ ଓ ପାତ୍ରମାନଙ୍କୁନେଇ ଏହାର ବିଭିନ୍ନ ପ୍ରକାର ବିଶ୍ଳେଷଣ କରାଯାଇପାରେ, କିନ୍ତୁ ମୂଳତଃ ସବୁ କ୍ଷେତ୍ରରେ ଯାହା ପ୍ରଯୁଜ୍ୟ ଏବଂ ସେଗୁଡିକ ହେଉଛି ;
(୧) ସତ୍ୟବାଦିତା(Truthfulness),(୨)ଦୟା(Compassion),(୩)ତପ(Austerity),(୪)ଶୁଦ୍ଧତା(Purity), (୫) ଅହିଂସା (Non-violence)(୬)ସଞ୍ଜିତା(Self -controll), (୭) ସ୍ୱାଧ୍ୟାୟ (Study),(୮)ଦାନ(Generosity)(୯)କ୍ଷମା(Forgiveness),(୧୦) ସନ୍ତୁଷ୍ଟତା( Containment),(୧୧) ସୁକର୍ମ (Duty),ଓ (୧୨)ନୀତିପରାୟଣତା ତଥା ନୈତିକତା(Righteousness)।
‘ସତ୍ୟ’ ବାବଦରେ ଖ୍ରୀଷ୍ଟୀୟାନମାନଙ୍କ ଧର୍ମଗ୍ରନ୍ଥ ବାଇବେଲରେ
‘ଭଗବାନ ହିଁ ସତ୍ୟର ଅବତାର ଓ ତାଙ୍କ ମୂଖନିସୃତ ବାଣୀ ଗୁଡିକ ହିଁ ସତ’ ବୋଲି ବର୍ଣ୍ଣନା କରାଯାଇଛି। ‘ଭଗବାନଙ୍କ ପୁତ୍ର ହିସାବରେ ଯୀଶୁ ହିଁ ସତ୍ୟ’ ବୋଲି ଏଥିରେ ଦର୍ଶାଯାଇଛି।
(Truth as a Divine Attribute:
The Bible consistently portrays God as the ultimate source of truth.
God is described as the “God of truth” (Deuteronomy 32:4) and His words are considered true (Psalm 119:160).
Jesus, as the Son of God, is also identified as the truth (John 14:6). ଏହାଛଡା ସତ୍ୟ ଉପରେ ଆହୁରି ଅନେକ ବର୍ଣନା ରହିଛି।
‘ସତ୍ୟ’ ବାବଦରେ ମୁସଲମାନମାନଙ୍କ ଧର୍ମଗ୍ରନ୍ଥ ‘କୋରାନ’ରେ ‘ସତ୍ୟବାଦିତା’କୁ ପ୍ରଥମସ୍ଥାନ ଦିଆଯାଇ, ଏହା ପ୍ରତ୍ୟେକ ବ୍ୟକ୍ତିଙ୍କ ନିଜର ତଥା ସାମାଜିକ କ୍ଷେତ୍ରରେ ପ୍ରତିଫଳିତ ହେବା ଉଚିତ’ ବୋଲି କୁହାଯାଇଛି। ଏହାଛଡା ସତ୍ୟ ଉପରେ ଆହୁରି ସକରାତ୍ମକ ବର୍ଣନା ରହିଛି।
(The Quran emphasizes truthfulness as a core principle, highlighting its importance in both individual character and social interactions. It calls for believers to be steadfast in truth, to avoid falsehood, and to uphold justice, even when it is difficult. The Quran also portrays truth as a powerful force that will ultimately prevail over falsehood. )
ପ୍ରଥମରେ ଲିଖିତ ଦୁଇଟି ଉପଦେଶାତ୍ମକ ପଦସମୂହ, ‘ମହାଜନେ ଯେଉଁବାଟରେ ଯାଇଛନ୍ତି ତାହା ହିଁ ବାଟ, ବଡ଼( ବୟସ୍କ) ଥିଲେ ପଚାରି, ସାନ ଥିଲେ ବିଚାରି’ ଭଳି ଅନେକ ଉପଦେଶାତ୍ମକ ବାଣୀ ଏହି ପୃଥିବୀରେ ଭରି ରହିଛି। ବର୍ତ୍ତମାନ ସମୟର ଯୁବଛାତ୍ର ପିଢୀ ଏସବୁ ବାବଦରେ କେତେ ମାତ୍ରାରେ ଜାଣନ୍ତି, ତାହା ସନ୍ଦେହଜନକ। କିନ୍ତୁ, ବର୍ତ୍ତମାନକୁ ଷାଠିଏ ବର୍ଷରୁ ଅଧିକ ବୟସର ଆମେସବୁ ଏସବୁ ପଢିଥିଲେ, ଜାଣିଥିଲେ ବି ନିଜ ନିଜ ଜୀବନରେ କେତେ କେତେ ମାତ୍ରାରେ ଉପଯୋଗ କରିଛେ, ତାହାର ବିଶ୍ଳେଷଣ ନିଜ ନିଜ ଉପରେ ନିର୍ଭରଶୀଳ।
ଏବେ ଏବେ ଭାରତ ଓ ପାକିସ୍ଥାନ ଭିତରେ ଘଟିଯାଇଥିବା ‘ସଂଘର୍ଷ ତଥା ସଂଘର୍ଷ ବିରତି’ ବାବଦରେ ହିନ୍ଦୁ ଅଧ୍ୟୂଷିତ ଆମଦେଶ, ମୁସଲମାନ ଅଧ୍ୟୁଷିତ ପାକିସ୍ଥାନ ତଥା ଖ୍ରୀଷ୍ଟିଆନ ଅଧ୍ୟୁଷିତ ଆମେରିକାର ତିନିଜଣ ଏକନମ୍ବରୀ ମହାଜନେ ଅଲଗା ଅଲଗା ମନ୍ତବ୍ୟ ଦେଉଛନ୍ତି। ଏମାନଙ୍କ ଭିତରେ ଏକନମ୍ବରୀ ମହାଜନ ହେଉଛନ୍ତି, ବିଶ୍ୱଦାଦା ତଥା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଯେହେତୁ ସେ ଏକନମ୍ବରୀ ଶକ୍ତିଶାଳୀ ଆମେରିକାର ରାଷ୍ଟ୍ରପତି। ତାଙ୍କ ବାବଦରେ ସେହି ଆମେରିକାରୁ ପ୍ରକାଶିତ ଦୈନିକ ସମ୍ବାଦପତ୍ର The Washington Post ର ତା୨୪.୦୧.୨୦୨୧ରିଖର ସଂସ୍କରଣରେ ଗୋଟିଏ ଗବେଷଣାତ୍ମକ ତଥ୍ୟ ପ୍ରକାଶିତ ହୋଇଥିଲା, ଯେଉଁଥିରେ ଦର୍ଶା ଯାଇଥିଲା ଯେ, ଶ୍ରୀ ଟ୍ରମ୍ପ ତାଙ୍କର ପ୍ରଥମ ରାଷ୍ଟ୍ରପତିକାଳରେ (ତା୨୦.୦୧.୨୦୧୭ରିଖରୁ ତା ୧୯.୦୧.୨୦୨୧ରିଖ) ସମୁଦାୟ ୩୦,୫୭୩ ଥର ମିଛ କହିଥିଲେ+ଭ୍ରାମାତ୍ମକ ତଥ୍ୟ ଦେଇଥିଲେ, ଯାହା ଦୈନିକ ହାରାହାରି ୨୧ଥର ଥିଲା।
ଯେଉଁ ବାଇବଲ ଉପରେ ହାତରଖି ମିଷ୍ଟର ଟ୍ରମ୍ପ ରାଷ୍ଟ୍ରପତି ପଦବୀର ଶପଥ ନେଇଥିଲେ, ସେହି ମିଷ୍ଟର ଟ୍ରମ୍ପ, ବାଇବଲର ମୁଳତତ୍ତ୍ୱ
‘ ସତ୍ୟବାଦିତା’କୁ ଛିନଛତ୍ର କରିବା କଣ ଦର୍ଶାଏ?
ଭାରତ -ପାକିସ୍ଥାନ ଭିତରେ ‘ସଂଘର୍ଷବିରତି’ ଉପରେ ଟ୍ରମ୍ପଙ୍କ ବୟାନର କ୍ରୋନୋଲୋଜି ନିମ୍ନରେ ସ୍ଥାନିତ ଅଛି;
(ଆପଣ କ୍ରୋନୋଲୋଜି ସମଝିଏ। ‘ମୁଁ. ମୋତେ,ଆମେ’ କେବଳ ଟ୍ରମ୍ପଙ୍କପାଇଁ ଉଦ୍ଧିଷ୍ଟ)
(୧) ୧୦.୦୫.୨୦୨୫-ଟ୍ରମ୍ପଙ୍କ ସାମାଜିକ ଗଣମାଧ୍ୟମ HANDLE ‘Truth Special’ଜରିଆରେ :-
‘ଆମେରିକାଦ୍ୱାରା ରାତିସାରାର ଆଲୋଚନାପରେ ମୁଁ ଆନନ୍ଦର ସହିତ ଘୋଷଣା କରୁଅଛି ଯେ ‘ଭାରତ ଓ ପାକିସ୍ଥାନ ସମ୍ପୁର୍ଣ୍ଣ ଓ ତତକ୍ଷଣାତର ସଂଘର୍ଷ ବିରତି ପାଇଁ ରାଜି ହୋଇଛନ୍ତି।ନିଜର ସାଧାରଣ ଜ୍ଞାନ ଓ ବିଜ୍ଞତା ଉପଯୋଗ କରିଥିବା ଉଭୟ ଦେଶର ନାଗରିକଙ୍କୁ ଅଭିନନ୍ଦନ ଜଣାଉଛି
ଓ ଧନ୍ୟବାଦ ଦେଉଛି।’ ( ଆମଦେଶ ଓ ପାକିସ୍ଥାନ ଭିତରେ ସଂଘର୍ଷବିରତି ଘୋଷିତହେବାର ଠିକ୍ ପୂର୍ବରୁ ସିଷ୍ଟର ଟ୍ରମ୍ପ ଏଭଳି କହିଥିଲେ।)
(୨)୧୧.୦୫.୨୦୨୫- ଟ୍ରମ୍ପଙ୍କ ସାମାଜିକ ଗଣମାଧ୍ୟମ HANDLE ‘Truth Special’ଜରିଆରେ :-
‘ମୁଁ ଉଭୟ ଦେଶ ଭିତରେଥିବା କାଶ୍ମୀରଜନିତ ଦୀର୍ଘକାଳର ସମସ୍ୟାର ସମାଧାନପାଇଁ ମୁଁ ଦୁଇ ମହାନ ଦେଶ ସହିତ ସହଯୋଗ କରିବାକୁ ପ୍ରସ୍ତୁତ। ମୁଁ ବାଣିଜ୍ୟ ଓ ବ୍ୟବସାୟ ବୃଦ୍ଧିପାଇଁ ପ୍ରସ୍ତୁତ।’
(୩) ୧୨.୦୫.୨୦୨୫-ହ୍ୱଇଟ ହାଉସରେ ସାମ୍ବାଦିକ ସମ୍ମିଳନୀରେ :-
‘ମୁଁ ଭାରତ ଓ ପାକିସ୍ଥାନର ନେତୃବୃନ୍ଦଙ୍କୁ ସଂଘର୍ଷ ବନ୍ଦ କରିବାକୁ କହିଥିଲି।
ଏଭଳି କଲେ ଆମେ ଅଧିକ ବାଣିଜ୍ୟ ବ୍ୟବସାୟ ଦିଗରେ ଆଗେଇବା।
ବନ୍ଦ ନକଲେ ଆମେ ଏମାନଙ୍କ ସହିତ ବାଣିଜ୍ୟ ବ୍ୟବସାୟ କରିବୁ ନାହିଁ।
ଏଭଳି କୁହାଯିବା ପରେ ସେମାନେ ମୋ କଥାରେ ହଠାତ ରାଜି ହୋଇ କହିଥିଲେ ‘ଠିକ ଅଛି, ଆମେ ରାଜି।’ ଏହା ବହୁତ ପରିସ୍ଥିତି ଉପରେ ନିର୍ଭରଶୀଳ। ବାଣିଜ୍ୟ ବ୍ୟବସାୟକୁ ମୋ ଭଳି କେହି ଉପଯୋଗ କରିନାହାନ୍ତି। ଅତ୍ୟନ୍ତ ବିପଦପୂର୍ଣ୍ଣ ଆଣବିକ ଯୁଦ୍ଧରେ ଅୟୁତ ଅୟୁତ ଲୋକଙ୍କ ମୃତ୍ୟୁକୁ ଏଡେଇ ଦେଇଥିବାରୁ ମୁଁ ଗୈାରବାନ୍ୱତ’।
(୪)୧୩.୦୫.୨୦୨୫-ସାଉଦି ଆରବିଆ ଦେଶର ନେତୃବୃନ୍ଦଙ୍କ ଗହଣରେ:-
‘ଉଭୟ ଦେଶରେ ଶକ୍ତିଶାଳୀ ଓ କ୍ଷମତାସମ୍ପନ୍ନ ନେତା ଅଛନ୍ତି। ସେମାନେ ଏକାଠିହୋଇ ରାତ୍ରିଭୋଜନ ବି କରିପାରନ୍ତି’।
(୫) ୧୫.୦୫.୨୦୨୫- କାତାର ଦେଶର ରାଜଧାନୀ ‘ଦୋହା’ରେ:-
‘ଭାରତ ସହିତ କାରବାର ବହୁତ କଠିନ। କିନ୍ତୁ ସେମାନେ ଆମ ଉପରେ କୈାଣସି ଟାରିଫ ନଲଗେଇବାକୁ ରାଜି ହେଉଛନ୍ତି।’
(୬)୧୬.୦୫.୨୦୨୫- ଫକ୍ସ ଟେଲିଭିଜନକୁ ସାକ୍ଷାତକାର ଦେବା ସମୟରେ:-
‘ଏହା ଏପରି ଏକ ବଡସଫଳତା ଯେ, ଏଥିପାଇଁ ମୋ ପ୍ରତି କୈାଣସି ଯଥାଯଥ ପ୍ରଶଂସା କମ ପଡ଼ିବ। ସେମାନେ ଅତ୍ୟନ୍ତ ଉତ୍ୟକ୍ତ ଅବସ୍ଥାରେଥିବା ସାମରିକ ଶକ୍ତି।ପରସ୍ପରପ୍ରତି ଯଥେଷ୍ଟ ଘୃଣା ରହିଛି।ତେଣୁ ମୁଁ କହିଥିଲି ” ଆମେ ବହୁତ ବେପାର ବଣିଜ କରିବା’।
(୭)୨୨.୦୫.୨୦୨୫-ହ୍ୱଇଟ ହାଉସର ଓଭାଲ ଅଫିସରେ ଦକ୍ଷୀଣ ଆଫ୍ରିକାର ରାଷ୍ଟ୍ରପତିଙ୍କ ସହିତ ସାମ୍ବାଦିକ ସମ୍ମିଳନୀରେ:-
‘ମୁଁ ଭାବୁଛି ଯେଭାରତ ଓ ପାକିସ୍ଥାନର ସଂଘର୍ଷକୁ ବେପାର ବଣିଜ ଜରିଆରେ ସମାଧାନ କରିଦେଲି।ଗୋଳାବାରି ଖରାପରୁ ଖରାପତର,ବଡରୁ ଆହୁରି ବଡ଼ ଓ ଗହିରିଆ ରୁ ଆହୁରି ଗହିରିଆ ହେଉଥିଲା। ମୁଁ ସେମାନଙ୍କୁ ‘ହେ ବାବୁମାନେ (Guys), ଏଭଳି କାହିଁକି କରୁଛ’ବୋଲି ପଚାରି ସମସ୍ୟାର ସମାଧାନ କରିଦେଲି, ଯଦିଓ ଏହା ବିପଦପୂର୍ଣ୍ଣ କାରଣ କିଛି ଏକଡ଼ ସେକଡ ହେଲେ ମୁଁ ହିଁ ଦୋଷୀ ହେବି। ପାକିସ୍ଥାନରେ ବହୁତ ବଢ଼ିଆ ଓ ଚମତ୍କାର ଲୋକ ତଥା ନେତା ଅଛନ୍ତି। ଭାରତ ତ ମୋ ବନ୍ଧୁ ଓ ମୋଦି ବି।ସେ ଜଣେ ବଢିଆ ସାଥୀ। ମୁଁ ସେମାନଙ୍କ ସହିତ ସମ୍ପର୍କରେ ଅଛି, ମଙ୍ଗଳପାଇଁ’।
(୮)ତା ୨୩.୦୫.୨୦୨୫ରିଖରେ ଆମେରିକାର ବାଣିଜ୍ୟ ସଚିବ, ନିୟୂର୍କସ୍ଥିତ Court of International Trade ରେ ଦାଖଲ କରିଥିବା ଏକ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ଯେ, “ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ, ‘ଟାରିଫ ନିର୍ଧାରଣ ସମ୍ପର୍କିତ ତାଙ୍କର କ୍ଷମତା’ ଉପଯୋଗ କରି ଭାରତ ଓ ପାକିସ୍ଥାନ ଭିତରେ ଅତି କଷ୍ଟକର ଯୁଦ୍ଧବିରତି କରେଇ ଶାନ୍ତି ସ୍ଥାପିତ କରେଇଛନ୍ତି।”
(The US Commerce Secretary Howard Luttnick filed a statement in the New York-based US Court of International Trade on May 23rd, 2025 swearing that President Trump used his tariff power to broker a ‘tenuous ceasefire’ between India and Pakistan and bring about a ‘fragile peace’.
(୯) ୩୧.୦୫.୨୦୨୫- ଆଣ୍ଡ୍ରିଉଜ ସୈ ଓ ନିକଘାଟିରେ ଏୟାର ଫୋର୍ସ ୦୧ ବିମାନରୁ ଓଲ୍ହାଇବାପରେ ସାମ୍ବାଦିକଙ୍କୁ:-
‘ଆମେ ଭାରତ ସହିତ ସମଝୋତା (Deal) କରିବାର ଅନ୍ତିମ କ୍ଷଣକରେ। ସେମାନେ ଯୁଦ୍ଧରେ ବ୍ୟାପୃତ ରହିଥିଲେ ଦୁଇଦେଶ ଭିତରୁ କାହା ସହିତ ସମଝୋତା କରିବାକୁ ଆଗ୍ରହ ପ୍ରକାଶ କରିନଥାନ୍ତି। ମୁଁ ଆନନ୍ଦିତ ଯେ, ଦୁଇଦେଶ ଭିତରେ ଆଣବିକ ସଂଘର୍ଷ ବନ୍ଦ କରେଇ ପାରିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ ଗୈ।ରବାନ୍ୱତ। ସେମାନେ ଯାହା ବୁଲେଟ ସାହାଯ୍ୟରେ କରନ୍ତି, ମୁଁ ତାହା ବେପାର ବଣିଜ ଜରିଆରେ କରେ। ଅବସ୍ଥା ଅତି ସଙ୍ଗୀନ ଅବସ୍ଥାକୁ ଯିବାପୂର୍ବରୁ ମୁଁ ବଞ୍ଚେଇଦେଲି’।
(୧୦) ୩୧.୦୫.୨୦୨୫:- ଓଭାଲ ଅଫିସରେ ଏକ ସାମ୍ୱାଦିକ ସମ୍ମୀଳନୀରେ:-
‘ଆମେ ଭାରତ ଓ ପାକିସ୍ଥାନ ଭିତରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରିଦେଲି। ଆଣବିକ ଯୁଦ୍ଧର କ୍ଷୟକ୍ଷତି ହଟିଗଲା। ଏହିଭଳି ଅନ୍ୟାନ୍ୟ ଯୁଦ୍ଧର ପରିସମାପ୍ତି ବି ଆମେ କରାଉଛୁ, ଯେହେତୁ ଆମେ ଅନ୍ୟମାନଙ୍କ ତୁଳନାରେ ବହୁତ ଅଧିକ ଲଢେ଼ଇ କରିପାରୁ। ପୃଥିବୀର ସର୍ବଶ୍ରେଷ୍ଠ ସୈନ୍ୟଶକ୍ତି ଆମ ପାଖରେ ଅଛି। ପୃଥିବୀର ବଡ଼ ବଡ଼ ନେତା ଆମ ପାଖରେ।ପରସ୍ପର ଭିତରେ ଗୁଳି ବିନିମୟ କରୁଥିବା, ବିଶେଷକରି ଆଣବିକ ଯୁଦ୍ଧପାଇଁ ପ୍ରସ୍ତୁତଙ୍କ ସହିତ ଆମେ ବେପାର ବଣିଜ କରୁନି’।
(୧୧)୦୬.୦୬.୨୦୨୫-ଟେଲିଫୋନରେ ଋଷିଆର ରାଷ୍ଟ୍ରପତି ପୁନିନଙ୍କ ସହିତ ଟ୍ରମ୍ପଙ୍କ କଥାବାର୍ତ୍ତା ପରେ, ପୁତିନଙ୍କ ସହଯୋଗୀ ୟୁରି ଉଶାthe US Commerce Secretary Howard Luttnick filed a statement in the New York-based US Court of International Trade on May 23rd, 2025 swearing that President Trump used his tariff power to broker a ‘tenuous ceasefire’ between India and Pakistan and bring about a ‘fragile peace’?” Congress general secretary Jairam Ramesh said in a post on X.କୋଭଙ୍କ ବୟାନ:-
‘ମଧ୍ୟପ୍ରାଚ୍ୟରେ ଚାଲିଥିବା ଘନଘଟା ସହିତ ଭାରତ ଓ ପାକିସ୍ଥାନ ସଂଘର୍ଷ ବାବଦରେ ଦୁହେଁ ଆଲୋଚନା କରିଥିଲେ। ଭାରତ ଓ ପାକିସ୍ଥାନ ଭିତରେ ସଂଘର୍ଷବିରତି ରାଷ୍ଟ୍ରପତି ଟ୍ରମ୍ପଙ୍କ ହସ୍ତକ୍ଷେପ ଫଳରେ ସମ୍ଭବପର ହୋଇଛି’।
(୧୨)୦୭.୦୬.୨୦୨୫- ହ୍ୱଇଟ ହାଉସରେ:-
‘ମୁଁ କହୁଥିବା ‘ପାକିସ୍ଥାନରେ ଅତ୍ୟନ୍ତ ଶକ୍ତିମାନ ନେତା ଅଛନ୍ତି’ କଥାକୁ କେହି କେହି ଗ୍ରହଣ କରିନପାରନ୍ତି, କିନ୍ତୁ ଏହା ହିଁ ବାସ୍ତବତା। ସେମାନେ ଯୁଦ୍ଧ ବନ୍ଦ କରିଥିବାରୁ ମୁଁ ଗର୍ବିତ। କିନ୍ତୁ ସେମାନେ ମୋତେ କୈାଣସି ଶ୍ରେୟ ଦିଅନ୍ତି ନାହିଁ’।
(୧୩)୦୭.୦୬.୨୦୨୫-ଏୟାର ଫୋର୍ସ ୦୧ ବିମାନରୁ ସାମ୍ବାଦିକଙ୍କୁ ଉଦବୋଧନ:-
‘ମୁଁ ଗୋଟିଏ ବଡ଼ ସମସ୍ୟା, ଆଣବିକ ଯୁଦ୍ଧ ସମସ୍ୟର ସମାଧାନ କରେଇଥିଲେ ମଧ୍ୟ ଏହା ବାବଦରେ ଲୋକେ ନୀରବ। ମୁଁ ଭାରତ ଓ ପାକିସ୍ଥାନ ସହିତ ଆଲୋଚନା କଲାପରେ ସେମାନେ ଏଥୁରୁ କ୍ଷାନ୍ତ ରହିଥିଲେ।ଆମେ କ୍ଷାନ୍ତ କରେଇଥିଲୁ। ପାକିସ୍ଥାନରେ ମହାନ ନେତା ଅଛନ୍ତି। ଉଭୟ ଦେଶର ନେତାଙ୍କୁ ବଧେଇ’।
(୧୪) ୧୨.୦୬.୨୦୨୫-ୱଶିଙ୍ଗଟନରେ ଗୋଟିଏ ବିଲରେ ଦସ୍ତଖତ କରିବାପରେ:-
‘ମୁଁ ଭାରତ ଓ ପାକିସ୍ଥାନର ନେତାମାନଙ୍କୁ କହିଥିଲି ଯେ, କାଶ୍ମୀରକୁ ନେଇ ନେଇ ଦୀର୍ଘକାଳର ଯେଉଁ ସଂଘର୍ଷ ରହିଛି, ତାହାର ସମାଧାନ ମୋ ଜରିଆରେ ସମ୍ଭବ। ମୁଁ ସବୁ ସମସ୍ୟାର ସମାଧାନ କରିବାରେ ସକ୍ଷମ।
ମୋର ବେପାର ବଣିଜରେ ବୃଦ୍ଧି ତତ୍ତ୍ଵ ଜରିଆରେ ମୁଁ ସେମାନଙ୍କ ଭିତରେ ଚାଲିଥିବା ଯୁଦ୍ଧ ବନ୍ଦ କରେଇଥିଲି। “ଆଣବିକ ଶକ୍ତିସମ୍ପନ୍ନ ହୋଇ ଯୁଦ୍ଧ ବନ୍ଦ ନକଲେ ମୋ ସହିତ ବଣିଜ ବେପାର କରିବା ଅସମ୍ଭବ” ବୋଲି ମୁଁ କହିବାପରେ, ସେମାନେ ସଠିକଭାବେ ବୁଝିପାରି ଏଥିରୁ ବିରତ ରହିଥିଲେ।ବେପାର ବଣିଜ ବାବଦରେ ଏବେ ଭାରତ ସହିତ ଆମର ଆଲୋଚନା ଚାଲିଛି ଓ ଆସନ୍ତା ସପ୍ତାହରେ ପାକିସ୍ଥାନର ପ୍ରତିନିଧି ଆସିପାରନ୍ତି’।
(୧୫) ୧୫.୦୬.୨୦୨୫- ନିଜର ସାମାଜିକ ଗଣମାଧ୍ୟମ TRUTH SPECIAL ଜରିଆରେ ଟ୍ରମ୍ପ ମହାଶୟ:-
‘ ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ସମାପ୍ତି ହେବା ଉଚିତ ଓ ହେବ, ଯେଭଳି କି ମୁଁ ଭାରତ ଓ ପାକିସ୍ଥାନ ଭିତରେ ସଂଘର୍ଷବିରତି କରେଇଥିଲି। ଏଥିପାଇଁ ମୋତେ ‘ ବେପାର ବଣିଜ ସୂତ୍ର’ର ଆଶ୍ରୟ ନେବାକୁ ପଡ଼ିଥିଲା। ଦୁଇଦେଶର ଚମତ୍କାର ନେତା ତତକ୍ଷଣାତ ଏହାର ଗୁରୁତ୍ୱ ଉପଲବ୍ଧି କରି ତଦନୁଯାୟୀ ସଂଘର୍ଷ ବିରତି କରେଇଥିଲେ’।
(୧୬) ତା୧୭.୦୬.୨୦୨୫ରିଖରେସ ଆମ ଯଶସ୍ୱୀ ବିଶ୍ଵଗୁଋ ପ୍ରଧାନମନ୍ତ୍ରୀ ମୋଦିଜୀ, ଫୋନରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସିଧାସଳଖ ‘ଭାରତ – ପାକିସ୍ଥାନ ଭିତରେ ସଂଘର୍ଷବିରତି ଆମ ଦୁଇଦେଶ ଭିତରେ ଆଲୋଚନା ଜରିଆରେ ହୋଇଛି, ଏଥିରେ ଆମେରିକା ବା ଅନ୍ୟ କୈାଣସି ଦେଶର କୈାଣସି ଭୂମିକା ନାହିଁ, ଅତୀତରେ ନଥିଲା ଓ ଭବିଷ୍ୟତରେ ରହିବ ନାହିଁ” ଭଳି କହିବାପରେ:-
‘ବାସ୍, ମୁଁ (ଟ୍ରମ୍ପ )ଯୁଦ୍ଧ ବନ୍ଦ କରେଇଥିଲି। ମୁଁ ପାକିସ୍ଥାନକୁ ଭଲପାଏ।ମୋ ମତରେ ମୋଦି ଜଣେ ଅଭୂତପୂର୍ବ (Fantastic) ବ୍ୟକ୍ତି। ମୁଁ (ଟ୍ରମ୍ପ)
ଗତରାତିରେ ତାଙ୍କ ସହିତ ଫୋନଯୋଗେ କଥାବାର୍ତ୍ତା କରିଥିଲି। ଯଥାଶୀଘ୍ର ମୋଦିଙ୍କ ସହିତ ଆମର ‘ ବେପାର ବଣିଜ ସମ୍ବନ୍ଧୀୟ ଚୁକ୍ତି’ ସ୍ୱାକ୍ଷରିତ ହେବ। କିନ୍ତୁ ମୁଁ ( ଟ୍ରମ୍ପ) ଭାରତ ଓ ପାକିସ୍ଥାନ ଭିତରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରେଇଥିଲି’।
ତା୧୦.୦୫.୨୦୨୫ରିଖର ଭାରତ- ପାକିସ୍ଥାନ ଭିତରେ ସଂଘର୍ଷବିରତି ବାବଦରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଷୋହଳଥର
କହିଥିଲେ / କୁହେଇଥୂଲେ ଯେ ” ମୁଁ ଦୁଇଦେଶର ସର୍ବୋଚ୍ଚ ନେତୃମଣ୍ଡଳୀଙ୍କୁ ମୋ ସହିତ ବେପାରର ଲୋଭ ଦେଖେଇ ଏଭଳି କରେଇଛି”।
ଏସବୁ ପରେ, ଏହା ଉପରେ ଆମ ଯଶସ୍ୱୀ ବିଶ୍ଵଗୁଋ ପ୍ରଧାନମନ୍ତ୍ରୀ ମୋଦିଜୀ, ତା ୧୭.୦୬.୨୦୨୫ରିଖରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଫୋନଯୋଗେ ସିଧା ସିଧା ଜଣେଇଥିଲେ ଯେ ” ଏହା ଆମ ଦୁଇଦେଶ ଭିତରର କଥା, ଏଥିରେ ଆମେରିକା ବା ଅନ୍ୟ କୈାଣସି ଦେଶର କୋୖଣସି ଭୂମିକା ନାହିଁ, ନଥିଲା,ରହିବ ନାହିଁ”।
କିନ୍ତୁ, ଏହା ଉପରେ ୧୭ତମ ବୟାନଦେଇ ତା୧୮.୦୬.୨୦୨୫ରିଖରେ,
(୧୭ତମ ବୟାନ-୧୮.୦୬.୨୦୧୬)ପାକିସ୍ଥାନର ସୈନ୍ୟବାହିନୀ ମୂଖ୍ୟ
ଫିଲ୍ଡ ମାର୍ଶାଲ ଅସୀମ ମୂନୀରଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିବା ସମୟରେ ମିଷ୍ଟର ଟ୍ରମ୍ପ କହିଥିଲେ,
‘ ଦୁଇଜଣ ତୀକ୍ଷ୍ମ ବୁଦ୍ଧିସଂପନ୍ନ ବ୍ୟକ୍ତି ( ମୋଦିଜୀ ଓ ମୂନୀର) ଯୁଦ୍ଧ ଚାଲୁ ରଖିବାକୁ ଚାହିଁଲେ ନାହଁ.. ନହେଲେ ପରମାଣୁ ଯୁଦ୍ଧ ହୋଇଥାନ୍ତା। ମୁଁ କରେଇଛି ।”
(୧୮)ଏସବୁ ପରେ ତା୨୨.୦୬.୨୦୨୫ରିଖରେ ପାକିସ୍ଥାନର ବୈଦେଶିକ ବିଭାଗର ମୂଖପାତ୍ର ସଫାକତ ଅଲ୍ଲୀ ଖାନ କହିଛନ୍ତି ଯେ,
” ଭାରତୀୟ ଗଣମାଧ୍ୟମରରେ ଯେଉଁ ପ୍ରଚାର ଚାଲିଛି ଯେ ପାକିସ୍ଥାନର ଉପ-ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀଙ୍କ ଅନୁରୋଧକ୍ରମେ ଭାରତ ସରକାର ଏଥିରେ ରାଜି ହୋଇଥିଲେ, ଯାହା ସତ୍ୟ ଉପରେ ଆଧାରିତ ନୁହେଁ”।
ଏ ବାବଦର ଘଟଣାକ୍ରମେ ବର୍ଣନା କରି ଶ୍ରୀ ଖାନ୍ କହିଛନ୍ତି,” ଏଥିପାଇଁ (ସଂଘର୍ଷ ବିରତି)ପାଇଁ ପାକିସ୍ଥାନ ତରଫରୁ କୈାଣସି ଆଗ୍ରହ ପ୍ରକାଶ କରାଯାଇନଥିଲା।ତା୧୦.୦୫.୨୦୨୫ରିଖର ସକାଳ ୦୮.୨୫ରେ ଆମେରିକାର ପରରାଷ୍ଟ୍ର ସଚିବ ( Foreign Secretary -Also Minister of Foreign Affairs) ମିଷ୍ଟର ମାର୍କୋ ଋବିଓ ପାକିସ୍ଥାନର ଉପ-ପ୍ରଧାନମନ୍ତ୍ରୀ+ ବୈଦେଶିକ ମନ୍ତ୍ରୀ ମହମ୍ମଦ ଇଶାକ ଦରଙ୍କ ସହିତ ଫୋନ ଜରିଆରେ କଥାବାର୍ତ୍ତା କରି କହିଥିଲେ ଯେ,
‘ ସଂଘର୍ଷ ବିରତି ପାଇଁ ଭାରତବର୍ଷ ରାଜି ଅଛି’ ଓ ତା’ପରେ ‘ପାକିସ୍ଥାନ
ରାଜି କି’ ବୋଲି ପଚାରିଥିଲେ। ଏହାପରେ ପାକିସ୍ଥାନର ଉପ-ପ୍ରଧାନମନ୍ତ୍ରୀ
ସମ୍ମତି ଜଣାଇଥିଲେ। ଠିକ ଏହାପରେ, ସକାଳ ୯.୦୦ ଘଟିକା ସମୟରେ
ସାଉଦୀ ସର୍ବିଆ ଦେଶର ବୈଦେଶିକ ମନ୍ତ୍ରୀ ଯୁବରାଜ ଫୈସାଲ, ପାକିସ୍ଥାନର ଉପ-ପ୍ରଧାନମନ୍ତ୍ରୀଙ୍କୁ ଫୋନଯୋଗେ ମାର୍କ ଋବିଓଙ୍କ ବୟାନକୁ ଦୋହରାଇଥିଲେ ଓ ପାକିସ୍ଥାନ ରାଜି କି ବୋଲି ପଚାରିଥିଲେ।”
(୧୯)-ଉପରେ ପଡି- କଖାରୁବଡି-
ସେହି ଟ୍ରମ୍ପ ପୁଣି “ଇସ୍ରାଏଲ – ଇରାନ ଯୁଦ୍ଧବିରତି” କରେଇଛନ୍ତି
ବୋଲି ରଡି ପକେଇ ” ଶାନ୍ତି ପାଇଁ ନୋବେଲ ପୁରସ୍କାର”ପାଇବାକୁ
ପାକିସ୍ଥାନକୁ ଲଗେଇ ଦେଇଛନ୍ତି।
ତା୨୪.୦୬.୨୦୨୫ରିଖରେ ଇଗ୍ଲିଶଭାଷାର ଅନ୍ୟତମ ପ୍ରସିଦ୍ଧ ସମ୍ପାଦପତ୍ର THE GUARDIANରେ ପ୍ରକାଶିତ ଖବରଟିଏ ଅନୁସାରେ, ନିଜର OFFICIAL TRUTH ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡଲରେ ଟ୍ରମ୍ପ ମହାଶୟ ଜଣାଇଛନ୍ତି ଯେ “ଇସ୍ରାଏଲ ଓ ଇରାନ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି। ମୁଁ ଉଭୟଙ୍କୁ ଅଭିନନ୍ଦନ ଜଣାଉଛି ବାର ଦିନିଆ ଯୁଦ୍ଧ ବନ୍ଦ କରିଥିବାରୁ।ନଚେତ ଏହା ବର୍ଷ ବର୍ଷ ଧରି ଚାଲି ସମୁଦାୟ ମଧ୍ୟପ୍ରାଚ୍ୟକୁ
(Middle East)କୁ ଧ୍ୱଂସ କରିଦେଇଥାନ୍ତା। ଦୟାକରି ଏହାକୁ ବିଫଳ କରାନ୍ତୁ ନାହିଁ “।
(୨୦) “ଅପରେସନ ସିନ୍ଦୂର” ବାବଦରେ ୩୩ଟି ଦେଶକୁ ଆମର ୦୯ଟି ପ୍ରତିନିଧିମଣ୍ଡଳି ଗସ୍ତ କରିଥିଲେ।୫୭ଟି ଇସଲାମୀୟ ରାଷ୍ଟ୍ରକୁନେଇ ଗଠିତ
” ଇସଲାମୀୟ ରାଷ୍ଟ୍ର ସଙ୍ଗଠନ(Organisation of Islamic Countries -OIC”ର ୧୧ଟି ଦେଶକୁ ମଧ୍ୟ ପ୍ରତିନିଧି ମଣ୍ଡଳୀ ଗସ୍ତ କରିଥିଲେ।
ତା୨୧ଓ ୨୨.୦୬.୨୦୨୫ରିଖରେ ତୁର୍କୀର ଇସ୍ତାନବୁଲ ସହରରେ ଅନୁଷ୍ଠିତ OICର ୫୭ଟି ଇସଲାମୀୟ ଦେଶସମୂହର ୫୧ ତମ
‘ବୈଦେଶିକ ମନ୍ତ୍ରୀମାନଙ୍କ ସମ୍ମିଳନୀ’ ଶେଷରେ ପାରିତ ୩୩ଟି ପ୍ରସ୍ତାବରୁ ୦୪ଟି ପ୍ରସ୍ତାବ ଏଠାରେ ପ୍ରଣିଧାନଯୋଗ୍ୟ।
ପ୍ରସ୍ତାବ ସଂଖ୍ୟା ୧୩:- ‘ଏହି ସମ୍ମିଳନୀ ତରଫରୁ ଘୋଷଣା କରାଯାଉଛି
ଯେ ,ଆମେ ପାକିସ୍ଥାନର ଜନସାଧାରଣ ତଥା ସରକାରଙ୍କ ସହିତ ସୁଦୃଡଭାବେ ରହିଛୁ। ସମ୍ପ୍ରତି ପାକିସ୍ଥାନର ବିଭିନ୍ନ ସ୍ଥାନ ଉପରେ ହୋଇଥିବା ଆକ୍ରମଣରେ ଆମେ ଚିନ୍ତିତ’।
ପ୍ରସ୍ତାବ ସଂଖ୍ୟା ୧୪:- ‘ମଇମାସ ୧୦ ତାରିଖରେ ହୋଇଥିବା
‘ସଂଘର୍ଷ ବିରତି’ ସଠିକ ଭାବରେ ପାଳିତ ହେବାକୁ ଆହ୍ୱାନ ଦେଉଛୁ’।
ପ୍ରସ୍ତାବ ସଂଖ୍ୟା ୧୫:- ‘ସିନ୍ଧୁନଦୀ ଜଳଚୁକ୍ତି ସହିତ ଭାରତ ଓ ପାକିସ୍ଥାନ ଭିତରେ ହୋଇଥିବା ସମସ୍ତ ପ୍ରକାର ଦ୍ୱିପାକ୍ଷିକ ଚୁକ୍ତିକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବାକୁ ଆହ୍ୱାନ ଦେଉଛୁ’।
ପ୍ରସ୍ତାବ ସଂଖ୍ୟା ୧୬:-‘ଇସଲାମ ବିରୋଧୀ ମନୋଭାବ (Islamphobia), ଯାହା କି ଏକପ୍ରକାର ବର୍ଣବୈଷ୍ୟମବାଦ,
(Racism) ତାହାର ବୃଦ୍ଧି ଘଟୁଛି।ଆମେ ଏହାଉପରେ ଗଭିରଭାବ
ମର୍ମାହତ।
ଆମର ପ୍ରତିନିଧି ମଣ୍ଡଳୀ ତରଫରୁ ଏହି ୧୧ଟି ଦେଶକୁସଠିକ ଭାବରେ ବୁଝାଯାଇଥିବା ସତ୍ତ୍ଵେ, ସେମାନେ କିଭଳି OIC ସମ୍ମିଳନୀର
ଭାରତ ବିରୋଧୀ ଏଭଳି ପ୍ରସ୍ତାବଗୁଡିକୁ ସମର୍ଥନ କରିଥିଲେ, ତାହା ବିତର୍କର ବିଷୟ।
(୨୧) ୨୦୦୧ ମସିହାରେ ଚାଇନା, କାଜାଖସ୍ତାନ, କିରଗିଜସ୍ତାନ, ଋଷିଆ, ତାଜିକିସ୍ତାନ ଓ ଉଜବେକିସ୍ଥାନ, ଏହିଭଳି ୦୬ଟି ଦେଶକୁ ନେଇ
‘ସାଂଘାଇ ସହଭାଗିତା ଅନୁଷ୍ଠାନ(SANGHAI COOPERATION ORGANISATION -SCO)’ ନାମକ ସଙ୍ଗଠନଟିଏ ଗଠିତ ହେଇଥିଲା। ଆମ ଯଶସ୍ୱୀ ବିଶ୍ଵଗୁଋ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କର ପ୍ରଥମପାଳିର ଶାସନକାଳରେ, ୨୦୧୭ ମସିହା ଜୁନ ମାସରେ ଆମ ଦେଶ ଏହି ସଙ୍ଗଠନର ସଦସ୍ୟ ହେବାପରେ ସେହି ଜୁନ ମାସରେ ପାକିସ୍ଥାନ ଏହାର ସଦସ୍ୟ ହୋଇଥିଲା।ଏହାପରେ ୨୦୨୩ ମସିହା ଜୁଲାଇ ମାସରେ
ଏଥିରେ ଇରାନ ଓ ୨୦୨୪ ମସିହା ଜୁଲାଇ ମାସରେ ବେଲାଋଷ ଏଥିରେ ଯୋଗଦାନ କରିବାପରେ ବର୍ତ୍ତମାନ ଏହାର ସଦସ୍ୟ ସଂଖ୍ୟା ଦଶ(୧୦)ରେ ପହଞ୍ଚିଛି।ଏହା ଏକ ‘ରାଜନୈତିକ, ଅର୍ଥନୈତିକ, ଆଞ୍ଚଳିକ ସୁରକ୍ଷା ତଥା ପ୍ରତିରକ୍ଷା ସମ୍ପର୍କିତ ସଙ୍ଗଠନ’।
ଏହାର ଏକ ସମ୍ମିଳନୀ , ଚାଇନା ଦେଶର କୁଇଙ୍ଗଡଙ୍ଗ ଠାରେ
ତା୨୫.୦୬ ରୁ ୨୭.୦୬.୨୦୨୫ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି,
ଯାହାର ମୂଳ ଉଦ୍ଦେଶ୍ୟ ଥିଲା, (୧) ସଦସ୍ୟ ଦେଶଗୁଡ଼ିକ ଭିତରେ ସୁରକ୍ଷା ଓ ସହଯୋଗିତାର ବୃଦ୍ଧି ତଥା (୨) ରାଜନୈତିକ ଓ ଅର୍ଥନୈତିକ ସହଭାଗିତାକୁ ଆଗକୁ ବଢେଇବା।ଆମ ଦେଶ ତରଫରୁ ଆମର ଯଶସ୍ୱୀ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ମହାଶୟଙ୍କ ନେତୃତ୍ଵରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଏଥିରେ ଯୋଗଦାନ କରିଛନ୍ତି।
ଏହି ଅବସରରେ ସନ୍ତ୍ରାସବାଦ ଉପରେ ପ୍ରସ୍ତୁତ ହୋଇଥିବା ଏକ ପ୍ରସ୍ତାବରେ , ‘ପାକିସ୍ଥାନର ବେଲୁଚିସ୍ଥାନ ଅଞ୍ଚଳରେ ହୋଇଥିବା ଏକ ରେଳ ଅପହରଣକୁ ସନ୍ତ୍ରାସବାଦ କାର୍ଯ୍ୟକଳାପ’ ଋପେ ଦର୍ଶାଯାଇଥିବାସ୍ଥଳେ,
‘ଆମଦେଶର ପହେଲଗାମରେ ହୋଇଥିବା ସନ୍ତ୍ରାସବାଦୀମାନଙ୍କ
ଆକ୍ରମଣ’ ବାବଦରେ କୈାଣସି ଉଲ୍ଲେଖ ନଥିଲା।ଆମ ଯଶସ୍ୱୀ ପ୍ରତିରକ୍ଷା ମନ୍ତ୍ରୀ ତାଙ୍କର ୧୧ ମିନିଟର ସାରଗର୍ଭକ ଭାଷଣରେ ଏହାର ଘୋର ବିରୋଧ କରିବା ସଙ୍ଗେ ସଙ୍ଗେ ଏହି ପ୍ରସ୍ତାବରେ ଦସ୍ତଖତ କରିନଥିବାରୁ ଏହା ପାରିତ /ଗୃହିତ ହୋଇପାରିନାହିଁ।
କିନ୍ତୁ, ଏଠାରେ ପ୍ରଣିଧାନଯୋଗ୍ୟ ବିଷୟଟିଏ ହେଉଛି,
ପହେଲଗାମରେ ହୋଇଥିବା ସନ୍ତ୍ରାସବାଦୀମାନଙ୍କ ଆକ୍ରମଣ ତଥା ଏହାର ପ୍ରତିଶୋଧ ନିଆଯିବାକୁ ଆମ ଦେଶ ତରଫରୁ ପାକିସ୍ଥାନ ଉପରେ କରାଯାଇଥିବା ‘ ଅପରେସନ ସିନ୍ଦୂର ‘ ପଦକ୍ଷେପ ବାବଦରେ ବୁଝେଇବାକୁ ୫୯ ଜଣିଆ ସାତୋଟି ପ୍ରତିନିଧି ମଣ୍ଡଳୀ ଯେଉଁ ୩୩ଟି ଦେଶକୁ ଯାଇଥିଲେ, ସେଥିରେ ଏହି SCO ସଙ୍ଗଠନର ସଦସ୍ୟ ତଥା ଭାରତବର୍ଷର ଚିରକାଳର ବନ୍ଧୁ ଋଷିଆ ରହିଥିଲେ ବି, ସେହି ଦେଶଟି ତରଫରୁ ଏଭଳି
ଏକତରଫା ଅନ୍ୟାୟ ଉପରେ କୈାଣସି ପ୍ରତିକ୍ରିୟା ପ୍ରକାଶ ପାଇନଥିଲା।
ଡିଏମକେ ଦଳର ଲୋକସଭା ସଦସ୍ୟା ମାନନୀୟା କନିମୋଇ କରୁଣାନିଧିଙ୍କ ନେତୃତ୍ଵରେ ଯାଇଥିବା ଆଠଜଣିଆ ପ୍ରତିନିଧି ମଣ୍ଡଳୀର ସଦସ୍ୟଗଣ ଋଷିଆର କର୍ତ୍ତୃପକ୍ଷଙ୍କୁ ସଠିକ ଭାବରେ ବୁଝେଇ ପାରିନଥିଲେ ନା ଅନ୍ୟ କୈାଣସି କାରଣରୁ ଋଷିଆର ଆମ ଦେଶ ପ୍ରତି ଏପରି
‘ବୈରତା ଭାବ’, ତାହା କେହି ବୁଝେଇ ପାରିବେ କି?
(୨୨) ତା୧୮.୦୭.୨୦୨୫ରିଖରେ ହ୍ୱଟାଇହାଉସରେ ରିପବ୍ଲିକାନ ଦଳର
କିଛି ସଦସ୍ୟଙ୍କ ସହିତ ଏକ ଆଲୋଚନାରେ ରାଷ୍ଟ୍ରପତି ଟ୍ରମ୍ପ ମହାଶୟ କହିଛନ୍ତି ” ମୁଁ ଭାରତ ଓ ପାକିସ୍ତାନ ଭଳି ଦୁଇଟି ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ରଭିତରେ ଗୋଟିଏ ଗୁଋତର ସଂଘର୍ଷକୁ ବନ୍ଦ କରେଇଥିଲି, ଯେତେବେଳେ କି ଯୁଦ୍ଧବିମାନ ଖସି ପଡୁଥିଲା । ସମୁଦାୟ ୦୪ ବା ୦୫ଟି ଯୁଦ୍ଧବିମାନ ଖସି ପଡିଥିଲା। ମୁଁ, ‘ସଂଘର୍ଷ ବନ୍ଦ ହେଲେ ହିଁ ଆମେରିକା ସହିତ ସେହି ଦୁଇଦେଶର ବେପାର ବଣିଜ ଚାଲୁରହିବ’ ଭଳି କହିବାପରେ ସେମାନେ ଏଥିପାଇଁ ରାଜି ହୋଇଥିଲେ”।
(୨୩)ଆମ ଏଠାର ତା ୨୨.୦୭.୨୦୨୫ରିଖରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ,” ଆମେ ଭାରତ ଓ ପାକିସ୍ଥାନ ଭିତରେ
ଯୁଦ୍ଧବିରତି କରେଇଥିଲୁ। ସେମାନେ ଆଗ ଓ ପଛରେ (Back and Forth, Back and Forth)ପାଞ୍ଚୋଟି ଯୁଦ୍ଧବିମାନ ଖସେଇଥିଲ।
ମୁଁ (ଟ୍ରମ୍ପ)ସେମାନଙ୍କୁ ଡାକି କହିଥିଲି ‘ଶୁଣ, ତୁମେ ଯଦି ଭଲଗୁଣ ପ୍ରଦର୍ଶନ ଏପରି ହେବ, ତେବେ ଆମେ ତୁମ ସହିତ ବେପାର କରିବୁନାହିଁ’। ସେମାନେ ଦୁଇଟି ଆଣବିକ ଅସ୍ତ୍ର ଶସ୍ତ୍ର ଥିବା ଦେଶ। ଯଦି ସେମାନେ ଆଣବିକ ଅସ୍ତ୍ର ଶସ୍ତ୍ର ବ୍ୟବହାର କରିଥାଆନ୍ତେ, ତାହେଲେ ପରିସ୍ଥିତି କଣ
ହୋଇଥାନ୍ତା! ତେଣୁ, ମୁଁ ଯୁଦ୍ଧ ବନ୍ଦ କରେଇଥିଲି।
(୨୪)ତା୨୩.୦୭.୨୦୨୫ରିଖ-
ଜାତିସଙ୍ଘର ‘ସୁରକ୍ଷା ପରିଷଦ’ଅଧିବେଶନରେ ଭାଗନେଇ, ଜାତିସଙ୍ଘର ଅବସ୍ଥାପିତ ପ୍ରତିନିଧି ଡୋରୋଥି ସିଆ କହିଥିଲେ, ” ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହସ୍ତକ୍ଷେପ ଯୋଗୁଁ ‘ଇସ୍ରାଏଲ ଓ ଇରାନ,
କଙ୍ଗୋ ଓ ରାୱଣ୍ଡା ତଥା ଭାରତ ଓ ପାକିସ୍ଥାନ’ ଭିତରେ ଚାଲିଥିବା ସଂଘର୍ଷର ବିରତି ହୋଇଛି।
ସେ ଏଭଳି କହିବା ସମୟରେ ପାକିସ୍ଥାନର ଉପ-ପ୍ରଧାନମନ୍ତ୍ରୀ
ଇଶକ ଦର ଏହି ଅଧିବେଶନର ସଭାପତି ଥିଲେ।
(୨୫- ରଜତ ଜୟନ୍ତୀ)ତା୨୬.୦୭.୨୦୨୫ରିଖ:-
ଥାଇଲାଣ୍ଡ ଓ କାମ୍ବୋଡି ସୀମାରେ ଚାଲିଥିବା ସଂଘର୍ଷ ଉପରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି “ଦେଶ ଦେଶ ଭିତରେ ଉପୁଜୁଥିବା କିଟିମିଟିଆ ( Complex) ସମ୍ପର୍କରେ ସୁଧାର ଆଣିବାପାଇଁ ମୁଁ ଚେଷ୍ଟା କରୁଛି।
ଯୁଦ୍ଧରେ ବହୁତ ଲୋକ ମରୁଛନ୍ତି।ମୋର ଭାରତ ଓ ପାକିସ୍ଥାନ ଭିତରେ ଚାଲିଥିବା ସଂଘର୍ଷ କଥା ମନେ ପଡୁଛି, ଯାହାକୁ ବନ୍ଦ କରାଯାଇଥିଲା”।
(୨୬)୨୮.୦୭.୨୦୨୫:-
ଇଗ୍ଲଣ୍ଡ (UK) ସ୍କଟଲାଣ୍ଡ ସ୍ଥିତ ” Trump Turnberry Golf Course”ଠାରେ ସେଠାର ପ୍ରଧାନମନ୍ତ୍ରୀ କେଅର ଷ୍ଟାରମରଙ୍କୁ ଭେଟିବା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି” ବେପାର ବଣିଜର ଲୋଭ ଦେଖାଇ ଭାରତ ଓ ପାକିସ୍ଥାନ ଭିତରେ ସଂଘର୍ଷବିରତି କରେଇନଥିଲେ ସେହି ଦୁଇଦେଶ ଏ ପର୍ଯ୍ୟନ୍ତ ଲଢୁଥାଆନ୍ତେ”।
(ମୋ ହିସାବରେ ଏହା ଟ୍ରମ୍ପଙ୍କ ଦ୍ଵାରା+ତାଙ୍କ ତରଫରୁ ୨୬ତମ ବୟାନ ହୋଇଥିବା ସ୍ଥଳେ,କଂଗ୍ରେସ ଦଳ ତରଫରୁ ଏହାକୁ ‘୨୮ତମ ତଥା ଆଉ କାହା କାହା ତରଫରୁ ଏହାକୁ ୨୭ତମ ଥରର ମାନ୍ୟତା ଦିଆଯାଇଛି।)
ଯେଉଁ ଘଟଣା ଆମକୁ ଦୁଃଖ ଦେଉଛି, ତାହା ହେଉଛି, ‘ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଆମ ଦେଶର ଲକ୍ଷ ଲକ୍ଷ ଲୋକେ, ମୂଳ ଭାରତୀୟ ବଂଶଜ ପ୍ରାର୍ଥୀ କମଳା ହାରିସଙ୍କୁ ଛାଡି ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟପାଇଁ ଉପବାସରେ ରହି ପୂଜାର୍ଚ୍ଚନା, ପ୍ରାର୍ଥନା, ହୋମ ଓ ଯଜ୍ଞ ଇତ୍ୟାଦି କରିଥିଲେ ମଧ୍ୟ, ସେହି ଟ୍ରମ୍ପ ମହାଶୟ ବାରମ୍ବାର କହି ଆସୁଛନ୍ତି ଯେ “ଭାରତ ପାକିସ୍ଥାନ ଭିତରେ ଯୁଦ୍ଧ ବିରତି ମୁଁ (ଟ୍ରମ୍ପ) କରେଇଥିଲି, ଉଭୟ ଦେଶର ନେତୃବୃନ୍ଦଙ୍କ ସହିତ ଲାଭଜନକ ଟାରିଫ ଜରିଆରେ ବେପାର ବଣିଜ କରାଇବାର ଲୋଭ ଦେଖେଇ”।
‘ ଫଳେନ ପରିଚୟତେ- ଯେ କୈାଣସି କାର୍ଯ୍ୟର ସଫଳତା ଏହାର ଫଳାଫଳରୁ ଜଣା ପଡିଥାଏ’। (one’s success or defeat in any activity is understood by its result.)
ତାହେଲେ କଣ ଧର୍ମ, ସତ୍ୟ,ନ୍ୟାୟ ଇତ୍ୟାଦି ଅବାସ୍ତବ, ଏସବୁ କେବଳ ମହାଜନେମାନଙ୍କ ସ୍ୱାର୍ଥରକ୍ଷାପାଇଁ ଉଦ୍ଦିଷ୍ଟ?
........... 🐍..........
Leave a Reply